ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ବିକାଶ ଯାତ୍ରାରେ ଅରୁଣାଚଳ ପ୍ରଦେଶର ଭୂମିକା, ପ୍ରଧାନମନ୍ତ୍ରୀଙ୍କ ପ୍ରବନ୍ଧ ସେୟାର

ପୋଷ୍ଟ କରାଯିବା ଦିନାଙ୍କ: 11 OCT 2025 1:51PM by PIB Bhubaneswar

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଯେଉଁଥିରେ ଦେଶର ବିକାଶ ଯାତ୍ରାରେ ଅରୁଣାଚଳ ପ୍ରଦେଶର ପରିବର୍ତ୍ତନ ଏବଂ ବର୍ଦ୍ଧିତ ମହତ୍ୱ ଉଲ୍ଲେଖ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ଭାରତର ବିକାଶ ଗାଥାରେ ପୂର୍ବୋତ୍ତର ଅଞ୍ଚଳ ଏକ ପରିଧି ନୁହେଁ ବରଂ ହୃଦସ୍ପନ୍ଦନ ଭାବେ ଉଭା ହୋଇଛି । ସେ କହିଛନ୍ତି କି, ନୂତନ ବିମାନବନ୍ଦର ଠାରୁ ଆରମ୍ଭ କରି ସଶକ୍ତ ସ୍ୱୟଂ ସହାୟତା ଗୋଷ୍ଠୀ ସମୂହ ପର୍ଯ୍ୟନ୍ତ, ଏବଂ ସମ୍ପର୍କର ସୁବିଧାଠାରୁ ଆରମ୍ଭ କରି ରଚନାତ୍ମକତା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ ବିକଶିତ ଭାରତର ଭାବନାକୁ ପ୍ରତିବିମ୍ବିତ କରୁଛି ।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପ୍ରବନ୍ଧର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;

“ପ୍ରଥମ ଥର ପାଇଁ ଭାରତର ବିକାଶ ଗାଥାରେ ପୂର୍ବୋତ୍ତର ଅଞ୍ଚଳ ଏକ ପରିଧି ନୁହେଁ ବରଂ ହୃଦସ୍ପନ୍ଦନ ଭାବେ ଉଭା ହୋଇଛି । ନୂତନ ବିମାନବନ୍ଦର ଠାରୁ ଆରମ୍ଭ କରି ସଶକ୍ତ ସ୍ୱୟଂ ସହାୟତା ଗୋଷ୍ଠୀ ସମୂହ ପର୍ଯ୍ୟନ୍ତ, ଏବଂ ସମ୍ପର୍କର ସୁବିଧାଠାରୁ ଆରମ୍ଭ କରି ରଚନାତ୍ମକତା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ ବିକଶିତ ଭାରତର ଭାବନାକୁ ପ୍ରତିବିମ୍ବିତ କରୁଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆଙ୍କ @JM_Scindia ଏହି ପ୍ରବନ୍ଧ ଅବଶ୍ୟ ପଢ଼ନ୍ତୁ ।”

SR


(ରିଲିଜ ଆଡି: 2180249) ପରିଦର୍ଶକ କାଉଣ୍ଟର : 30