ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥାଇଲ୍ୟାଣ୍ଡର ରାଜମାତା ରାଣୀ ସିରୀକିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 OCT 2025 3:39PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲ୍ୟାଣ୍ଡର ରାଜମାତା ରାଣୀ ସିରୀକିତଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକ ବାର୍ତ୍ତାରେ, ପ୍ରଧାନମନ୍ତ୍ରୀ ଜନସେବା ପ୍ରତି ମହାରାଣୀଙ୍କର ଜୀବନବ୍ୟାପୀ ସମର୍ପଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରବା ସହ ତାଙ୍କର ଐତିହ୍ୟ ସମଗ୍ର ବିଶ୍ୱର ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଥାଇଲ୍ୟାଣ୍ଡର ରାଜମାତା ରାଣୀ ସିରୀକିତଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ଜନସେବା ପ୍ରତି ତାଙ୍କର ଜୀବନବ୍ୟାପୀ ସମର୍ପଣ ସମସ୍ତ ପିଢ଼ିକୁ ପ୍ରେରଣା ଯୋଗାଇବ । ଏହି ଗଭୀର ଦୁଃଖ ମୁହୂର୍ତ୍ତରେ ରାଜା, ରାଜ ପରିବାରର ସଦସ୍ୟ ଏବଂ ଥାଇଲ୍ୟାଣ୍ଡର ଜନସାଧାରଣଙ୍କ ପ୍ରତି ମୋର ଆନ୍ତରିକ ସମବେଦନା ।”

 

SR


(ରିଲିଜ ଆଡି: 2182752) ପରିଦର୍ଶକ କାଉଣ୍ଟର : 32