ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ସ୍ୱରାଜ ପଲଙ୍କ ନିଧନର ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

प्रविष्टि तिथि: 22 AUG 2025 9:00AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସ୍ୱରାଜ ପଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିଟେନରେ ଉଦ୍ୟୋଗ, ପରୋପକାର, ସାର୍ବଜନୀନ ସେବା କ୍ଷେତ୍ରରେ ଶ୍ରୀ ସ୍ୱରାଜ ପଲଙ୍କ ଯୋଗଦାନ ତଥା ଭାରତ ସହ ଘନିଷ୍ଠ ସମ୍ପର୍କ ପ୍ରତି ତାଙ୍କର ଅତୁଟ ସମର୍ଥନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ ।

ଅତୀତରେ ଶ୍ରୀ ସ୍ୱରାଜ ପଲଙ୍କ ସହ ହୋଇଥିବା ଅନେକ ମୁଲାକାତକୁ ଶ୍ରୀ ମୋଦୀ ସ୍ମରଣ କରିଛନ୍ତି ଏବଂ ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି;

“ଶ୍ରୀ ସ୍ୱରାଜ ପଲଙ୍କ ପରଲୋକରେ ଅତ୍ୟନ୍ତ ଦୁଖିଃତ । ବ୍ରିଟେନରେ ଉଦ୍ୟୋଗ, ପରୋପକାର, ସାର୍ବଜନୀନ ସେବା କ୍ଷେତ୍ରରେ ଶ୍ରୀ ସ୍ୱରାଜ ପଲଙ୍କ ଯୋଗଦାନ ତଥା ଭାରତ ସହ ଘନିଷ୍ଠ ସମ୍ପର୍କ ପ୍ରତି ତାଙ୍କର ଅତୁଟ ସମର୍ଥନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ । ତାଙ୍କ ସହ ହୋଇଥିବା ଅନେକ ମୁଲାକାତ ଏବେ ମନେ ପଡ଼ୁଛି । ତାଙ୍କର ପରିବାର ଓ ପ୍ରଶଂସକଙ୍କ ପ୍ରତି ଗଭୀର ସମବେଦନା । ଓମ୍ ଶାନ୍ତି!”

SR


(रिलीज़ आईडी: 2159823) आगंतुक पटल : 23
इस विज्ञप्ति को इन भाषाओं में पढ़ें: Bengali , Telugu , English , Urdu , Marathi , हिन्दी , Manipuri , Bengali-TR , Assamese , Punjabi , Gujarati , Tamil , Kannada , Malayalam