ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଫୋନ୍ କଲ୍ ପାଇ କଥା ହେଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
13 JUN 2025 11:15PM by PIB Bhubaneshwar
- ଇସ୍ରାଏଲ ଏବଂ ଇରାନ ମଧ୍ୟରେ ପରିବର୍ତ୍ତିତ ଘଟଣାକ୍ରମ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ
- ପ୍ରଧାନମନ୍ତ୍ରୀ ଭାରତର ଚିନ୍ତା ବ୍ୟକ୍ତ କରିବା ସହିତ ତୁରନ୍ତ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ପୁନଃପ୍ରତିଷ୍ଠା କରିବା ଉପରେ କଲେ ଗୁରୁତ୍ୱାରୋପ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଠାରୁ ଟେଲିଫୋନ କଲ୍ ପାଇ ତାଙ୍କ ସହିତ କଥା ହୋଇଛନ୍ତି।
ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ଶ୍ରୀ ନେତାନ୍ୟାହୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ପରିବର୍ତ୍ତିତ ଘଟଣାକ୍ରମ ଏବଂ ବର୍ତ୍ତମାନର ସ୍ଥିତି ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ।
ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏଭଳି ସ୍ଥିତିକୁ ନେଇ ଭାରତର ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ଏହି କ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଶୀଘ୍ର ପୁନଃସ୍ଥାପନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ଦୁଇ ନେତା ପରସ୍ପରର ସମ୍ପର୍କରେ ରହିବାକୁ ମଧ୍ୟ ରାଜି ହୋଇଥିଲେ।
***
PS
(रिलीज़ आईडी: 2158861)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
Tamil
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam