ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜନ୍ମଦିନରେ ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
17 SEP 2025 8:27PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିଜର ୭୫ତମ ଜନ୍ମଦିନରେ ଦେଶବ୍ୟାପୀ ଓ ବିଦେଶରୁ ଅସଂଖ୍ୟ ଶୁଭକାମନା ବାର୍ତ୍ତା, ଆଶୀର୍ବାଦ ଏବଂ ସ୍ନେହ ପାଇଁ ଜନଶକ୍ତିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି କି ଏହି ସ୍ନେହ ତାଙ୍କୁ ସଶକ୍ତ ବନାଇବା ସହ ପ୍ରେରଣା ଦେଉଛି ।
ପ୍ରଧାନମନ୍ତ୍ରୀ ଆଜି ଏକ୍ସର ଏକ ପୋଷ୍ଟରେ କହିଛନ୍ତି;
“ଜନଶକ୍ତିକୁ କୃତଜ୍ଞତା ।
ଦେଶ, ବିଦେଶରୁ ମିଳିଥିବା ଅଗଣିତ ଶୁଭକାମନା ସନ୍ଦେଶ, ଆଶୀର୍ବାଦ ଏବଂ ସ୍ନେହରେ ବାସ୍ତବରେ ମୁଁ ଅଭିଭୂତ । ଏହି ସ୍ନେହ ମୋତେ ସଶକ୍ତ ବନାଇବା ସହ ପ୍ରେରଣା ଦେଉଛି । ଏଥିପାଇଁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।”
SR
(Release ID: 2168145)
Read this release in:
Assamese
,
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam