ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁକ୍ତରାଜ୍ୟର ମହାମହିମ ରାଜା ଚାର୍ଲସ୍‌ ତୃତୀୟଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ପୋଷ୍ଟ କରାଯିବା ଦିନାଙ୍କ: 24 JUL 2025 11:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାମହିମ ରାଜା ଚାର୍ଲସ୍‌ ତୃତୀୟଙ୍କୁ ମହାମହିମଙ୍କ ଗ୍ରୀଷ୍ମ ବାସଭବନ ସାଣ୍ଡ୍ରିଂହାମ ଇଷ୍ଟେଟରେ ତାଙ୍କୁ ସାକ୍ଷାତ୍ କଲେ ।

 

ପ୍ରଧାନମନ୍ତ୍ରୀ ମହାମହିମଙ୍କ ସ୍ୱାସ୍ଥ୍ୟାବସ୍ଥାର ସୁଧାର ଓ ତାଙ୍କର ରାଜକୀୟ ଦାୟିତ୍ୱ ପୁନରାରମ୍ଭ ଉପଲକ୍ଷେ ତାଙ୍କର ଆନନ୍ଦ ଅଭିବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଏବଂ ମହାମହିମ ଆୟୁର୍ବେଦ ଏବଂ ଯୋଗ ସମେତ ସ୍ୱାସ୍ଥ୍ୟ ଏବଂ ସ୍ଥାୟୀ ଜୀବନଯାପନ ସହିତ ଜଡିତ ବିଷୟବସ୍ତୁ ଏବଂ ବିଶ୍ୱର ଲୋକଙ୍କ ନିକଟରେ ଏହାର ଲାଭ ପହଞ୍ଚାଇବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

 

ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ସେମାନେ ଉଲ୍ଲେଖ କରିଥିଲେ ଯେ, ଐତିହାସିକ ଭାରତ-ୟୁକେ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହଭାଗୀତାକୁ ଏକ ନୂତନ ଗତି ପ୍ରଦାନ କରିବ । ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ଦ୍ୱାରା କରାଯାଇଥିବା ଅଗ୍ରଗତି ବିଷୟରେ ଅବଗତ କରାଇଥିଲେ । ସେମାନେ ଜଳବାୟୁ ପରିବର୍ତ୍ତନ ଏବଂ ସ୍ଥାୟୀତ୍ୱ ସମ୍ପର୍କରେ ସେମାନଙ୍କର ସମାନ ଦୃଷ୍ଟିକୋଣକୁ ସହଯୋଗ ଏବଂ ପ୍ରୋତ୍ସାହିତ କରିବାର ଉପାୟଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରିଥିଲେ ।

 

ପ୍ରଧାନମନ୍ତ୍ରୀ ଏବଂ ମହାମହିମ ରାଜ୍ୟଗୋଷ୍ଠୀରେ ୟୁକେ ଏବଂ ଭାରତ କିପରି ଏକତ୍ର ହୋଇ କାମ କରିପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।

 

ପ୍ରଧାନମନ୍ତ୍ରୀ ସବୁଜ ଅଭିଯାନ – ‘ଏକ ପେଡ୍‌ ମା’ କେ ନାମ’ [ମା ପାଇଁ ଗଛଟିଏ] ରେ ଯୋଗଦାନ ପାଇଁ ମହାମହିମଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଶରତ ଋତୁରେ ଆଗାମୀ ରୋପଣ ସମୟରେ ସାଣ୍ଡ୍ରିଂହାମ ଇଷ୍ଟେଟରେ ରୋପଣ କରାଯିବା ପାଇଁ ଏକ ଚାରା ପ୍ରଦାନ କରିଥିଲେ ।

 

ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ତାଙ୍କ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ଭାରତ ଗସ୍ତରେ ଆସିବାକୁ ନିମନ୍ତ୍ରଣ କରିଥିଲେ ।

 

*****

MT

 


(ରିଲିଜ ଆଡି: 2159296) ପରିଦର୍ଶକ କାଉଣ୍ଟର : 34