ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଲାଣ୍ଡ ଏବଂ ୟୁକ୍ରେନ ଗସ୍ତକରିବେପ୍ରଧାନମନ୍ତ୍ରୀ

प्रविष्टि तिथि: 19 AUG 2024 8:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ମସିହାର ୨୧-୨୨ ଅଗଷ୍ଟରେ ପୋଲାଣ୍ଡ ଗସ୍ତ କରିବେ। ଗତ ୪୫ ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ ଏହା ତାଙ୍କର ପ୍ରଥମ ପୋଲାଣ୍ଡ ଗସ୍ତ

 

ପ୍ରଧାନମନ୍ତ୍ରୀଙ୍କୁ ୱାର୍ସାରେ ଏକ ଆନୁଷ୍ଠାନିକ ସ୍ୱାଗତ କରାଯିବ। ସେ ରାଷ୍ଟ୍ରପତି ମହାମହିମ ଶ୍ରୀଯୁକ୍ତଆଣ୍ଡ୍ରେଜ ସେବାଷ୍ଟିଆନ ଡୁଡାଙ୍କୁ ସାକ୍ଷାତ କରିବେ ଏବଂ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ଡୋନାଲ୍ଡ ଟସ୍କଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀପୋଲାଣ୍ଡରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କ ସହିତ ମଧ୍ୟ ଆଲୋଚନା କରିବେ।

 

ଏହା ପରେ, ପ୍ରଧାନମନ୍ତ୍ରୀ ୟୁକ୍ରେନ ଯାତ୍ରା କରିବେ। ୧୯୯୨ ମସିହାରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଏହା ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ହେବ।

 

ପ୍ରଧାନମନ୍ତ୍ରୀଙ୍କ କିଭଗସ୍ତ ଅବସରରେଦ୍ୱିପକ୍ଷୀୟ ସମ୍ପର୍କର ଅନେକ ପ୍ରମୁଖ ପ୍ରାସଙ୍ଗିକ ଦିଗ ଯଥା- ରାଜନୈତିକ,ବାଣିଜ୍ୟ, ଅର୍ଥନୈତିକ, ବିନିଯୋଗ, ଶିକ୍ଷା, ସାଂସ୍କୃତିକ, ଲୋକ-ସହଭାଗିତା, ମାନବିକ ସହାୟତାଓ ଅନ୍ୟାନ୍ୟ ଅନେକ ଦିଗ ଉପରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ଗସ୍ତ ସମୟରେ ଛାତ୍ରମାନଙ୍କ ସମେତ ଭାରତୀୟ ସମ୍ପ୍ରଦାୟ ସହିତ ମଧ୍ୟ ଆଲୋଚନା କରିବେ।ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ​​ଏବଂ ବ୍ୟାପକ କରିବାରେ ସାହାଯ୍ୟ କରିବ।

 

*****

MT


(रिलीज़ आईडी: 2173667) आगंतुक पटल : 14
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam