ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପ୍ରଥମ ସ୍ପିଡ୍ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନ ହେଲେ ଆନନ୍ଦକୁମାର ଭେଲକୁମାର, ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 16 SEP 2025 8:45AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନନ୍ଦକୁମାର ଭେଲକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆନନ୍ଦକୁମାର ‘ସ୍ପିଡ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନସିପ ୨୦୨୫’ର ସିନିଅର ପୁରୁଷ ୧୦୦୦ ମିଟର ସ୍ପ୍ରିଣ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ତାଙ୍କର ଧୈର୍ଯ୍ୟ, ଗତି ଏବଂ ଉତ୍ସାହ ତାଙ୍କୁ ଭାରତର ପ୍ରଥମ ବିଶ୍ୱ ସ୍କେଟିଙ୍ଗ ଚାମ୍ପିଅନ କରିଛି । ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ।”

ଏକ୍ସର ଏକ ପୋଷ୍ଟରେ ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି;

“ସ୍ପିଡ ସ୍କେଟିଙ୍ଗ ବିଶ୍ୱ ଚାମ୍ପିଅନସିପ ୨୦୨୫ର ସିନିଅର ପୁରୁଷ ୧୦୦୦ ମିଟର ସ୍ପ୍ରିଣ୍ଟ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଆନନ୍ଦକୁମାର ଭେଲକୁମାରଙ୍କ ପାଇଁ ଗର୍ବିତ । ତାଙ୍କର ଧୈର୍ଯ୍ୟ, ଗତି ଏବଂ ଉତ୍ସାହ ତାଙ୍କୁ ଭାରତର ପ୍ରଥମ ବିଶ୍ୱ ସ୍କେଟିଙ୍ଗ ଚାମ୍ପିଅନ କରିଛି । ତାଙ୍କର ଏହି ସଫଳତା ଅଗଣିତ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ । ତାଙ୍କୁ ବହୁତ ଅଭିନନ୍ଦନ ଏବଂ ଭବିଷ୍ୟତର ସଫଳତା ପାଇଁ ଶୁଭକାମନା ।”

SR

 


(Release ID: 2167157) Visitor Counter : 2