ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇସ୍ରାଏଲ ପ୍ରଧାନମନ୍ତ୍ରୀ, ଜନସାଧାରଣ ଏବଂ ଇହୁଦୀ ସମ୍ପ୍ରଦାୟକୁ ‘ରୋଶ ହଶନାହ’ର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 22 SEP 2025 10:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ, ଇସ୍ରାଏଲର ଜନସାଧାରଣ ଏବଂ ବିଶ୍ୱବ୍ୟାପୀ ସମସ୍ତ ଇହୁଦୀ ସମ୍ପ୍ରଦାୟଙ୍କୁ ରୋଶ ହଶନାହର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଶାନା ତୋବା!

ବନ୍ଧୁ ପ୍ରଧାନମନ୍ତ୍ରୀ @netanyahu, ଇସ୍ରାଏଲର ଜନସଧାରଣ ଏବଂ ବିଶ୍ୱବ୍ୟାପୀ ସମସ୍ତ ଇହୁଦୀ ସମ୍ପ୍ରଦାୟଙ୍କୁ #RoshHashanahର ହାର୍ଦ୍ଦିକ ଶୁଭେଚ୍ଛା । ନୂତନ ବର୍ଷ ପ୍ରତ୍ୟେକଙ୍କ ପାଇଁ ଶାନ୍ତି, ଆଶା ଏବଂ ଉତ୍ତମ ସ୍ୱାସ୍ଥ୍ୟର ବର୍ଷ ହେଉ ବୋଲି କାମନା କରୁଛି ।”

SR


(Release ID: 2169940) Visitor Counter : 2