ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା' ଉପରେ ଗୁରୁତ୍ୱ ଦେଇ, ପ୍ରତ୍ୟେକ ନାଗରିକଙ୍କ ଆର୍ଥିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧା ଉପରେ ଆଲୋକପାତ କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2025 8:55PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାର୍ବଜନୀନ ଆର୍ଥିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ଉପଲବ୍ଧତା ପ୍ରତି, ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଜିଏସ୍‍ଟି ସଂସ୍କାରର ସଦ୍ୟତମ ପର୍ଯ୍ୟାୟରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ଉତ୍ପାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଟିକସ ରିହାତି ପ୍ରବର୍ତ୍ତନ କରାଯାଇଛି, ଯାହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଅଧିକ ସୁଲଭ ଏବଂ ସହଜ କରିବ।

ଏକ୍ସରେ ଶ୍ରୀ ନରେନ୍ଦ୍ର ଭରିଂଦୱାଲଙ୍କ ଏକ ପୋଷ୍ଟକୁ ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି :

"ବର୍ଷ ବର୍ଷ ଧରି, ଆମେ ପ୍ରତ୍ୟେକ ନାଗରିକଙ୍କ ପାଇଁ ଆର୍ଥିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ପ୍ରୟାସ କରିଛୁ।

ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର, ଯାହା ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥାକୁ ଶସ୍ତା କରିଦେଇଛି, ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା ଅଭିଯାନର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଆମେ ସମସ୍ତେ ମିଶି ଏକ ସୁସ୍ଥ ଏବଂ ସମର୍ଥ ଭାରତ ଆଡ଼କୁ ଅଗ୍ରସର ହେଉଛୁ।

#NextGenGST”

HS


(ରିଲିଜ ଆଡି: 2164040) ପରିଦର୍ଶକ କାଉଣ୍ଟର : 24