ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗତିଶକ୍ତିର 3 ବର୍ଷ ପୂରଣ ହେବା ପରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମ ଠାରେ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିଛନ୍ତି
ପୋଷ୍ଟ କରାଯିବା ଦିନାଙ୍କ:
13 OCT 2024 9:44PM by PIB Bhubaneshwar
13 ଅକ୍ଟୋବର 2024 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗତିଶକ୍ତିର 3 ବର୍ଷ ପୂରଣ ଅବସରରେ ଭାରତ ମଣ୍ଡପମରେ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଭାରତର ଭିତ୍ତିଭୂମି ବିକାଶ ଯାତ୍ରାକୁ ଗତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରିଥିଲେ;
"ଆଜି, ଗତିଶକ୍ତି ତିନି ବର୍ଷ ପୂରଣ କରିବା ପରେ, ଭାରତ ମଣ୍ଡପମ୍ ଯାଇ ଅନୁଭୂତି କେନ୍ଦ୍ର ପରିଦର୍ଶନ କରିଛି, ଯେଉଁଠାରେ ମୁଁ ଏହି ପଦକ୍ଷେପର ପରିବର୍ତ୍ତନକାରୀ ଶକ୍ତିକୁ ଅନୁଭବ କରିଛି।"
"ପ୍ରଧାନମନ୍ତ୍ରୀ ଗତିଶକ୍ତି ଭାରତର ଭିତ୍ତିଭୂମି ବିକାଶ ଯାତ୍ରାକୁ ଗତି ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରକଳ୍ପଗୁଡ଼ିକ ସମୟସୀମା ମଧ୍ୟରେ ସମାପ୍ତ ହେବା ଏବଂ ଯେକୌଣସି ସମ୍ଭାବ୍ୟ ଆହ୍ଵାନକୁ ହ୍ରାସ କରିବା ପାଇଁ ଏହା ପ୍ରଯୁକ୍ତିବିଦ୍ୟାକୁ ଚମତ୍କାର ଭାବରେ ବ୍ୟବହାର କରୁଛି।"
***
SSP
(ରିଲିଜ ଆଡି: 2173421)
ପରିଦର୍ଶକ କାଉଣ୍ଟର : 14
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam