ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ହିତାଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ

Posted On: 26 SEP 2025 4:47PM by PIB Bhubaneshwar

ଉପସ୍ଥାପକ- ବର୍ତ୍ତମାନ, ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ମନୋନୀତ ହିତାଧିକାରୀମାନେ ସେମାନଙ୍କର ଅଭିଜ୍ଞତା ପ୍ରକାଶ କରନ୍ତୁ। ପ୍ରଥମେ, ମୁଁ ପଶ୍ଚିମ ଚମ୍ପାରଣ ଜିଲ୍ଲାର ରଞ୍ଜିତ କାଜୀ ଦିଦିଙ୍କୁ ଅନୁରୋଧ କରିବାକୁ ଚାହିଁ ବି ଯେ ସେ ତାଙ୍କର ଅଭିଜ୍ଞତା ବାଣ୍ଟନ୍ତୁ।

ହିତାଧିକାରୀ (ରଞ୍ଜିତ କାଜି)-ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ମୋର ସ୍ବାଦର ପ୍ରଣାମ ମୋର ନାମ ରଞ୍ଜିତ କାଜି। ମୁଁ ପଶ୍ଚିମ ଚମ୍ପାରଣ ଜିଲ୍ଲାର ବଗାହା-ଦୁଇ ବ୍ଲକର ବାଲ୍ମୀକି ଜଙ୍ଗଲ ଅଞ୍ଚଳର ବାସିନ୍ଦା। ମୁଁ ଆଦିବାସୀ ସମ୍ପ୍ରଦାୟର ଏବଂ ଜୀବିକା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡ଼ିତ। ଆମ ଅଞ୍ଚଳ ଏକ ଜଙ୍ଗଲ ଅଞ୍ଚଳ। ମୁଁ କେବେ କଳ୍ପନା କରି ନ ଥିଲି ଯେ ଆମ ଅଞ୍ଚଳରେ ରାସ୍ତା, ବିଜୁଳି, ପାଣି, ଶୌଚାଳୟ ଏବଂ ଶିକ୍ଷା ଭଳି ସୁବିଧା କେବେ ମିଳିବ। କିନ୍ତୁ ଆଜି ଏହି ସମସ୍ତ ସୁବିଧା ଉପଲବ୍ଧ। ଏଥିପାଇଁ ମୁଁ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ମୋର ହୃଦୟରୁ କୃତଜ୍ଞତା ଏବଂ ଧନ୍ୟବାଦ ଜଣାଉଛି। ଆପଣ ଆମ ଭଳି ମହିଳାଙ୍କ ପାଇଁ ଅନେକ କିଛି କରିଛନ୍ତି। ଆପଣ ମହିଳାମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରିଥିଲେ, ଯେଉଁଥିପାଇଁ ଆଜି ଆମେ ସରକାରୀ ଚାକିରି ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ଆହୁରି ଅନେକ ମହିଳାଙ୍କୁ ଦେଖୁଛୁ। ଆପଣ ସାଇକେଲ ଯୋଜନା ଏବଂ ୟୁନିଫର୍ମ ଯୋଜନା କାର୍ଯ୍ୟକାରୀ କରିସାରିଛନ୍ତି। ଝିଅମାନେ ୟୁନିଫର୍ମ ପିନ୍ଧି ଏବଂ ସାଇକେଲ୍ ଚଲାଇ ବିଦ୍ୟାଳୟ ଯାଉଥିବା ଦେଖି ବହୁତ ଭଲ ଲାଗୁଛି| ମାନନୀୟର ପ୍ରଧାନମନ୍ତ୍ରୀ ମହୋଦୟ, ଆପଣ ଯେଉଁ ଉଜ୍ଜ୍ୱଳା ଯୋଜନା ଲାଗୁ କରିଛନ୍ତି, ସେଥିରେ ଏବେ ମହିଳାମାନଙ୍କୁ କମ୍ ମୂଲ୍ୟରେ ଗ୍ୟାସ ସିଲିଣ୍ଡର ମିଳୁଛି। ଏହି କାରଣରୁ, ଆମର ମହିଳାମାନଙ୍କୁ ଆଉ ଧୂଆଁରେ ରୋଷେଇ କରିବାକୁ ପଡୁ ନାହିଁ। ଆପଣମାନେ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇଛନ୍ତି। ଆପଣଙ୍କ ଆଶୀର୍ବାଦରେ, ଆଜି ଆମେ ଆବାସ ଯୋଜନା କାରଣରୁ ସ୍ଥାୟୀ ଘରେ ରହୁଛୁ। ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟ, ନିକଟରେ ଆପଣ 125 ୟୁନିଟ୍ ମାଗଣା ବିଜୁଳି ପ୍ରଦାନ କରିଛନ୍ତି ଏବଂ ପେନସନକୁ 400 ଟଙ୍କାରୁ 1100 ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହା ମହିଳାମାନଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିଛି। ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ ମହିଳାଙ୍କ ଆକାଉଣ୍ଟକୁ ଦୁଇ ଲକ୍ଷ ଦଶ ହଜାର ଟଙ୍କା ଟ୍ରାନ୍ସଫର ହେବା ଆମକୁ ବହୁତ ଖୁସି ଦେଉଛି, ଏବଂ ମୁଁ ମଧ୍ୟ ବହୁତ ଖୁସି। ଯେତେବେଳେ 10,000 ଟଙ୍କା ମୋ ଆକାଉଣ୍ଟକୁ ଆସିବ, ମୁଁ ଏହା ସହିତ ଏକ ପମ୍ପ ସେଟ୍ କିଣିବି, କାରଣ ମୁଁ କୃଷି କାର୍ଯ୍ୟ ସହିତ ଜଡିତ। ମୁଁ ଜୱାର ଏବଂ ବାଜରା ଚାଷ କରିବି। ତା 'ପରେ, ଯେତେବେଳେ 2 ଲକ୍ଷ ଟଙ୍କା ଆମ ଆକାଉଣ୍ଟକୁ ଆସିବ, ମୁଁ ଜୱାର  ଏବଂ ବାଜରାରୁ ତିଆରି ଅଟା ବ୍ୟବସାୟ ଆରମ୍ଭ କରିବି। ଏହା ସ୍ୱଦେଶୀ   ବିଚାରଧାରାକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଯଦି ଆପଣଙ୍କର ସମର୍ଥନ ଏହିପରି ଜାରି ରହିବ, ତେବେ ଆମର ନିଯୁକ୍ତି ବୃଦ୍ଧି ପାଇବ, ଆମେ ପ୍ରଗତି କରିବୁ, ଏବଂ ଆମେ 'ଲକ୍ଷପତି ଦିଦି "ହେବୁ। ଏହି ସମୟରେ ଆମର ଭଉଣୀମାନେ ବହୁତ ଖୁସିରେ ଅଛନ୍ତି। ନବରାତ୍ରୀ ପର୍ବ ସହିତ ସେମାନେ ମାନନୀୟ ମୁଖ୍ୟମନ୍ତ୍ରୀ ରୋଜଗାର ଯୋଜନାକୁ ମଧ୍ୟ ଏକ ପର୍ବ ଭାବେ ପାଳନ କରୁଛନ୍ତି। ପଶ୍ଚିମ ଚମ୍ପାରଣର ସମସ୍ତ ଭଉଣୀମାନଙ୍କ ତରଫରୁ ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଆପଣଙ୍କୁ ଧନ୍ୟବାଦ।

ଉପସ୍ଥାପକ-ଧନ୍ୟବାଦ, ଦିଦି ଏବେ ମୁଁ ଭୋଜପୁର ଜିଲ୍ଲାର ରୀତା ଦେବୀ ଦିଦିଙ୍କୁ ତାଙ୍କ ଅନୁଭୂତି ବାଣ୍ଟିବା ପାଇଁ ଅନୁରୋଧ କରିବାକୁ ଚାହୁଁଛି

ହିତାଧିକାରୀ (ରୀତା ଦେବୀ)-ମୁଁ ସମଗ୍ର ଆରା ଜିଲ୍ଲା ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ମୋର ସମ୍ମାନଜନକ ଶୁଭେଚ୍ଛା ଜଣାଉଛି ମୋର ନାମ ରୀତା ଦେବୀ ହଟେ,  ମୁଁ ଆରା ଜିଲ୍ଲାର କୋଇଲା ପୋଲିସ ଷ୍ଟେସନର ମହମ୍ମଦପୁର ଗ୍ରାମ, ଦୌଲତପୁର ପଞ୍ଚାୟତରୁ ଆସିଛି 2015ରେ ମୁଁ ଏକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହେଲି ସଦସ୍ୟ ହେବା ପରେ, ମୁଁ 5000 ଟଙ୍କାର ପ୍ରଥମ କିସ୍ତିରେ ଚାରୋଟି ଛେଳି କିଣିଲି ଏବଂ ଛେଳି ପାଳନ ମାଧ୍ୟମରେ ମୋର ଜୀବିକା ଆରମ୍ଭ କଲି ମୁଁ ଉପାର୍ଜନ କରିଥିବା ଆୟରୁ, ମୁଁ 50ଟି କୁକୁଡ଼ା କିଣିଲି ଏବଂ ଏକ ଅଣ୍ଡା ବ୍ୟବସାୟ ମଧ୍ୟ ଆରମ୍ଭ କଲି ଆମେ ଅଣ୍ଡା ମଧ୍ୟ 100 ଟଙ୍କାରେ ବିକ୍ରି କରିଥିଲୁ 15 ଟଙ୍କାରେ ଆମ୍ଭେମାନେ କୁକୁଡ଼ା ବିକ୍ରି କଲୁ ଗୋଟିଏ ମାଛ ବାକ୍ସରେ  ଛୁଆମାନଙ୍କୁ ବଢେଇବା ଆରମ୍ଭ କଲୁ, ସେଥିରେ ଆଲୁଅ ଥିଲା, ଯାହା ଦ୍ୱାରା ମୋର ପରିବାରର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ଘଟିଲା ଭାଇ, ମୁଁ ଏପରିକି ଜଣେ ଲକ୍ଷପତି ଦିଦି ଏବଂ ଜଣେ ଡ୍ରୋନ୍ ଦିଦି ମଧ୍ୟ ହେଲି ମୋର ବିକାଶ ଉଲ୍ଲେଖନୀୟ, ମୁଁ ପୁଣିଥରେ ଆରା ଜିଲ୍ଲାର ସମସ୍ତ ମହିଳାମାନଙ୍କ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି

ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଆରମ୍ଭ ହେବା ପରଠାରୁ ଗାଁ ଏବଂ ସ୍ଥାନୀୟ ଅଞ୍ଚଳରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି । ମହିଳାମାନେ ବେଶ୍ ଖୁସିରେ ଅଛନ୍ତି, କିଛି ଦିଦି କହୁଛନ୍ତି, ଆମେ ଗୋପାଳନ କରି ପୁଞ୍ଜି ନିବେଶ କରିଥିଲୁ । କିଛି ଛେଳିରେ, କିଛି ଚୁଡ଼ି ଦୋକାନ ଖୋଲିଥିଲେ ମୋ ପାଇଁ, ଯେତେବେଳେ 10,000 ଟଙ୍କାର ପ୍ରଥମ କିସ୍ତି ଆସିଲା, ମୁଁ ଆହୁରି 100ଟି କୁକୁଡ଼ା କିଣିଲି, କାରଣ ଶୀତ ଋତୁରେ ଅଣ୍ଡାର ଚାହିଦା ବଢ଼ିଥାଏ । ତେଣୁ ମୁଁ ଆହୁରି 100ଟି କୁକୁଡ଼ା କିଣି ମୋର କୁକୁଡ଼ା ବ୍ୟବସାୟ ଆରମ୍ଭ କଲି ଯେତେବେଳେ 2 ଲକ୍ଷ ଟଙ୍କା ଆସିବ, ମୁଁ ମେସିନ୍ ସହିତ ଏକ କୁକୁଡ଼ା ଫାର୍ମ ସ୍ଥାପନ କରିବି, ମୋର ବ୍ୟବସାୟକୁ ବଢେଇକି ଏବଂ ମୋର ବ୍ୟବସାୟକୁ ଜୀବିକା ମଜବୁତ କରିବି। ସରକାରୀ ଯୋଜନାଗୁଡ଼ିକ ଆମ ଜୀବନକୁ ବଦଳାଇ ଦେଇଛି ଭାଇ ଉଦାହରଣ ସ୍ୱରୂପ, ପୂର୍ବରୁ ଆମେ କାଦୁଅ ଘରେ ରହୁଥିଲୁ, ଯାହା ବର୍ଷା ସମୟରେ ଲିକ୍ ହେଉଥିଲା, କିନ୍ତୁ ବର୍ତ୍ତମାନ ଆମର ସବୁ ସମଗ୍ର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସ୍ଥାୟୀ ଘର ଅଛି, ଏବଂ ସମସ୍ତ ଦିଦି ନିଜ ଘରେ ଖୁସିରେ ରହୁଛନ୍ତି ଯଦି ଶୌଚାଳୟ କଥା କହିବା, ତେବେ ପୂର୍ବରୁ କ୍ଷେତକୁ ଶୌଚ ପାଇଁ ଯିବାରେ ଆମକୁ ବହୁତ ଲାଜ ଲାଗୁଥିଲା, କିନ୍ତୁ ଏବେ ଗାଁର ପ୍ରତ୍ୟେକ ଘରେ ଶୌଚାଳୟ ଅଛି, କୌଣସି ମହିଳାଙ୍କୁ ବାହାରକୁ ଯିବାର ଆବଶ୍ୟକତା ନାହିଁ ନାଲ ସେ ଜଳ ଯୋଜନା ଆରମ୍ଭ ହେବା ପରଠାରୁ, ଆମେ ଗାଁରେ ଶୁଦ୍ଧ ପାନୀୟ ଜଳ ପାଉଛୁ, ଏବଂ ଏହା ଆମକୁ ଅନେକ ରୋଗରୁ ମୁକ୍ତ କରିଛି, ଭାଇ, କାରଣ ଆମେ ଶୁଦ୍ଧ ପାନୀୟ ଜଳ ପାଇବା ଆରମ୍ଭ କରିଛୁ ଯେହେତୁ ଆମେ ଉଜ୍ଜ୍ୱଳା ଗ୍ୟାସ୍ ଯୋଜନା ଅଧୀନରେ ଏକ ଗ୍ୟାସ୍ ସଂଯୋଗ ପାଇଛୁ, ଆମେ ଖାଦ୍ୟ ରାନ୍ଧିବା ପାଇଁ ଧୂଆଁଯୁକ୍ତ ଚୁଲ୍ଲାକୁ ଛାଡିଛୁ ପୂର୍ବରୁ, ଚୁଲିରୁ ବାହାରୁଥିବା ଧୂଆଁ ଆଖିରେ ଜଳାପୋଡ଼ା ସୃଷ୍ଟି କରୁଥିଲା ଏବେ ଆମେ ଗ୍ୟାସରେ ରୋଷେଇ କରୁଛୁ ଏବଂ ବହୁତ ଖୁସି ଅଛୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଆମେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସେବା ପାଉଛୁ ।ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ ହେଉନାହିଁ, 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ଯେବେଠାରୁ ଆମକୁ 125 ୟୁନିଟ୍ ମାଗଣା ବିଜୁଳି ମିଳିବା ଆରମ୍ଭ ହେଲା, ଏବେ ସବୁଆଡ଼େ ଆଲୁଅ ଜଳୁଛି । ପୂର୍ବେ ସନ୍ଧ୍ୟାରେ ଅନ୍ଧାର ରହୁଥିଲା, ପୂର୍ବରୁ ଆମେ ପିଲାମାନଙ୍କୁ ଲାଇଟ୍ ଶୀଘ୍ର ବନ୍ଦ କରିବାକୁ କହୁଥିଲୁ, କିନ୍ତୁ ଏବେ ସେମାନେ ବିନା ବ୍ୟସ୍ତତାରେ ଆରାମରେ ପଢ଼ିପାରିବେ, ସେମାନେ ଏବେ ବିଜୁଳି ଆଲୋକ ଯୋଗୁଁ ଖୁସିରେ ଅଧ୍ୟୟନ କରିପାରୁଛନ୍ତି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେତେବେଳେ ମହିଳାମାନେ ଏହି ଯୋଜନାଗୁଡ଼ିକରୁ ଉପକୃତ ହୁଅନ୍ତି, ସେତେବେଳେ ସେମାନଙ୍କ ପିଲାମାନେ ମଧ୍ୟ ଉପକୃତ ହୁଅନ୍ତି ପୂର୍ବରୁ ଦିଦିମାନଙ୍କୁ ବହୁତ ଦୂର ବାଟକୁ  ଚଳିବାକୁ  ଚାଲିବାକୁ ପଡ଼ୁଥିଲା, କିନ୍ତୁ ଏବେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଯିବା ପାଇଁ ସାଇକେଲ ଦିଆଯାଉଛି,  ପିଲାମାନେ ୟୁନିଫର୍ମ ପିନ୍ଧି ସାଇକେଲ୍ ଚଲେଇ ଯେତେବେଳେ ସବୁ  ପିଲା, ସମାନ ୟୁନିଫର୍ମ ପିନ୍ଧି, ରାସ୍ତାରେ ଏକାଠି ସାଇକେଲରେ ଯାଉଛନ୍ତି, ସେତେବେଳେ ଏହା ଚମତ୍କାର ଦେଖାଯାଏ | ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାଇ, ମୁଁ ନିଜେ ସ୍କୁଲରେ ପଢ଼ୁଥିବା ସମୟରେ ଏକ ସାଇକେଲ ଏବଂ ଏକ ୟୁନିଫର୍ମ ପାଇଥିଲି ୟୁନିଫର୍ମ ପିନ୍ଧି ସାଇକେଲରେ ସ୍କୁଲ ଯିବା ଏକ ସ୍ୱତନ୍ତ୍ର ଅନୁଭୂତି ଥିଲା। ସେଥିପାଇଁ ସମଗ୍ର ଆରା ଜିଲ୍ଲା ତରଫରୁ, ସମସ୍ତ ଭଉଣୀ ଏବଂ ମହିଳାଙ୍କ ତରଫରୁ, ମୁଁ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ନିତୀଶ ଭାଇଙ୍କୁ ହୃଦୟରୁ ଧନ୍ୟବାଦ ଏବଂ ଆଶୀର୍ବାଦ ଜଣାଉଛି

(ଡିସକ୍ଳେମର:- ଆରା ଜିଲ୍ଲାର ହିତାଧିକାରୀ ରୀତା ଦେବୀ ସ୍ଥାନୀୟ ଉପଭାଷାରେ ନିଜର ମତ ପ୍ରକାଶ କରିଥିଲେ, ଯାହା ବର୍ତ୍ତମାନ ଓଡିଆରେ ଅନୁବାଦିତ ହୋଇଛି)

ପ୍ରଧାନମନ୍ତ୍ରୀ- ରୀତା ଦିଦି, ଆପଣ ବହୁତ ଶୀଘ୍ର କଥା କହୁଛନ୍ତି, ଏବଂ ଆପଣ ସମସ୍ତ ଯୋଜନାର ନାମ ମଧ୍ୟ ଉଲ୍ଲେଖ କରିଛନ୍ତି। ଆପଣ ବହୁତ ଭଲ କଥା କହୁଛନ୍ତି, ଆପଣ ସବୁକିଛି ବହୁତ ଭଲ ଭାବରେ ବର୍ଣ୍ଣନା କରିଛନ୍ତି। ଆପଣ କେତେ ପାଠ ଅଧ୍ୟୟନ କରିଛନ୍ତି, ରୀତା ଦିଦି?

ହିତାଧିକାରୀ (ରୀତା ଦିଦି)-ଭାଇ, ମୁଁ ଜୀବିକା (ସ୍ୱୟଂ ସହାୟକ ଗୋଷ୍ଠୀ) ରେ ଯୋଗଦେବା ପରେ ମୁଁ ପଢ଼ିବା ଆରମ୍ଭ କଲି। ମୁଁ ମାଟ୍ରିକ ପାସ କଲି, ତା 'ପରେ ଇଣ୍ଟରମିଡିଏଟ୍, ତା' ପରେ ବି. ଏ. କଲି। ଏବେ ମୁଁ ଏମ୍. ଏ. ରେ ଆଡମିଶନ ନେଇଛି।

ପ୍ରଧାନମନ୍ତ୍ରୀ-ଓଃ, ଚମତ୍କାର!

ହିତାଧିକାରୀ (ରୀତା ଦିଦି)-ଏବେ ମୁଁ ଜୀବିକା ମାଧ୍ୟମରେ ଅଧ୍ୟୟନ କରୁଛି। ଭାଇ, ପୂର୍ବରୁ ମୁଁ ଶିକ୍ଷିତ ନଥିଲି।

ପ୍ରଧାନମନ୍ତ୍ରୀ-ଠିକ୍ ଅଛି, ଆପଣଙ୍କୁ ଅନେକ ଅନେକ ଶୁଭକାମନା !

ହିତାଧିକାରୀ (ରୀତା ଦିଦି)-ଭାଇୟା, ସମସ୍ତ ଦିଦିମାନଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ ଆଶୀର୍ବାଦ। ଉପସ୍ଥାପକ-ଧନ୍ୟବାଦ, ରୀତା ଦେବୀ ଦିଦି। ଏବେ ମୁଁ ଗୟା ଜିଲ୍ଲାର ନୁରଜାହାନ ଖାତୁନ ଦିଦିଙ୍କୁ ତାଙ୍କ ଅନୁଭୂତି ବାଣ୍ଟିବା ପାଇଁ ନିମନ୍ତ୍ରଣ କରିବାକୁ ଚାହୁଁଛି।

ହିତାଧିକାରୀ (ନୁରଜାହାନ୍ ଖାତୁନ୍)-ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ମୋର ସମ୍ମାନଜନକ ଶୁଭେଚ୍ଛା। ମୋର ନାମ ନୁରଜାହାନ ଖାତୁନ। ମୁଁ ଗୟା ଜିଲ୍ଲାର ବୋଧଗୟା ଅନ୍ତର୍ଗତ ଝିକାଟିଆ ବ୍ଲକର ଝିକାଟିଆ ଗାଁର ବାସିନ୍ଦା। ମୁଁ ଗୁଲାବ ଜୀ ବିକାଶ ସ୍ୱୟଂ ସହାୟକ ଗୋଷ୍ଠୀର ଅଧ୍ୟକ୍ଷ। ସର୍ବପ୍ରଥମେ, ଯେତେବେଳେ ଆମେ ଶୁଣିଲୁ ଯେ ଆମକୁ ଜୀବିକା ପାଇଁ 10,000 ଟଙ୍କାର ପ୍ରଥମ କିସ୍ତି ମିଳିଲା, ସମସ୍ତେ ବହୁତ ଖୁସି ହୋଇଥିଲେ। ଘର, ପଡ଼ୋଶୀ ଏବଂ ସମଗ୍ର ଗ୍ରାମରେ ଉତ୍ସାହ ଅଛି | ମହିଳାମାନେ ଏକାଠି ବସି ଆଲୋଚନା କରୁଛନ୍ତି ଯେ ବର୍ତ୍ତମାନ ସେମାନେ ପ୍ରକୃତରେ ଚାହୁଁଥିବା କାର୍ଯ୍ୟକୁ ଗ୍ରହଣ କରିବାକୁ ସକ୍ଷମ ହେବେସବୁଆଡେ ଖୁସିର ବାତାବରଣ ଦେଖିବାକୁ ମିଳିଥାଏ। ଯେତେବେଳେ ମୁଁ 10,000 ଟଙ୍କାର ପ୍ରଥମ କିସ୍ତି ପାଇବି, ମୁଁ ମୋ ସିଲେଇ ଦୋକାନରେ ଏକ ବଡ଼ କାଉଣ୍ଟର ନିର୍ମାଣ କରିବାକୁ ଯୋଜନା କରିବି। ମୁଁ ସେଠାରେ ସାମଗ୍ରୀ ପ୍ରଦର୍ଶନ କରିବି ଏବଂ ସେଗୁଡ଼ିକୁ ବିକ୍ରି କରିବି। ମୁଁ ପୂର୍ବରୁ ଏକ ସିଲେଇ ଦୋକାନ ଚଳାଉଛି। ପୂର୍ବରୁ ମୋ ସ୍ୱାମୀ ବାହାରେ ସିଲେଇ କାମ କରୁଥିଲେ, କିନ୍ତୁ ଏବେ ମୁଁ ତାଙ୍କୁ ଫେରାଇ ଆଣିଛି, ଏବଂ ସ୍ୱାମୀ-ସ୍ତ୍ରୀ ଭାବେ ଆମେ ଏକାଠି ଦୋକାନ ଚଳାଉଛୁ। ମୁଁ 10 ଜଣଙ୍କୁ ନିଯୁକ୍ତି ମଧ୍ୟ ଦେଇଛି। ଆଗକୁ ଦେଖିବା, ଯଦି ମୁଁ 2 ଲକ୍ଷ ଟଙ୍କା କିସ୍ତି ପାଏ, ମୁଁ ମୋର ବ୍ୟବସାୟକୁ ଆହୁରି ବିସ୍ତାର କରିବି, ଅଧିକ ମେସିନ୍ କିଣିବି, ଏବଂ ଆହୁରି 10 ଜଣଙ୍କୁ ନିଯୁକ୍ତି ଦେବି। ଆମ ମୁଖ୍ୟମନ୍ତ୍ରୀ ଭାଇ ସର୍ବଦା ଆମକୁ ମହିଳାମାନଙ୍କୁ ମନେ ରଖିଛନ୍ତି ଏବଂ ଆମକୁ ଆଗକୁ ବଡିବାରେ ପ୍ରଗତି କରିବାରେ ସାହାଯ୍ୟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ରହିଛି ଯାହା ଉପରେ ମୁଁ ଆଲୋଚନା କରିବାକୁ ଚାହୁଁଛି। ପୂର୍ବରୁ, ଆମେ ଆମ ରୋଷେଇ ଘରେ ଲଣ୍ଠନ ଏବଂ ତେଲ ଦୀପ ବ୍ୟବହାର କରୁଥିଲୁ। କିନ୍ତୁ ଯେହେତୁ 125 ୟୁନିଟ୍ ବିଦ୍ୟୁତ୍ ମାଗଣା କରାଯାଇଛି। ସେହିଦିନଠାରୁ ମୁଁ ଏପର୍ଯ୍ୟନ୍ତ ଏକ ବିଲ୍ ପାଇ ନାହିଁ। ସେଥିରୁ ସଞ୍ଚୟ ହୋଇଥିବା ଅର୍ଥ ଟ୍ୟୁସନ ଫି ଏବଂ ପିଲାମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରାଯାଇଥାଏ। ପୂର୍ବରୁ, ବିଲ୍ ବୋଝ କାରଣରୁ ଗରିବରୁ ଅତି ଗରିବ  ମହିଳାମାନେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନେବାକୁ ମନ ବଳାଉ ନ ଥିଲେ ।   ଆଜି ମୁଁ ଅନୁଭବ କରୁଛି ଯେ ଆଜି ଶତ ପ୍ରତିଶତ ପରିବାର, ଏପରିକି ଗରିବ ଲୋକଙ୍କ ପାଖରେ ମଧ୍ୟ ବିଦ୍ୟୁତ ସଂଯୋଗ ରହିଛି, ଏବଂ ସେମାନଙ୍କ ପିଲାମାନେ ଏବେ ରାତିରେ ବଲ୍ବର ଆଲୋକରେ ଅଧ୍ୟୟନ କରୁଛନ୍ତି। ଭାଇ, ଅତୀତରେ, ଯେତେବେଳେ ଆମ ପାଖରେ କୌଣସି ସ୍ୱୟଂ ସହାୟକ ଗୋଷ୍ଠୀ ନଥିଲା, ଆମେ କ୍ୱଚିତ୍ ଆମ ଘରୁ ବାହାରକୁ ପାଦ ରଖିଥାଉ। ଯେତେବେଳେ ଆମେ ପ୍ରଥମେ ଗୋଷ୍ଠୀ କାର୍ଯ୍ୟକଳାପ ପାଇଁ ବାହାରକୁ ବାହାରିବା ଆରମ୍ଭ କଲୁ, ଆମକୁ ଗାଳି ଦିଆଯାଇଥିଲା ଏବଂ ଏପରିକି ସ୍ୱାମୀମାନଙ୍କ ମାଡ଼ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥିଲା। ଭୟ କାରଣରୁ, ଆମେ ଅଧିକ ବାହାରକୁ ଯାଇ ନ ଥିଲୁ। କିନ୍ତୁ ଆଜି, ଯଦି କେହି, କୌଣସି ଭଦ୍ରବ୍ୟକ୍ତି କିମ୍ବା ଅତିଥି ଆମ ଘରକୁ ଆସନ୍ତି, ତେବେ ଆମ ସ୍ୱାମୀ କିମ୍ବା ପରିବାରର ସଦସ୍ୟମାନେ ପ୍ରଥମେ ଆମକୁ କହିବେ।  "ବାହାରକୁ ଯାଅ, ଦେଖ କେହି ଆପଣଙ୍କୁ ଭେଟିବାକୁ ଆସିଛନ୍ତି।" ବର୍ତ୍ତମାନ, ଯେତେବେଳେ ଆମେ ବାହାରକୁ ପାଦ ରଖିଛୁ, ସେତେବେଳେ ଆମ ପରିବାର ଖୁସି ଏବଂ ଗର୍ବିତ ଯେ ସେମାନଙ୍କ ମହିଳାମାନେ ବାହାରେ ସକ୍ରିୟ ଅଛନ୍ତି ଏବଂ ଜୀବିକା ନିର୍ବାହ କରୁଛନ୍ତି। ମୁଁ ମଧ୍ୟ ଏହି କାର୍ଯ୍ୟରେ ଖୁସି ଅନୁଭବ କରୁଛି କାରଣ ମୁଁ ନିଯୁକ୍ତି ସୃଷ୍ଟି କରିବାକୁ ଏବଂ ଅନ୍ୟମାନଙ୍କୁ ତାଲିମ ଦେବାକୁ ସକ୍ଷମ ହୋଇଛି। ମୋ ସ୍ୱାମୀ ଜଣେ ଅଲ ରାଉଣ୍ଡର ମାଷ୍ଟର, ଦର୍ଜି ମାଷ୍ଟର। ଭାଇ, ପୂର୍ବରୁ ମୁଁ ମୋ ସ୍ୱାମୀଙ୍କୁ ଆମ ପରିବାରର ଲୋକମାନେ  ସମ୍ପତ୍ତି ବୋଲି ବିବେଚନା କରୁଥିଲେ। କିନ୍ତୁ ଆଜି ମୋ ସ୍ୱାମୀ ମଧ୍ୟ ମୋତେ ଲକ୍ଷପତି ବୋଲି ବିବେଚନା କରନ୍ତି ଏବଂ କୁହନ୍ତି ଯେ ଆମ ଘରର ପ୍ରକୃତ ସମ୍ପଦ ମୁଁ। ଭାଇ, ଆମେ ବହୁ ଦାରିଦ୍ରତା ମଧ୍ୟରେ ଉଠିଛୁ। ଆମେ   ଝୁମ୍ପୁଡ଼ିରେ ରହୁଥିଲୁ, କିନ୍ତୁ ଆଜି ଆମେ ଖୁସିରେ ରହୁଛୁ, ଯେପରି ଏକ ରାଜପ୍ରାସାଦରେ। ଗୟା ଜିଲ୍ଲାର ସମସ୍ତ ମହିଳାଙ୍କ ତରଫରୁ ମୁଁ ମୋର ପ୍ରଧାନମନ୍ତ୍ରୀ ଭାଇ ମହୋଦୟଏବଂ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ହୃଦୟରୁ ଶୁଭେଚ୍ଛା ଏବଂ ଆଶୀର୍ବାଦ କରୁଛି। ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।

