ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

‘ଭାରତୀୟ ଡାକ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କ’ ସମ୍ପର୍କିତ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2025 12:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଏହି ଲେଖାରେ ବର୍ଣ୍ଣନା କରାଯାଛି ଯେ, କିପରି ଇଣ୍ଡିଆ ପୋଷ୍ଟ ଅଫିସ୍ ଏବଂ ଆଇପିପିବି ଅନଲାଇନ ସହିତ ଭାରତର ଡାକ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟ୍‌ୱାର୍କରେ ପରିଣତ ହୋଇଛି, ଯାହା ସମ୍ମାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରୁଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିଦ୍ୟ ଏମ୍‌. ସିନ୍ଧିଆଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି;

“ସରକାରଙ୍କ ଅଭୂତପୂର୍ବ ପ୍ରୟାସ ସହିତ, ଆମର ବିନମ୍ର ପୋଷ୍ଟମ୍ୟାନ ଆର୍ଥିକ ସମାବେଶୀର ପ୍ରତୀକ ପାଲଟିଛନ୍ତି । ଇଣ୍ଡିଆ ପୋଷ୍ଟ ଅଫିସ ଏବଂ ଆଇପିପିବି ଅନ୍‌ଲାଇନ୍ ସହିତ, ଭାରତର ଡାକ ବ୍ୟବସ୍ଥା ଏବେ ବିଶ୍ୱର ସର୍ବବୃହତ ଡୋରଷ୍ଟେପ ବ୍ୟାଙ୍କିଂ ନେଟୱାର୍କରେ ପରିଣତ ହୋଇଛି, ଯାହା ସମ୍ମାନ ଏବଂ ସଶକ୍ତିକରଣ ସୁନିଶ୍ଚିତ କରୁଛି ।

ଏ ସମ୍ପର୍କରେ ବ୍ୟାପକ ଦୃଷ୍ଟିକୋଣ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍‌. ସିନ୍ଧିଆଙ୍କର ଏହି ଲେଖା ନିଶ୍ଚୟ ପଢ଼ନ୍ତୁ!

 

SR

 


(ରିଲିଜ ଆଡି: 2163757) ପରିଦର୍ଶକ କାଉଣ୍ଟର : 44