ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାର୍ଯ୍ୟକ୍ରମର ସୂଚନା: ଷଷ୍ଠ ବିମ୍‌ସଟେକ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ

Posted On: 04 APR 2025 2:32PM by PIB Bhubaneshwar

 

ବାଣିଜ୍ୟ ବ୍ୟବସାୟ

 

* ବିମ୍‌ସଟେକ୍ ଚାମ୍ୱର ଅଫ୍ କମର୍ସ ପ୍ରତିଷ୍ଠା

* ପ୍ରତିବର୍ଷ ବିମ୍‌ସଟେକ୍ ବାଣିଜ୍ୟ ଶିଖର ସମ୍ମିଳନୀର ଆୟୋଜନ

* ବିମ୍‌ସଟେକ୍ ଅଞ୍ଚଳରେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ କରିବାର ସମ୍ଭାବନା ଉପରେ ଅନୁଧ୍ୟାନ


ସୂଚନା ଓ ପ୍ରଯୁକ୍ତିବିଦ୍ୟା

 

* ଡିଜିଟାଲ ସର୍ବସାଧାରଣ ଭିତ୍ତିଭୂମି (ଡିପିଆଇ)ର ଅଭିଜ୍ଞତା ଅବଗତ କରିବା ପାଇଁ ବିଏମ୍‌ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଆବଶ୍ୟକତା ଜାଣିବା ପାଇଁ ପାଇଲଟ ଗବେଷଣା

* ବିଏମ୍‌ସଟେକ୍ ଅଞ୍ଚଳରେ ୟୁପିଆଇ ଓ ପେମେଣ୍ଟ ବ୍ୟବସ୍ଥା ମଧ୍ୟରେ ସଂଯୋଗ ସ୍ଥାପନ

ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ

 

* ବିପର୍ଯ୍ୟୟ ପରିଚାଳନା , ରିଲିଫ୍ ଓ ଥଇଥାନ କରିବାକୁ ଭାରତରେ ବିପର୍ଯ୍ୟୟ ପରିଚାଳନା ପାଇଁ ବିମ୍‌ସଟେକ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା।

* ଚଳିତ ବର୍ଷ ଭାରତରେ ହେବ ବିମ୍‌ସଟେକ୍ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଚତୁର୍ଥ ମିଳିତ ଅଭ୍ୟାସ।

ସୁରକ୍ଷା

* ଭାରତରେ ହେବ ଗୃହମନ୍ତ୍ରୀଙ୍କ ମେକାନିଜମ୍ ର ପ୍ରଥମ ବୈଠକ।


ମହାକାଶ

* ବିଏମ୍‌ସଟେକ୍ ଦେଶଗୁଡ଼ିକର ମାନବ ସମ୍ୱଳକୁ ପ୍ରଶିକ୍ଷଣ, ନାଟୋ ସାଟେଲାଇଟ ନିର୍ମାଣ ଓ ଉତକ୍ଷେପଣ ଏବଂ ରିମୋଟ ସେନସିଂ ଡାଟାର ବ୍ୟବହାର ପାଇଁ ଗ୍ରାଉଣ୍ଡ ଷ୍ଟେସନ ପ୍ରତିଷ୍ଠା

 

କ୍ଷମତା ନିର୍ମାଣ ଓ ପ୍ରଶିକ୍ଷଣ

* “ବୋଧି”- “ବିମ୍‌ସକେଟ୍ ଫର୍ ଅର୍ଗାନାଇଜ୍‌ଡ ଡେଭଲପମେଣ୍ଟ ଅଫ୍ ହ୍ୟୁମାନ ରିସୋର୍ସ ଇନ୍‌ଫ୍ରାଷ୍ଟ୍ରକ୍‌ଚରକାର୍ଯ୍ୟକ୍ରମ । ଏହି ଯୋଜନାରେ ପ୍ରତିବର୍ଷ ୩୦୦ ଯୁବକଯୁବତୀଙ୍କୁ ଭାରତରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।


* ଫରେଷ୍ଟ୍ରି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ପଢ଼ିବା ପାଇଁ ବିମ୍‌ସଟେକ୍ ର ଛାତ୍ରଛାତ୍ରୀଙ୍କୁ ବୃତ୍ତିପ୍ରଦାନ ଓ ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଛାତ୍ରବୃତ୍ତିର ସଂପ୍ରସାରଣ।
* ବିଏମ୍‌ସଟେକ୍ ଦେଶଗୁଡ଼ିକର ଯୁବା କୂଟନୀତିଜ୍ଞଙ୍କ ପାଇଁ ପ୍ରତିବର୍ଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ।
* ବିଏମ୍‌ସଟେକ୍ ଦେଶଗୁଡ଼ିକରେ କର୍କଟ ରୋଗର ଚିକିତ୍ସା ପାଇଁ ଟାଟା ମେମୋରିଆଲ୍ ସେଣ୍ଟର ପକ୍ଷରୁ ପ୍ରଶିକ୍ଷଣ ପ୍ରଦାନ ଓ କ୍ଷମତା ବୃଦ୍ଧି।

* ପାରମ୍ପରିକ ଔଷଧ କ୍ଷେତ୍ରରେ ଗବେଷଣା ଓ ସୂଚନା ପ୍ରଦାନ ପାଇଁ ସେଣ୍ଟର ଅଫ୍‌ ଏକ୍‌ସଲେନ୍‌ସ ପ୍ରତିଷ୍ଠା।

* ଚାଷୀଙ୍କ ହିତ ପାଇଁ ଜ୍ଞାନ ଓ ଉତ୍ତମ ପଦ୍ଧତିର ଆଦାନପ୍ରଦାନ, ଗବେଷଣା ଓ କ୍ଷମତା ବୃଦ୍ଧି ପାଇଁ ଭାରତରେ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ପ୍ରତିଷ୍ଠା  


ଶକ୍ତି

* ବେଙ୍ଗଳୁରୁରେ ବିମ୍‌ସଟେକ୍ ଶକ୍ତି କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି।

* ଇଲେକଟ୍ରିକ୍ ଗ୍ରିଡ୍ ଇଣ୍ଟରକନେକ୍‌ସନରେ ଦ୍ରୁତ କାମ

ଯୁବା ସଂପୃକ୍ତି

* ଚଳିତ ବର୍ଷ ଆୟୋଜିତ ହେବ ବିମ୍‌ସଟେକ୍ ୟଙ୍ଗ୍ ଲିଡର ଶିଖର ସମ୍ମିଳନୀ
* ବିମ୍‌ସଟେକ୍ ହ୍ୟାକାଥନ ଓ ଯୁବା ପେସାଦାର ଭିଜିଟର କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
କ୍ରୀଡ଼ା

* ଭାରତରେ ଚଳିତ ବର୍ଷ ଆୟୋଜିତ ହେବ ବିମ୍‌ସଟେକ୍ କ୍ରୀଡ଼ା ମହୋତ୍ସବ
* ୨୦୨୭ରେ ଆୟୋଜିତ ହେବ ପ୍ରଥମ ବିମ୍‌ସଟେକ୍ କ୍ରୀଡ଼ା

ସଂସ୍କୃତି

* ଚଳିତ ବର୍ଷ ଭାରତରେ ଆୟୋଜିତ ହେବ ବିମ୍‌ସଟେକ ପାରମ୍ପରିକ ସଂଗୀତ ମହୋତ୍ସବ

ଯୋଗାଯୋଗ

* କ୍ଷମତା ବୃଦ୍ଧିରେ ସହଯୋଗ, ଗବେଷଣା, ନବସୃଜନ ଓ ସାମୁଦ୍ରିକ ନୀତି ପାଇଁ ଭାରତରେ ସ୍ଥାୟୀ ସାମୁଦ୍ରିକ ପରିବହନ କେନ୍ଦ୍ର ପ୍ରତିଷ୍ଠା ।

 

 

BSP


(Release ID: 2159968) Visitor Counter : 8