ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମେଘାଳୟ ରାଜ୍ୟର ଅସାଧାରଣ ପ୍ରଗତିକୁ ପ୍ରଶଂସା କରି ରଚିତ ଏକ ନିବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 JUL 2025 4:39PM by PIB Bhubaneswar
ମେଘାଳୟର ପ୍ରଗତି ଉପରେ ଆଧାରିତ ଏକ ନିବନ୍ଧକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶେୟାର କରିଛନ୍ତି। ଏହି ଆଲେଖ୍ୟରେ ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯୁବ ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା, ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପଦକ୍ଷେପ ଜରିଆରେ ମେଘାଳୟର ଉଲ୍ଲେଖନୀୟ ପରିବର୍ତ୍ତନ ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ଏକ୍ସରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଗୋଟିଏ ପୋଷ୍ଟର ଜବାବରେ ଶ୍ରୀ ମୋଦୀ କହିଛନ୍ତି:
‘‘ପର୍ଯ୍ୟଟନ ଠାରୁ ଆରମ୍ଭ କରି ଯୁବ ସଶକ୍ତିକରଣ, ମହିଳା ନେତୃତ୍ୱାଧୀନ ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫ୍ତ ବିଜଲି ଯୋଜନା, ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପଦକ୍ଷେପ ଜରିଆରେ ମେଘାଳୟର ଉଲ୍ଲେଖନୀୟ ପରିବର୍ତ୍ତନ ସମ୍ପର୍କରେ ଅବତାରଣା କରି ଶ୍ରୀମତୀ @nsitharaman ଗୋଟିଏ ସ୍ତମ୍ଭ ଲେଖିଛନ୍ତି। ଦୃଢ଼ ସରକାରୀ ସମର୍ଥନ ଏବଂ ଜନ ସମୁଦାୟଙ୍କ ସକ୍ରିୟ ମନୋଭାବ ସହିତ, ରାଜ୍ୟ ଏକ ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ରୂପରେଖ ଭାବରେ ଠିଆ ହୋଇଛି।’’
***
PS
(ରିଲିଜ ଆଡି: 2158981)
ପରିଦର୍ଶକ କାଉଣ୍ଟର : 22
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam