ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିସେମ୍ବର ୨୩ ତାରିଖରେ ନୂଆଦିଲ୍ଲୀର ସିବିସିଆଇ କେନ୍ଦ୍ରରେ କ୍ୟାଥୋଲିକ୍ ବିଶପ୍ ସମ୍ମିଳନୀ ଅଫ୍ ଇଣ୍ଡିଆ ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
22 DEC 2024 2:39PM by PIB Bhubaneshwar
କାର୍ଡିନାଲ୍ ଏବଂ ବିଶପସ୍ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଭାରତର କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟାଳୟରେ ଏଭଳି ଏକ କାର୍ଯ୍ୟକ୍ରମରେ ଜଣେ ପ୍ରଧାନମନ୍ତ୍ରୀ ଯୋଗଦେବା ଏଭଳି ପ୍ରଥମ ଘଟଣା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୩ ତାରିଖ ସନ୍ଧ୍ୟା ୬.୩୦ ରେ ନୂଆଦିଲ୍ଲୀର ସି. ବି. ସି. ଆଇ. କେନ୍ଦ୍ର ପରିସରରେ କ୍ୟାଥୋଲିକ ବିଶପସ୍ କନଫରେନ୍ସ ଅଫ୍ ଇଣ୍ଡିଆ (ସି. ବି. ସି. ଆଇ.) ଦ୍ୱାରା ଆୟୋଜିତ ଖ୍ରୀଷ୍ଟମାସ ଉତ୍ସବରେ ଯୋଗଦେବେ।
କାର୍ଡିନାଲ୍, ବିଶପ୍ ଏବଂ ଚର୍ଚ୍ଚର ପ୍ରମୁଖ ସାଧାରଣ ନେତାମାନଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ଭାବ ବିନିମୟ କରିବେ।
ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଭାରତର କ୍ୟାଥୋଲିକ୍ ଚର୍ଚ୍ଚର ମୁଖ୍ୟାଳୟରେ ଏପରି ଏକ କାର୍ଯ୍ୟକ୍ରମରେ ଯୋଗଦେବେ।
କ୍ୟାଥୋଲିକ୍ ବିଶପ୍ ସମ୍ମିଳନୀ ଅଫ୍ ଇଣ୍ଡିଆ (ସିବିସିଆଇ) ୧୯୪୪ ରେ ସ୍ଥାପିତ ହୋଇଥିଲା ଏବଂ ଏହା ହେଉଛି ଏକ ସଂସ୍ଥା ଯାହା ସମଗ୍ର ଭାରତରେ ସମସ୍ତ କ୍ୟାଥୋଲିକସ୍ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରେ ।
HS
(रिलीज़ आईडी: 2173120)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam