ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତରେ ଫିଡେ ବିଶ୍ୱକପକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

Posted On: 26 AUG 2025 11:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ଦ୍ୱାରା ପ୍ରତିଷ୍ଠିତ ଫିଡେ ବିଶ୍ୱକପ ୨୦୨୫ ଆୟୋଜନ କରିବାକୁ ପ୍ରସ୍ତୁତି କରୁଥିବାରୁ ଅତ୍ୟନ୍ତ ଗର୍ବ ଏବଂ ଉତ୍ସାହ ପ୍ରକାଶ କରିଛନ୍ତି । ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ମାଟିରେ ଏହି ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି ।

ଏକ୍ସରେ ଅନ୍ତର୍ଜାତୀୟ ଚେସ୍ ଫେଡେରେସନର ପକ୍ଷରୁ କରଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଦୁଇ ଦଶନ୍ଧିରୁ ଅଧିକ ସମୟ ପରେ ଭାରତ ପ୍ରତିଷ୍ଠିତ ଫିଡେ ବିଶ୍ୱକପ ୨୦୨୫ ଆୟୋଜନ କରିବାକୁ ଯାଉଥିବାରୁ ଆନନ୍ଦିତ । ଆମ ଯୁବପିଢ଼ିଙ୍କ ମଧ୍ୟରେ ଚେସ୍‌ର ଲୋକପ୍ରିୟତା ବୃଦ୍ଧି ପାଉଛି। ମୁଁ ନିଶ୍ଚିତ ଯେ, ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ହେବ ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳିମାନଙ୍କର ପ୍ରତିଭା ପ୍ରଦର୍ଶନ କରିବ ।”

 

SR

 

 


(Release ID: 2162868) Visitor Counter : 8