ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁକ୍ତରାଜ୍ୟର ମହାମହିମ ରାଜା ଚାର୍ଲସ୍‌ ତୃତୀୟଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

प्रविष्टि तिथि: 24 JUL 2025 11:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ରାଜା ଚାର୍ଲସ୍‌ ତୃତୀୟଙ୍କୁ ମହାମହିମଙ୍କ ଗ୍ରୀଷ୍ମ ବାସଭବନ ସାଣ୍ଡ୍ରିଂହାମ ଇଷ୍ଟେଟରେ ତାଙ୍କୁ ସାକ୍ଷାତ୍ କଲେ

 

ପ୍ରଧାନମନ୍ତ୍ରୀ ମହାମହିମଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାର ଓ ତାଙ୍କର ରାଜକୀୟ ଦାୟିତ୍ୱ ପୁନରାରମ୍ଭ ଉପଲକ୍ଷେ ତାଙ୍କର ଆନନ୍ଦ ଅଭିବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ଏବଂ ମହାମହିମ ଆୟୁର୍ବେଦ ଏବଂ ଯୋଗ ସମେତ ସ୍ୱାସ୍ଥ୍ୟ ଏବଂ ସ୍ଥାୟୀ ଜୀବନଯାପନ ସହିତ ଜଡିତ ବିଷୟବସ୍ତୁ ଏବଂ ବିଶ୍ୱର ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚାଇବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ

 

ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ସେମାନେ ଉଲ୍ଲେଖ କରିଥିଲେ ଯେ, ଐତିହାସିକ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହଭାଗୀତାକୁ ଏକ ନୂତନ ଗତି ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ ସେମାନେ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀତ୍ୱ ସମ୍ପର୍କରେ ସେମାନଙ୍କର ସମାନ ଦୃଷ୍ଟିକୋଣକୁ ସହଯୋଗ ଏବଂ ପ୍ରୋତ୍ସାହିତ କରିବାର ଉପାୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ

 

ପ୍ରଧାନମନ୍ତ୍ରୀ ଏବଂ ମହାମହିମ ରାଜ୍ୟଗୋଷ୍ଠୀରେ ୟୁକେ ଏବଂ ଭାରତ କିପରି ଏକତ୍ର ହୋଇ କାମ କରିପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ

 

ପ୍ରଧାନମନ୍ତ୍ରୀ ସବୁଜ ଅଭିଯାନ – ‘ଏକ ପେଡ୍‌ ମା’ କେ ନାମ’ [ମା ପାଇଁ ଗଛଟିଏ] ରେ ଯୋଗଦାନ ପାଇଁ ମହାମହିମଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଶରତ ଋତୁରେ ଆଗାମୀ ରୋପଣ ସମୟରେ ସାଣ୍ଡ୍ରିଂହାମ ଇଷ୍ଟେଟରେ ରୋପଣ କରାଯିବା ପାଇଁ ଏକ ଚାରା ପ୍ରଦାନ କରିଥିଲେ

 

ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ତାଙ୍କ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ

 

*****

MT

 


(रिलीज़ आईडी: 2159296) आगंतुक पटल : 7
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada