ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୁମ୍ବାଇ ଗ୍ଲୋବାଲ ଫିନଟେକ ଫେଷ୍ଟର ଷଷ୍ଠ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 09 OCT 2025 5:52PM by PIB Bhubaneshwar

 

ମହାମହିମ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଆରବିଆଇ ଗଭର୍ଣ୍ଣର, ଉଦଭାବକ, ନିବେଶକାରୀ, ନେତାଗଣ । ମୁମ୍ବାଇକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ । 

ବନ୍ଧୁଗଣ,

ଯେବେ ୨୦୨୪ରେ ମୁଁ ଶେଷଥର ଲାଗି ଏହି ସମ୍ମିଳନୀରେ ଯୋଗ ଦେଇଥିଲି ସେବେ ନିର୍ବାଚନ ହେବାର ଥିଲା । ସେହିଦିନ ମୁଁ କହିଥିଲି ଯେ ଏହାର ପରବର୍ତୀ ସଂସ୍କରଣକୁ ବି ମୁଁ ଆସିବି । ସେତେବେଳେ ଆପଣମାନେ ସମସ୍ତେ ଏହାକୁ ସହର୍ଷେ ସ୍ୱାଗତ କରିଥିଲେ । ଏଇଠି ଉପସ୍ଥିତ ରାଜନୀତି ବିଶାରଦମାନେ ସେତେବେଳେ ମୋଦୀ ଆଉଥରେ ଆସୁଛନ୍ତି ବୋଲି କହିଥିଲେ । 

ବନ୍ଧୁଗଣ,

 ମୁମ୍ବାଇ ହେଉଛି ଶକ୍ତିର ସହର । ମୁମ୍ବାଇ ହେଉଛି ଉଦ୍ୟୋଗର ସହର । ମୁମ୍ବାଇ ହେଉଛି ଅସରନ୍ତି ସମ୍ଭାବନାର ସହର । ଏହି ମୁମ୍ବାଇରେ ମୁଁ ମୋ ବନ୍ଧୁ ଷ୍ଟାର୍ମରଙ୍କୁ ସ୍ୱତନ୍ତ୍ର ସ୍ୱାଗତ ଜ୍ଞାପନ କରୁଛି । ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲରେ ଯୋଗ ଦେବାକୁ ସେ ସମୟ ବାହାର କରିଥିବାରୁ ମୁଁ ତାଙ୍କ ପାଖରେ କୃତଜ୍ଞ । 

ବନ୍ଧୁଗଣ,

ଯେବେ ପାଂଚ ବର୍ଷ ପୂର୍ବେ ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲ ଆରମ୍ଭ ହେଲା ସେବେ ସାରା ବିଶ୍ୱର ମହାମାରୀର ପୀଡାରେ ଛଟପଟ ହେଉଥିଲା । କିନ୍ତୁ ଆଜି ଏହି ଫେଷ୍ଟିଭାଲ ଅର୍ଥନୈତିକ ପୁଞ୍ଜି ନିବେଶ ଓ ସହଯୋଗ କ୍ଷେତ୍ରରେ ଏକ ବୈଶ୍ୱିକ ପ୍ଲାଟଫର୍ମରେ ପରିଣତ ହୋଇପାରିଛି । ଚଳିତବର୍ଷ ୟୁକେ ବା ବ୍ରିଟେନ ଏହାର ସଦସ୍ୟତା ଗ୍ରହଣ କରିଛି । ସାରା ବିଶ୍ୱର ଏହି ଦୁଇ ଗଣତାନ୍ତ୍ରିକ ଦେଶ ମିଳିତ ଭାବେ ବୈଶ୍ୱିକ ଅର୍ଥନୈତିକ ପଟ୍ଟଭୂମିକୁ ନୂତନ ଦିଗ ଦେଖାଇ ପାରିବେ । ପରିବେଶ, ଊର୍ଜ୍ଜା, ସମ୍ଭାବନା ସବୁକିଛି ମୋ ଜାଣିବାରେ ବେଶ ଉଚ୍ଚକୋଟୀର । ଭାରତର ଅର୍ଥନୀତି ଓ ବିକାଶରେ ରହିଥିବା ବୈଶ୍ୱିକ ବିଶ୍ୱାସକୁ ଏହା ପ୍ରତିଫଳିତ କରୁଛି । ମୁଁ ଏଥିପାଇଁ କ୍ରିସ ଗୋପାଳକୃଷ୍ଣଜୀ ଓ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଜୀଙ୍କ ସମେତ ଅନ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ବନ୍ଧୁଗଣ,    

ଗଣତନ୍ତ୍ରର ମା’ ହେଉଛି ଭାରତବର୍ଷ । ଆମେ ଯେବେ ଗଣତନ୍ତ୍ରର କଥା କହୁଁ ଏହା କେବଳ ନିର୍ବାଚନ କିମ୍ବା ଯୋଜନା ପ୍ରଣୟନ ଭିତରେ ସୀମିତ ନଥାଏ । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ପ୍ରଶାସନର ଏକ ଶକ୍ତ ସ୍ତମ୍ଭ ଭାବରେ ଭାରତ ପରିଣତ କରିପାରିଛି । ପ୍ରଯୁକ୍ତି ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ । ଦୀର୍ଘ ସମୟ ଧରି ପ୍ରଯୁକ୍ତିଗତ ଜ୍ଞାନ ଆମକୁ ବିଭାଜିତ କରୁଛି ବୋଲି ଆଲୋଚନା ହୁଏ । ଏଥିରେ କିଛି ବି ସତ୍ୟତା ନାହିଁ ବୋଲି ଆମେ ମନା କରୁନାହୁଁ । ପୂର୍ବରୁ ଭାରତ ଏହା ଦ୍ୱାରା ପ୍ରଭାବିତ ହୋଇନଥିଲା । ଗତ ଶତାବ୍ଦୀରେ ବୈଷୟିକ ଓ ପ୍ରଯୁକ୍ତିଗତ ଜ୍ଞାନକୁ ଭାରତ ଗଣତାନ୍ତ୍ରିକ କରିଥିଲା । ଏବେ ସାରା ବିଶ୍ୱରେ ବୈଷୟିକ ଜ୍ଞାନ ଗାରିମାରେ ଅଗ୍ରଣୀ ଦେଶଗୁଡିକ ଭିତରେ ଭାରତ ସ୍ଥାନିତ ।

ବନ୍ଧୁଗଣ,   

ଡିଜିଟାଲ ଟେକ୍ନୋଲଜି ବା ବୈଷୟିକ ଜ୍ଞାନକୁ ଦେଶର ପ୍ରତିଟି କୋଣରେ ପହଂଚା ଯାଇଥିବା ବେଳେ ଏହା ଏବେ ପ୍ରତିଟି ନାଗରିକଙ୍କ ପାଖରେ ଉପଲବ୍ଧ । ଭାରତୀୟ ସୁଶାସନ ଶୈଳୀର ଏହା ଏକ ଉଦାହରଣ ପାଲଟିଛି । ଲୋକଙ୍କ ସ୍ୱାର୍ଥ ଲାଗି ସରକାରଙ୍କ ଦ୍ୱାରା ଡିଜିଟାଲ ଭିତିଭୂମି ତିଆରି କରାଯାଏ । ଯେଉଁ ପ୍ଲାଟଫର୍ମରେ ପରେ ବେସରକାରୀ ସଂସ୍ଥା ନୂଆ ଉତ୍ପାଦ ତିଆରି କରେ । ବୈଷୟିକ ଓ ପ୍ରଯୁକ୍ତିଗତ ଜ୍ଞାନ ମାଧ୍ୟମରେ କେବଳ ସୁଫଳ ମିଳେନି ବରଂ ଏହା ସମତା ସୃଷ୍ଟି କରେ ।

ବନ୍ଧୁଗଣ, 

ଏହା ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ବି ରୂପାନ୍ତରିତ କରିଛି । ଆଗରୁ ବ୍ୟାଙ୍କିଙ୍ଗ ଏକ ସୁବିଧା ଥିଲା । ହେଲେ ଡିଜିଟାଲ ସୁବିଧା ଏବେ ଏହାକୁ ସଶକ୍ତିକରଣର ଏକ ମାଧ୍ୟମରେ ପରିଣତ କରିପାରିଛି । ଡିଜିଟାଲ ପେମେଂଟ ଭାରତର ଦୈନନ୍ଦିନ ଜୀବନ ଯାତ୍ରା ସହ ଜଡିତ । ଜେଏଏମ ବା ଜାମ ଏଥିପାଇଁ ମୁଖ୍ୟତଃ ଦାୟୀ । ଜେ ଅର୍ଥାତ ଜନଧନ, ଏ ଅର୍ଥାତ ଆଧାର ଓ ଏମ ଅର୍ଥାତ ମୋବାଇଲ ବୋଲି ବିବେଚିତ ହେଉଛି । ୟୁପିଆଇ କାରବାରକୁ ଥରେ ଦେଖନ୍ତୁ । ପ୍ରତି ମାସରେ ପ୍ରାୟ ୨୦ କୋଟି କାରବାର ହେଉଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ କୋଟିଠାରୁ ବି ଅଧିକା ବୋଲି ମନେ କରାଯାଏ । ଆଜି ଭାରତରେ ଶହେଟି ରିୟଲ ଟାଇମ କାରବାର ଭିତରୁ ଭାରତରେ କେବଳ ୫୦ଟି କାରବାର ହେଉଛି । 

ବନ୍ଧୁଗଣ,  

ଗ୍ଲୋବାଲ ଫିନଟେକ ଫେଷ୍ଟିଭାଲର ଥିମ ବି ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ମଜଭୂତ କରୁଛି । 

ବନ୍ଧୁଗଣ,

ଆଜି ସାରା ବିଶ୍ୱ ଭାରତର ଡିଜିଟାଲ ଷ୍ଟାକ କଥା ଚର୍ଚ୍ଚା କରୁଛି । ୟୁପିଆଇ ବା ଭାରତର ୟୁନିଫାଏଡ ପେମେଂଟସ ଇଂଟରଫେସ, ଆଧାର ସଂଯୁକ୍ତ ପେମେଂଟ, ଭାରତ ବିଲ ପେମେଂଟ, ଭାରତ କ୍ୟୁଆର, ଡିଜି ଲକର, ଡିଜି ଯାତ୍ରା, ଗଭର୍ଣ୍ଣମେଂଟ ଇ-ମାର୍କେଟପ୍ଲେସ ପ୍ରମୁଖ ଭାରତର ଡିଜିଟାଲ ଅର୍ଥନୀତିକୁ ସବଳ କରିଛି । ନୂଆ ଇକୋ ସିଷ୍ଟମରେ ଇଣ୍ଡିଆ ଷ୍ଟାକ ବି ଭଲ କାମ କରୁଛି । ଆପଣମାନଙ୍କ ଭିତରୁ କେହି ଏନେଇ ଅବଗତ ଥାଇ ନପାରନ୍ତି । କିନ୍ତୁ ଓଏନଡିସି ବା ଓପନ ନେଟ ୱାର୍କ ଫର ଡିଜିଟାଲ କମର୍ସ ଏବେ ଏକ ଆଶୀର୍ବାଦରେ ପରିଣତ ହେବାକୁ ଯାଉଛି । ଛୋଟ ଛୋଟ ଦୋକାନୀ ଓ ଏମଏସଏମଇ ପାଇଁ ଏହା ଏକ ଆଶୀର୍ବାଦ । ସାରା ଦେଶରେ ବଜାର ନିକଟରେ ପହଂଚିବା ଲାଗି ଏହା ସାହାଯ୍ୟ କରୁଛି । ସେହିପରି ଓସିଇଏନ ବା ଓପନ କ୍ରେଡିଟ ଏନେବଲମେଂଟ ନେଟୱାର୍କ କ୍ଷୁଦ୍ର ଉଦ୍ୟୋଗପତିମାନଙ୍କୁ ଋଣ ସହାୟତା କ୍ଷେତ୍ରରେ ସାହାଯ୍ୟ କରୁଛି । ଏମଏସଏମଇଗୁଡିକ ସାମ୍ନା କରୁଥିବା ଋଣ ନିଅଂଟ ପ୍ରସଙ୍ଗରେ ବି ଏହା ସାହାଯ୍ୟ କରିଥାଏ । ଆରବିଆଇ ପକ୍ଷରୁ ଆରମ୍ଭ କରାଯାଇଥିବା ଡିଜିଟାଲ କରେନ୍ସି ଅଭିଯାନ ଏନେଇ ଅଧିକା କାମ ଦେବ । ଏସବୁ ସମ୍ମିଳିତ ଭାବେ ଭାରତର ଅଗ୍ରଗତିରେ କାମ ଦେବେ ବୋଲି ମୋର ବିଶ୍ୱାସ ।

ବନ୍ଧୁଗଣ,

ଇଣ୍ଡିଆ ଷ୍ଟାକ ଭାରତର କେବଳ ଏକ ସଫଳ କାହାଣୀ ନୁହେଁ । ଗତ ଗସ୍ତ ସମୟରେ ମୁଁ କହିଥିଲି ଯେ ମୁଁ ଦିନେ ଫେରିବି । ଆଉ ଆଜି ମୁଁ ଦୃଢ ନିଶ୍ଚିତ ଯେ ଆଜି ଯାହା ଭାରତ କରୁଛି ତାହା ବିଶ୍ୱର ଦକ୍ଷିଣ ଦେଶଗୁଡିକ ଲାଗି ଆଲୋକ ବର୍ତିକା । ଡିଜିଟାଲ ଇନୋଭେସନ ମାଧ୍ୟମରେ ଡିଜିଟାଲ ସହଭାଗିତା ସହ ସହଯୋଗ ଭାରତ କାମନା କରେ । ସେଥିପାଇଁ ଆମେ ଆମ ଅନୁଭୂତି ବାଂଟିବା ସହ ଓପନସୋର୍ସ ପ୍ଲାଟଫର୍ମକୁ ବି ଖୋଲା ରଖୁଛୁ । ମଡୁଲାର ଓପନସୋର୍ସ ଆଡେଂଟି ପ୍ଲାଟଫର୍ମ ବା ଏମଓଏସଆଇପି ଭାରତରେ ହିଁ ଜନ୍ମିତ । ୨୫ରୁ ଅଧିକା ଦେଶ ଏହାକୁ ଆପଣେଇଛନ୍ତି । ଆମେ କେବଳ ବୈଷୟିକ ଜ୍ଞାନ ବିନିମୟ କରୁନେ ବରଂ ଏହାକୁ ବିକଶିତ କରିବା ଲାଗି ଅନ୍ୟ ଦେଶକୁ ସାହାଯ୍ୟ କରୁଛୁ । ଏହା ଡିଜିଟାଲ ଏଡ ନୁହେଁ । ବିଶ୍ୱର କିଛି ଲୋକ କହୁଥିବେ ଯେ ଆମେ କିଛି ଏଡ ଦେଉଛୁ । ମାତ୍ର ଡିଜିଟାଲ ଏଡ ନୁହେଁ ବରଂ ଡିଜିଟାଲ ସଶକ୍ତିକରଣ ।  

ବନ୍ଧୁଗଣ,

ଭାରତ ଫିନଟେକ କମ୍ୟୁନିଟିକୁ ସାଧୁବାଦ ଯିଏ ସ୍ୱଦେଶୀ ଚିନ୍ତାଧାରାକୁ ବିଶ୍ୱବ୍ୟାପକ କରିଛି । ଇଂଟର ଅପରେବୁଲ କ୍ୟୁଆର ନେଟୱାର୍କ୍ସ, ଖୋଲା ବଜାର କାରବାର, ଫାଇନାନ୍ସ ଫ୍ରେମ ୱାର୍କ ପରି କ୍ଷେତ୍ରରେ ସାରା ବିଶ୍ୱ ବିଭିନ୍ନ ଷ୍ଟାର୍ଟ ଅପର ବିକାଶ ଦେଖୁଛି । ଚଳିତ ବର୍ଷ ପ୍ରଥମ ଛଅ ମାସ ଭିତରେ ସାରା ବିଶ୍ୱରେ ପୂର୍ଣ୍ଣ ଅନୁଦାନକ୍ଷମ ଫିନଟେକ ଇକୋ ସିଷ୍ଟମରେ ଭାରତ ପରିଣତ ହୋଇପାରିଛି । ଆଉ ଏହି ସଫଳତା ଯାହା ଆପଣମାନଙ୍କର ସେ ସମ୍ପର୍କରେ ମୁଁ କହୁଛି ।

ବନ୍ଧୁଗଣ,

କେବଳ ପରିମାପ ଭିତରେ ଭାରତର ବିକାଶ ସୀମିତ ହୋଇ ରହିନାହିଁ । ପରିମାପ, ନମନୀୟତା, ସମାରୋପ ପରି ବିଭିନ୍ନ ବିଭବ ଆମ ସହ ରହିଛି । ଏବଂ ଏହି ସମୟରେ ହିଁ ଏଆଇ ଯୁଗ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଆମେ ଫ୍ରଡ ଚିହ୍ନଟ, କୁସଂସ୍କାର ଅପସାରଣ, ଗୁଣବତା ପରିବର୍ଦ୍ଧନ ପରି ବିଭିନ୍ନ କାମ କରିପାରୁଛୁ । ଏପ୍ରକାର ସମ୍ଭାବନାର ଉତ୍କର୍ଷ ଲାଭ କରିବା ପାଇଁ ଆମକୁ ଡାଟା, ସ୍କିଲ ଓ ପରିଚାଳନାରେ ବହୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ବନ୍ଧୁଗଣ,

ଏଆଇ ପ୍ରତି ଭାରତର ଆଭିମୁଖ୍ୟ ତିନିଟି ନିୟମ ଉପରେ ପର୍ଯ୍ୟବସିତ । ଗୋଟିଏ ହେଉଛି ସହଜସାଧ୍ୟ ପ୍ରାପ୍ତି, ଜନସଂଖ୍ୟା ପରିମାପ ମେଧା, ଦାୟିତ୍ୱସମ୍ପନ୍ନ ନିୟୋଜନ । ଭାରତ ଏଆଇ ମିଶନ ଅଧୀନସ୍ଥ କମ୍ୟୁଟର ଜ୍ଞାନକୁ ଏତେ ପ୍ରଖର କରୁଛି ଯେ ପୁଞ୍ଜି ନିବେଶକାରୀ ଓ ଷ୍ଟାର୍ଟ ଅପଗୁଡିକ ନିଜ ପକେଟକୁ ଦେଖି ଏଆଇ ରିସୋର୍ସ ସହ ଯୋଗାଯୋଗରେ ରହିପାରିବେ । ପ୍ରତି ଜିଲ୍ଲା ଓ ଭାଷାଭାଷୀଙ୍କ ପାଖରେ ଏଆଇର ସୁବିଧା ଓ ସୁଫଳ ପହଂଚାଇବା କ୍ଷେତ୍ରରେ ଆମେ କର୍ତବ୍ୟରତ । ଆମ ଏକ୍ସେଲେନ୍ସ ସେଂଟର, ସ୍କିଲିଂ ହବ, ସ୍ୱଦେଶୀ ଜ୍ଞାନ କୌ÷ଶଳରେ ନିର୍ମିତ ଏଆଇ ମଡେଲ ଦ୍ୱାରା ଏହା ସମ୍ଭବପର ହୋଇପାରିଛି ।

ବନ୍ଧୁଗଣ,

ଏଆଇ ଲାଗି ଭାରତ ସବୁବେଳେ ଏକ ବୈଶ୍ୱିକ ମାପକାଠି କଥା କହିଆସିଛି । ଆମର ଡିଜିଟାଲ ପବ୍ଲିକ ଭିତିଭୂମି କ୍ଷେତ୍ରରେ ରହିଥିବା ଅନୁଭୂତି ସାରା ବିଶ୍ୱର କାମରେ ଆସିବ । ଏଆଇ କ୍ଷେତ୍ରରେ ବି ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ବା ଡିପିଆଇ ପରି ସୁଫଳ ମିଳିବ । ଆମ ପାଇଁ ଏଆଇ ଅର୍ଥ କିଛି ଅଲଗା । ଏହାର ଅର୍ଥ ହେଉଛି ଅଲ ଇନକ୍ଲୁସିଭ ।

ବନ୍ଧୁଗଣ, 

ଏବେ ସାରା ବିଶ୍ୱରେ ଏଆଇ ଆସ୍ଥା ଓ ନିରାପତା ନିୟମ ନେଇ ଆଲୋଚନା ଚାଲିଛି । କିନ୍ତୁ ଏନେଇ ସବୁବେଳେ ଭାରତ ବିଶ୍ୱସନୀୟତାକୁ ଗୁରୁତ୍ୱ ଦେଇ ଆସିଛି । ଆମେ ଏପରି ଏଆଇ ପ୍ଲାଟଫର୍ମ ତିଆରି କରିବୁ ଯେଉଁଠି ସବୁ କିଛି ମିଳିପାରିବ । ପେମେଂଟ କ୍ଷେତ୍ରରେ ଉଭୟ ସମୟ ଓ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେବୁ । ଆର୍ଥିକ ସହାୟତା କ୍ଷେତ୍ରରେ ଆମ ଲକ୍ଷ୍ୟ ହିଁ ପରିମାପକ । ସେହିପରି ବୀମା କ୍ଷେତ୍ରରେ ଆମ ଲକ୍ଷ୍ୟ ହେଉଛି ଆମ ଯୋଜନା ଓ ସମୟୋପଚିତ ଦାବି । ପୁଞ୍ଜି ନିବେଶରେ ବି ଆମେ ସ୍ୱଚ୍ଛତା ଅବଲମ୍ବନ କରୁଛୁ । ଏପ୍ରକାର ପରିବର୍ତନ ଲାଗି ଏଆଇ ଏକ ଡ୍ରାଇଭିଂ ଫୋର୍ସରେ ପରିଣତ ହୋଇପାରିବ । କିନ୍ତୁ ସେଥିପାଇଁ ଏଆଇ ଆପ୍ଲିକେସନଗୁଡିକ ସାଧାରଣ ଜନତାଙ୍କ ଲାଗି ଅଭିପ୍ରେତ ହେବା ଦରକାର । ଡିଜିଟାଲ ଫାଇନାନ୍ସ ବ୍ୟବହାରକାରୀ ଲୋକଟିଏ କୌଣସି ତ୍ରୁଟି ବିଚ୍ୟୁତି ଅନାୟାସରେ ସମାଧାନ ହୋଇପାରୁଥିବା ନେଇ ବିଶ୍ୱାସ ରଖିବା ଉଚିତ । 

ବନ୍ଧୁଗଣ,

କିଛି ବର୍ଷ ପୂର୍ବେ ବ୍ରିଟେନରେ ଏଆଇ ସୁରକ୍ଷା ସମ୍ମିଳନୀ ଆରମ୍ଭ ହୋଇଥିଲା । ଆସନ୍ତା ବର୍ଷ ଭାରତରେ ଏଆଇ ଇମ୍ପାକ୍ଟ ସମ୍ମିଳନୀ ଆୟୋଜନ ହେବାର ରହିଛି । ଏହାର ଅର୍ଥ ହେଉଛି ଏଆଇ ନିରାପତା ନେଇ ବ୍ରିଟେନରେ ବିଚାର ବିମର୍ଶ ଆରମ୍ଭ ହୋଇ ଏହାର ପ୍ରଭାବ ନେଇ ଭାରତରେ ଆଲୋଚନା କରାଯିବାର ରହିଛି । ବୈଶ୍ୱିକ ବାଣିଜ୍ୟ ଓ ସହଭାଗିତା କ୍ଷେତ୍ରରେ ଉଭୟ ଭାରତ ଓ ବ୍ରିଟେନ ମିଳିତ ଭାବେ କାମ କରୁଛନ୍ତି । ବ୍ରିଟେନର ଗବେଷଣା, ବୈଶ୍ୱିକ ଆର୍ଥିକ କ୍ଷମତା ସହ ଭାରତର ମେଧା ଓ ପ୍ରତିଭା ସାରା ବିଶ୍ୱ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । ବିଭିନ୍ନ ଷ୍ଟାର୍ଟ ଅପ, ପ୍ରତିଷ୍ଠାନ, ଇନୋଭେସନ ହବ ଭିତରେ ସହଯୋଗ ବୃଦ୍ଧି କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ୟୁକେ-ଇଣ୍ଡିଆ ଫିନଟେକ କରିଡର ଏନେଇ ନୂଆ ସୁଯୋଗ ସୃଷ୍ଟି କରିବେ । ଲଣ୍ଡନ ଷ୍ଟକ ଏକ୍ସେଚେଞ୍ଜ ଓ ଗିଫ୍ଟ ସିଟି ଭିତରେ ସମନ୍ୱୟ ରକ୍ଷା କରି ନୂଆ ସୁଯୋଗ ସୃଷ୍ଟି କରାଯିବ । 

ବନ୍ଧୁଗଣ,  

ଆମ ସମସ୍ତଙ୍କର ଦାୟିତ୍ୱ ବା କର୍ତବ୍ୟବୋଧ ରହିଛି । ଏହି ପ୍ଲାଟଫର୍ମରୁ ବ୍ରିଟେନ ଓ ସାରା ବିଶ୍ୱର କମ୍ପାନୀମାନଙ୍କୁ ଭାରତ ସହ ହାତ ବଢାଇବା ଲାଗି ମୁଁ ଆହ୍ୱାନ କରୁଛି । ଭାରତର ବିକାଶ ସହ ପ୍ରତି ପୁଞ୍ଜି ନିବେଶକାରୀଙ୍କୁ ହାତ ମିଶାଇବାକୁ ମୁଁ ଆମନ୍ତ୍ରଣ କରୁଛି । ଆମେ ଫିନଟେକ ବିଶ୍ୱ ନିର୍ମାଣ କରିବାକୁ ଚାହୁଁଛୁ ଯେଉଁଠି ବୈଷୟିକ ପ୍ରଯୁକ୍ତିଗତ ଜ୍ଞାନ ସବୁ ମଣିଷଙ୍କୁ ସମୃଦ୍ଧ କରିବ । ଏହି ବାର୍ତା ସହ ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରୁଛି । ଧନ୍ୟବାଦ ।

PBD


(Release ID: 2177753) Visitor Counter : 11