ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତୃଣମୂଳ ସ୍ତରରେ କାର୍ଯ୍ୟରତଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନକୁ କରିଛନ୍ତି ପ୍ରଭାବଶାଳୀ

Posted On: 04 OCT 2025 3:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ସ୍ୱସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’କୁ ଭାରତର ନାରୀ ଶକ୍ତିଙ୍କ ପାଇଁ ପ୍ରଭାବଶାଳୀ ଓ ଲାଭକରୀ କରିବା ଦିଗରେ ତୃଣମୂଳ ସ୍ତରରେ ଅଧିକ ପରିଶ୍ରମ କରୁଥିବା ଲୋକଙ୍କ ପ୍ରଶଂସନୀୟ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅଭିଯାନକୁ ଜନ-ଭାଗିଦାରୀ ଏବଂ ଜନ-ସହଭାଗିତାର ଏକ ଅଭୂତପୂର୍ବ ଉଦାହରଣ ବୋଲି କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି କି, ଏହିପରି ସାମୁହିକ କାର୍ଯ୍ୟ ଜୀବନକୁ ସମୃଦ୍ଧ କରିବା ସହ ଏକ ସ୍ୱସ୍ଥ, ସଶକ୍ତ ସମାଜ ନିର୍ମାଣରେ ମହତ୍ତ୍ବପୂର୍ଣ୍ଣ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେପି ନଡ୍ଡାଙ୍କ ଦ୍ୱାରା ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି;

“ପ୍ରଶଂସନୀୟ ପ୍ରଚେଷ୍ଟା! ସେହି ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ, ଯେଉଁମାନେ କି ଏହି ଅଭିଯାନକୁ ଏତେ ପ୍ରଭାବଶାଳୀ ଏବଂ ଆମର ନାରୀଶକ୍ତିଙ୍କ ପାଇଁ ଲାଭକାରୀ କରିବା ପାଇଁ ତୃଣମୂଳ ସ୍ତରରେ କାମ କରିଛନ୍ତି । ଜୀବନକୁ ସମୃଦ୍ଧ କରିବା ପାଇଁ ଜଗଭାଗିଦାରୀର ଏହା ଏକ ଅଭୂତପୂର୍ବ ଉଦାହରଣ ।”

SR


(Release ID: 2175124) Visitor Counter : 3