ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ ଯୋଗେ କଥାହେଲେ ଡେନମାର୍କ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 SEP 2025 7:41PM by PIB Bhubaneswar

ସବୁଜ ରଣନୀତିକ ସହଭାଗିତାରେ ଭାରତ-ଡେନମାର୍କ ସମ୍ପର୍କ ସୁଦୃଢ କରିବାକୁ ଦୁଇ ନେତାଙ୍କ ସ୍ପଷ୍ଟ ସନ୍ଦେଶ

ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ଏବଂ ତୁରନ୍ତ ସମାଧାନ ଉପରେ ନେତାଦ୍ୱୟଙ୍କ ମତ ବିନିମୟ 

ଭାରତ-ଇୟୁ ଏଫଟିଏର ଶୀଘ୍ର ଚୂଡ଼ାନ୍ତ ରୂପ ପାଇଁ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନ ସମର୍ଥନ କଲେ

୧୬ ସେପ୍ଟେମ୍ବର ୨୦୨୫: ପିଆଇବି ଦିଲ୍ଲୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ବାଣିଜ୍ୟ, ନିବେଶ, ନବାଚାର, ଶକ୍ତି, ଜଳ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସ୍ଥିର ବିକାଶ ଆଦି କ୍ଷେତ୍ରରେ ଭାରତ-ଡେନମାର୍କ ସବୁଜ ରଣନୀତିକ ସହଭାଗିତା ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ପ୍ରତିବଦ୍ଧତା ଦୋହରାଇଲେ ।

ଇରୋପିଆନ ୟୁନିଅନ ପରିଷଦର ସଫଳ ସଭାପତିତ୍ୱ ପାଇଁ ଏବଂ ଜାତିସଂଘରେ ନିରାପତ୍ତା ପରିଷଦରେ ଅସ୍ଥାୟୀ ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଶୁଭେଚ୍ଛା ଜଣାଇଥିଲେ ।

ଆଞ୍ଚଳିକ ଏବଂ ବୈଶ୍ୱିକ ଗୁରୁତ୍ୱ ଥିବା ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ଆଲୋଚନା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ଏବଂ ଶୀଘ୍ର ସମାଧାନ ତଥା ଶାନ୍ତି ଓ ସ୍ଥିରତା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ ।

ପାରସ୍ପରିକ ସ୍ୱାର୍ଥ ନିହିତ ଥିବା ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ଚୂଡ଼ାନ୍ତ ହେବା ଏବଂ ୨୦୨୬ରେ ଭାରତରେ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ପାଇଁ ଡେନମାର୍କର ସମର୍ଥନକୁ ପ୍ରଧାନମନ୍ତ୍ରୀ ଫ୍ରେଡରିକସେନ ଦୋହରାଇଥିଲେ ।

SR


(ରିଲିଜ ଆଡି: 2167435) ପରିଦର୍ଶକ କାଉଣ୍ଟର : 37