ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଧନୁବିଦ୍ୟାକୁ ଲୋକପ୍ରିୟ କରିବାରେ ରାମ ଚରଣ ଓ ଅନିଲ କାମିନେନୀଙ୍କ ପ୍ରାୟାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 12 OCT 2025 9:28PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନେତା ରାମଚରଣ, ତାଙ୍କ ପତ୍ନୀ ଶ୍ରୀମତୀ ଉପାସନା କୋନିଡେଲା ଏବଂ ଶ୍ରୀ ଅନିଲ କାମିନେନୀଙ୍କୁ ଭେଟିଛନ୍ତି

ବିଶ୍ୱର ପ୍ରଥମ ଆର୍ଚେରୀ ପ୍ରିମିୟର ଲିଗ୍ ଜରିଆରେ ତୀରନ୍ଦାଜୀକୁ ପ୍ରୋତ୍ସାହିତ କରିବାକୁ ସେମାନଙ୍କ ସାମୂହିକ ପ୍ରଚେଷ୍ଟାକୁ ପ୍ରଧାନମନ୍ତ୍ରୀ ଆଲୋଚନା ସମୟରେ ପ୍ରଶଂସା କରିଥିଲେ

ଏଭଳି ପଦକ୍ଷେପ ତୀରନ୍ଦାଜୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ କରିପାରିବ ଏବଂ ଏହି କ୍ରୀଡ଼ା ପ୍ରତି ଯୁବପିଢ଼ିଙ୍କୁ ଅଧିକ ଆକର୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;

“ତୁମକୁ, ଉପାସନା ଏବଂ ଅନିଲ କାମିନେନୀ ଗାରୁଙ୍କୁ ଭେଟି ଖୁସି ହେଲି ତୀରନ୍ଦାଜୀକୁ ଲୋକପ୍ରିୟ କରାଇବା ପାଇଁ ଆପଣମାନଙ୍କର ସାମୂହିକ ପ୍ରଚେଷ୍ଟା ପ୍ରଶଂସନୀୟ ଏବଂ ଅଗଣିତ ଯୁବକଙ୍କୁ ଏହା ଫାଇଦା ଆଣିବ

@AlwaysRamCharan

 

@upasanakonidela”

 

SR


(रिलीज़ आईडी: 2178633) आगंतुक पटल : 13
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam