ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ୍ମଦିନରେ ଶୁଭକାମନା ପାଇଁ ବିଶ୍ୱ ନେତାମାନଙ୍କୁ କୃତଜ୍ଞତା ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 SEP 2025 3:09PM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୭୫ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ବିଶ୍ୱ ନେତାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଗୁଆନାର ରାଷ୍ଟ୍ରପତି ଡକ୍ଟର ଇରଫାନ ଅଲିଙ୍କୁ ନିଜ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି;

“ରାଷ୍ଟ୍ରପତି ଅଲି, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ଭାରତ ଏବଂ ଗୁଆନା ମଧ୍ୟରେ ବନ୍ଧୁତା ଏବଂ ପାରସ୍ପରିକ ବିଶ୍ୱାସର ଗଭୀର ବନ୍ଧନକୁ ପ୍ରତିଫଳିତ କରୁଥିବା ଆପଣଙ୍କ ଭାବନା ଦ୍ୱାରା ମୁଁ ପ୍ରଭାବିତ ।”

ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କୁ ଧନ୍ୟବାଦ ଦେଇ ଶ୍ରୀ ମୋଦୀ କହିଛନ୍ତି;

“ପ୍ରଧାନମନ୍ତ୍ରୀ ଲକ୍ସନ, ଆପଣଙ୍କ ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ ଆମର ବନ୍ଧୁତାକୁ ମହତ୍ତ୍ଵ ଦେଉଛି । ୨୦୪୭ ପାଇଁ ଭାରତର ଯାତ୍ରାରେ ନ୍ୟୁଜିଲ୍ୟାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ।”

ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଅଲ୍‌ବନିଜଙ୍କୁ ଧନ୍ୟବାଦ ସନ୍ଦେଶରେ ଶ୍ରୀ ମୋଦୀ କହିଛନ୍ତି;

“ମୋର ବନ୍ଧୁ, ପ୍ରଧାନମନ୍ତ୍ରୀ ଅଲ୍‌ବନିଜ, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ଏବଂ ଆମର ଘନିଷ୍ଠ ଲୋକ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଶାବାଦୀ ଅଛି ।”

ଭୁଟାନର ପ୍ରଧାନମନ୍ତ୍ରୀ ଶେରିଂ ଟୋବଗେଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“ପ୍ରଧାନମନ୍ତ୍ରୀ ଶେରିଂ ଟୋବଗେ, ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ । ଭୁଟାନ ସହିତ ଆମର ସ୍ୱତନ୍ତ୍ର ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ମୁଁ ଆପଣଙ୍କ ସହିତ ଏକତ୍ର କାମ କରିବାକୁ ଆଗ୍ରହୀ ଅଛି ।

ଡୋମିନିକା ପ୍ରଧାନମନ୍ତ୍ରୀ ରୁଜଭେଲ୍ଟ ସ୍କେରିଟଙ୍କୁ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ସ୍କେରିଟ । ଭାରତ ଡୋମିନିକା ସହିତ ମୈତ୍ରୀ ଏବଂ ବନ୍ଧୁତ୍ୱ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ଉତ୍ସାହିତ ଅଛି ।”

 

SR


(ରିଲିଜ ଆଡି: 2167896) ପରିଦର୍ଶକ କାଉଣ୍ଟର : 25