ପ୍ରଧାନମନ୍ତ୍ରୀ-ନୁର୍ଜାହାନ୍ ଦିଦି, ଆପଣ ସବୁକିଛି ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି। ମୁଁ ଚାହୁଁଛି ଆପଣ ମୋ ପାଇଁ ଗୋଟିଏ କାମ କରନ୍ତୁ।

ହିତାଧିକାରୀ (ନୁରଜାହାନ ଖାତୁନ)-ହଁ, ଅବଶ୍ୟ।

ପ୍ରଧାନମନ୍ତ୍ରୀ-ଆପଣ ବହୁତ ଭଲ ଭାବେ ବୁଝାଇଛନ୍ତି। ଯଦି ଆପଣ ସପ୍ତାହରେ ଗୋଟିଏ ଦିନ ଖର୍ଚ୍ଚ କରି ବିଭିନ୍ନ ଅଞ୍ଚଳ କିମ୍ବା ଗ୍ରାମକୁ ଯାଇପାରିବେ, 50-100 ଦିଦିମାନଙ୍କୁ ଏକାଠି କରିପାରିବେ ଏବଂ ସେମାନଙ୍କୁ ଏହି ଜିନିଷଗୁଡ଼ିକ ବୁଝାଇ ପାରିବେ, ତେବେ ଏହା ସେମାନଙ୍କ ଜୀବନ ପାଇଁ ମଧ୍ୟ ଏକ ବଡ଼ ପ୍ରେରଣା ହେବ। କାରଣ ଆପଣ ସମ୍ପୂର୍ଣ୍ଣ ଭାବେ ନିଜ ଅଭିଜ୍ଞତାରୁ, ହୃଦୟରୁ ଏବଂ ଏପରିକି ନିଜ ଘରୋଇ ଯାତ୍ରାକୁ ସେୟାର କରୁଛନ୍ତି। ମୁଁ ବିଶ୍ୱାସ କରୁଛି ଯେ ଯେତେବେଳେ ଆମର ମାଆ ଏବଂ ଭଉଣୀମାନେ ଆପଣଙ୍କ କଥା ଶୁଣିବେ, ସେମାନେ ଗଭୀର ପ୍ରେରଣା ଅନୁଭବ କରିବେ। ଆପଣ ବହୁତ ଭଲ ଭାବେ କଥା କହିଛନ୍ତି। ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଏବଂ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ହିତାଧିକାରୀ (ନୁରଜାହାନ ଖାତୁନ)-ହଁ ଭାଇ, ମୁଁ ସେମାନଙ୍କୁ ନିଶ୍ଚୟ ବୁଝାଇବି।

ଉପସ୍ଥାପକ-ଧନ୍ୟବାଦ, ଦିଦି। ଏବେ, ଶେଷରେ, ମୁଁ ପୂର୍ଣ୍ଣିୟା ଜିଲ୍ଲାର ପୁତୁଲ ଦେବୀ ଦିଦିଙ୍କୁ ତାଙ୍କ ଅନୁଭୂତି ବାଣ୍ଟିବା ପାଇଁ ନିମନ୍ତ୍ରଣ କରିବାକୁ ଚାହୁଁଛି।

ହିତାଧିକାରୀ (ପୁତୁଲ ଦେବୀ)- ମାନନୀୟ ପ୍ରଧାନମନ୍ତ୍ରୀଜୀ ଏବଂ ମାନନୀୟ ମୁଖ୍ୟମନ୍ତ୍ରୀ ଜୀଙ୍କୁ ମୋର ସମ୍ମାନପୂର୍ବକ ଶୁଭେଚ୍ଛା। ମୋର ନାମ ପୁତୁଲ ଦେବୀ। ମୁଁ ଭବାନୀପୁରରୁ ଆସିଛି, ଏବଂ ମୁଁ ମୁସ୍କାନ୍ ସ୍ୱୟଂ ସହାୟକ ଗୋଷ୍ଠୀର ସଚିବ। ଆଜି ମୁଁ ବହୁତ ଖୁସି ଅନୁଭବ କରୁଛି ଯେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ 10 ହଜାର ଟଙ୍କା ଦିଆଯାଉଛି। ପୂର୍ବରୁ ମୁଁ ଲଡ଼ୁ ଏବଂ ବତାସାଶେ (ପାରମ୍ପରିକ ମିଠା) ବିକ୍ରି କରୁଥିବା ଏକ ଦୋକାନ ଚଳାଉଥିଲି। ଏବେ ମୁଁ ଟିକ୍କି, ବାଲୁଶାହୀ, ଜଲେବୀ ଏବଂ ବର୍ଫି ମଧ୍ୟ ପ୍ରସ୍ତୁତ କରିବି। ଅଧିକ ପରିଶ୍ରମ କରି ମୁଁ 2 ଲକ୍ଷ ଟଙ୍କା ସହାୟତା ମଧ୍ୟ ପାଇବି, ଯାହା ଦ୍ୱାରା ମୁଁ ମୋର ଦୋକାନକୁ ବିସ୍ତାର କରିବି ଏବଂ ଅଧିକ କର୍ମଚାରୀ ନିଯୁକ୍ତ କରିବି। ଆହୁରି ମଧ୍ୟ, ଆପଣ ଯେଉଁ ଜୀବିକା ବ୍ୟାଙ୍କ ଆରମ୍ଭ କରିଛନ୍ତି, ସେଥିରେ ମୁଁ କମ୍ ସୁଧ ହାରରେ ଋଣ ନେବି ଏବଂ ମୋର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବି। ମାନନୀୟ ପ୍ରଧାନମନ୍ତ୍ରୀ ଜୀଙ୍କ ସ୍ୱଦେଶୀ ଆହ୍ୱାନକୁ ସମର୍ଥନ କରି ମୁଁ ଦେଶକୁ ମଧ୍ୟ ମଜବୁତ କରିବି। ମୁଁ ବହୁତ ଖୁସି ଯେ ମୋ ଶାଶୁଙ୍କ ପେନସନ 400 ଟଙ୍କାରୁ 1100 ଟଙ୍କାକୁ ବୃଦ୍ଧି କରାଯାଇଛି, ଏବଂ 125 ୟୁନିଟ୍ ମାଗଣା ବିଦ୍ୟୁତ୍ ସହିତ ମୁଁ ଅଧିକ ସଞ୍ଚୟ କରିପାରିବି ଏବଂ ମୋ ପିଲାଙ୍କୁ ଆହୁରି ଶିକ୍ଷିତ କରିପାରିବି। ପୂର୍ଣ୍ଣିୟା ଜିଲ୍ଲାର ସମସ୍ତ ବାସିନ୍ଦାଙ୍କ ତରଫରୁ, ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ଜୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଜୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ଯେ ଏପରି ଏକ ଯୋଜନା ଆଣିଛନ୍ତି ଯାହା ଆମ ଘରକୁ ଖୁସିରେ ଭରି ଦେଇଛି। ମୁଁ ଆପଣଙ୍କୁ ହୃଦୟରୁ ପ୍ରଣାମ କରୁଛି। ଆପଣଙ୍କୁ ଧନ୍ୟବାଦ।

ପ୍ରଧାନମନ୍ତ୍ରୀ-ପୁତୁଲ ଜୀ, ପୁତୁଲ ଦିଦି, ଆପଣ ଯେବେଠାରୁ ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି, ଆରମ୍ଭରେ ଆପଣଙ୍କ ପରିବାରରୁ, ପଡ଼ୋଶୀମାନଙ୍କ ଠାରୁ, ଦୋକାନରେ ବସିବାକୁ ଗ୍ରାମବାସୀମାନେ ଆପଣଙ୍କୁ ନିରୁତ୍ସାହିତ କରିବା ଭଳି କିଛି ଅସୁବିଧାର ସମ୍ମୁଖୀନ ହୋଇଥିବେ।

ହିତାଧିକାରୀ (ପୁତୁଲ ଦେବୀ)-ଆଜ୍ଞା। ସମସ୍ତେ ମୋ କାମକୁ ଦେଖି ହସିଥିଲେ, କିନ୍ତୁ ମୁଁ ହାର ମାନିଲି ନାହିଁ। ମୁଁ ଦୃଢ଼ ସଂକଳ୍ପ ସହିତ, ମୁଁ ଲଡ଼ୁ ଏବଂ ବାତସା ତିଆରି କରି ଛୋଟ ଆରମ୍ଭ କଲି। ଯେତେବେଳେ ମୁଁ ଜୀବିକାରେ ଯୋଗ ଦେଲି, ମୁଁ ଋଣ ନେଇଥିଲି। ଆଜ୍ଞା, ସେତେବେଳେ ମୋର ଘର ମଧ୍ୟ ନଥିଲା, କିନ୍ତୁ ଦୋକାନ ସହିତ ମୁଁ ମୋର ଘର ତିଆରି କଲି ଏବଂ ମୁଁ ମୋ ପିଲାକୁ ପାଠ ମଧ୍ୟ ପଢାଉଛି। ଆଜି ମୋ ପୁଅ କଟିହାରରେ ବି. ଟେକ୍ କରୁଛି। ସେ ନିଜ ଯୋଗ୍ୟତା ଆଧାରରେ ଏକ ସରକାରୀ ଅନୁଷ୍ଠାନରେ ଆଡମିଶନ ହାସଲ କରିଛି।

ପ୍ରଧାନମନ୍ତ୍ରୀ- ଓଃ, ଏହା ଚମତ୍କାର, ପୁତୁଲ ଦେବୀ ଜୀ। ଆପଣ ଜଲେବୀ ବିଷୟରେ ଉଲ୍ଲେଖ କରିଛନ୍ତି। ଆପଣ ଜାଣନ୍ତି କି, ଆମ ଦେଶରେ ଏକ ସମୟରେ ଜଲେବୀକୁ ନେଇ ବହୁତ ରାଜନୀତି ହେଉଥିଲା।

ହିତାଧିକାରୀ (ପୁତୁଲ ଦେବୀ)- ଆଜ୍ଞା, ଆଜ୍ଞା ।

ପ୍ରଧାନମନ୍ତ୍ରୀ-ତେବେ ଠିକ୍ ଅଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

ଉପସ୍ଥାପକ- ଧନ୍ୟବାଦ, ଦିଦି।

ଏବେ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା ଅଧୀନରେ 75 ଲକ୍ଷ ମହିଳା ହିତାଧିକାରୀଙ୍କୁ 10,000 ଟଙ୍କା ହାରରେ ଉପକୃତ କରିବା ପାଇଁ 7,500 କୋଟି ଟଙ୍କା ହସ୍ତାନ୍ତର କରିବା ପାଇଁ ରିମୋଟ ବଟନକୁ ଦୟାକରି ଦବାନ୍ତୁ।

******

NS/SLP

 

 

 

 


(Release ID: 2176236) Visitor Counter : 10