ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଟ୍ରମ୍ପ

Posted On: 16 SEP 2025 11:15PM by PIB Bhubaneshwar

ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବନ୍ଧୁତା ପାଇଁ କୃତଜ୍ଞତା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପଦକ୍ଷେପ ପ୍ରତି ଭାରତର ସମର୍ଥନ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

 

 

ଆମେରିକାର ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଜେ. ଟ୍ରମ୍ପ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ କଲ କରିଥିଲେ

ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ତମ ଜନ୍ମଦିନରେ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କ ବନ୍ଧୁତା ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ

ଭାରତ-ଆମେରିକା ବ୍ୟାପକ ବିଶ୍ୱ ରଣନୈତିକ ସହଭାଗିତାକୁ ଆହୁରି ଗଭୀର କରିବା ପାଇଁ ଦୁଇ ନେତା ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଥିଲେ

ସେମାନେ ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବିକାଶ ଉପରେ ମଧ୍ୟ ମତ ବିନିମୟ କରିଥିଲେ ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ପଦକ୍ଷେପ ପ୍ରତି ପ୍ରଧାନମନ୍ତ୍ରୀ ଭାରତର ସମର୍ଥନ ପ୍ରକାଶ କରିଥିଲେ

ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ

 

SR


(Release ID: 2170498) Visitor Counter : 11