ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ ଅନଲାଇନ ବିଲ ୨୦୨୫ ଗୃହୀତ ହେବାରେ ପ୍ରଧାନମନ୍ତ୍ରୀଙ୍କ ସନ୍ତୋଷ ପ୍ରକାଶ, କହିଲେ ଇ-ସ୍ପୋର୍ଟ୍ସକୁ ପ୍ରୋତ୍ସାହନ ଏବଂ ସମାଜକୁ ସୁରକ୍ଷା ମିଳିବ

Posted On: 21 AUG 2025 10:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଂସଦର ଉଭୟ ଗୃହରେ ଦ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ ଅନଲାଇନ ବିଲ ୨୦୨୫ ଗୃହୀତ ହୋଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ବିଧେୟକ ଗେମିଙ୍ଗ, ନବାଚାର ଓ ରଚନାତ୍ମକତାର କେନ୍ଦ୍ର ହେବାକୁ ଭାରତର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ସେ କହିଛନ୍ତି କି ଏହି ବିଧେୟକ ଇ-ସ୍ପୋର୍ଟ୍ସ ଏବଂ ଅନଲାଇନ ସୋସିଆଲ ଗେମସକୁ ପ୍ରୋତ୍ସାହିତ କରିବ ।ଏଥିସହ ସମାଜକୁ ଅନଲାଇନ ମନି ଗେମସର ହାନିକାରକ ପ୍ରଭାବରୁ ସୁରକ୍ଷିତ ରଖିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏହି ବିଧେୟକ ଗୃହୀତ ହେବା ସମ୍ପର୍କରେ ଏକ୍ସ ପୋଷ୍ଟ ର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;

“ସଂସଦର ଉଭୟ ଗୃହ ଦ୍ୱାରା ଗୃହୀତ ହୋଇଥିବା ଏହି ବିଧେୟକ ଭାରତକୁ ଗେମିଙ୍ଗ, ନବାଚାର, ରଚନାତ୍ମକତାର କେନ୍ଦ୍ର କରିବାକୁ ଆମର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି । ଏହା ଇ-ସ୍ପୋଟର୍ସ ଏବଂ ଅନଲାଇନ ସୋସିଆଲ ଗେମସକୁ ପ୍ରୋତ୍ସାହିତ କରିବ । ଏଥିସହ ଆମ ସମାଜକୁ ଅନଲାିନ ମନ ଗେମସର ହାନିକାରକ ପ୍ରଭାବରୁ ସୁରକ୍ଷିତ ରଖିବ ।”

SR


(Release ID: 2159822)