ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱ ପାରା-ଆଥଲେଟିକ୍ସରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
06 OCT 2025 4:28PM by PIB Bhubaneshwar
ନୂଆଦିଲ୍ଲୀରେ ଆୟୋଜିତ ବିଶ୍ୱ ପାରା-ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ରେ ଐତିହାସିକ ପ୍ରଦର୍ଶନ କରିଥିବା ଭାରତୀୟ ପାରା-ଆଥଲେଟିକ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ଭାରତ ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୬ଟି ସ୍ୱର୍ଣ୍ଣ ସମେତ ୨୨ଟି ପଦକ ହାସଲ କରିଛି । ଏହା ଦେଶର ପାରା-କ୍ରୀଡ଼ାର ଯାତ୍ରାରେ ଏକ ନୂତନ ଉପଲବ୍ଧି । ଭାରତ ଦ୍ୱାରା ପ୍ରଥମ ଥର ଏହି ପ୍ରତିଷ୍ଠିତ ବୈଶ୍ୱିକ ଆୟୋଜନର ଆୟୋଜକ ହୋଇଥିବାରୁ ଶ୍ରୀ ମୋଦୀ ଗର୍ବ ଭାବନା ବ୍ୟକ୍ତ କରିଥିଲେ ।
ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;
“ଆମ ପାରା-ଆଥଲେଟଙ୍କ ଦ୍ୱାରା ଏକ ଐତିହାସିକ ପ୍ରଦର୍ଶନ!
ଚଳିତ ବର୍ଷର ବିଶ୍ୱ ପାରା-ଆଥଲେଟିକ୍ସ ଚାମ୍ପିଅନସିପ ଅତ୍ୟନ୍ତ ସ୍ୱତନ୍ତ୍ର । ଭାରତ ଏହି ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୬ଟି ସ୍ୱର୍ଣ୍ଣ ସମେତ ୨୨ଟି ପଦକ ହାସଲ କରିଛି । ଆମର କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ । ସେମାନଙ୍କ ସଫଳତା ଅନେକ ଲୋକଙ୍କୁ ପ୍ରେରଣା ଦେବ । ଆମ ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ମୁଁ ଗର୍ବିତ ଏବଂ ମୁଁ ସେମାନଙ୍କ ଭବିଷ୍ୟତର ପ୍ରତ୍ୟେକ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି ।
ଦିଲ୍ଲୀରେ ଏହି କ୍ରୀଡ଼ାକୁ ଆୟୋଜନ କରିବା ମଧ୍ୟ ଭାରତ ପାଇଁ ଏକ ସମ୍ମାନର ବିଷୟ । ଏହି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇଥିବା ପ୍ରାୟ ୧୦୦ ଦେଶର କ୍ରୀଡ଼ାବିତ ଓ ସହାୟକ କର୍ମଚାରୀଙ୍କୁ କୃତଜ୍ଞତା ଜଣାଉଛି ।”
SR
(Release ID: 2175680)
Visitor Counter : 3
Read this release in:
Malayalam
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada