ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମାଳଦ୍ୱୀପର ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

Posted On: 25 JUL 2025 8:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେସ୍ଥିତ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ମାଳଦ୍ୱୀପ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ସହ ସାକ୍ଷାତ କରିଛନ୍ତି। ବୈଠକ ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ମୁଇଜୁ ସ୍ୱାଗତ କରିଥିଲେ ଏବଂ ରିପବ୍ଲିକ୍ ସ୍କୋୟାରରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା। ଏହି ବୈଠକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଏବଂ ଏହାଦ୍ୱାରା ଦୁଇ ରାଷ୍ଟ୍ର ମଧ୍ୟରେ ଗଭୀର ବନ୍ଧୁତାର ପୁନର୍ବାର ପ୍ରତିପାଦିତ ହୋଇଥିଲା।

ପ୍ରଧାନମନ୍ତ୍ରୀ ତାଙ୍କୁ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଦିଆଯାଇଥିବା ଚମତ୍କାର ଆତିଥ୍ୟ ପାଇଁ ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ମାଳଦ୍ୱୀପ ସ୍ୱାଧୀନତାର ୬୦ତମ ବାର୍ଷିକୀ ଏବଂ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୬୦ ବର୍ଷ ପୂର୍ତ୍ତି ସ୍ୱତନ୍ତ୍ର ଅବସରରେ ନିଜର ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ।

ଦୁଇ ନେତା ଶହ ଶହ ବର୍ଷ ଧରି ଗଢ଼ି ଉଠିଥିବା ବନ୍ଧୁତା ଏବଂ ବିଶ୍ୱାସର ଗଭୀର ସମ୍ପର୍କ ଉପରେ ଆଲୋକପାତ କରିଥିଲେ, ଯାହା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଦୃଢ଼ ସମ୍ପର୍କ ଦ୍ୱାରା ସୁଦୃଢ଼ ହୋଇଛିଉଭୟ ଅକ୍ଟୋବର ୨୦୨୪ରେ ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ସୁରକ୍ଷା ସହଭାଗୀତାପାଇଁ ଭାରତ-ମାଳଦ୍ୱୀପ ସହଭାଗୀ ଦୃଷ୍ଟିକୋଣର କାର୍ଯ୍ୟକାରିତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ‘‘ପଡ଼ୋଶୀ ପ୍ରଥମ’’ ଏବଂ ଭିଜନ ମହାସାଗର ନୀତି ଅନୁଯାୟୀ ମାଳଦ୍ୱୀପ ସହିତ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ରାଷ୍ଟ୍ରପତି ମୁଇଜୁ ମାଳଦ୍ୱୀପ ସମ୍ମୁଖୀନ ହେଉଥିବା ଯେକୌଣସି ସଙ୍କଟ ସମୟରେ ପ୍ରଥମେ ପ୍ରତିକ୍ରିୟା ଦେବା ପାଇଁ ଭାରତର ସଂକଳ୍ପବଦ୍ଧତାକୁ ପ୍ରଶଂସା କରିଥିଲେ। ବିକାଶ ସହଭାଗୀତା, ଭିତ୍ତିଭୂମି ସମର୍ଥନ, କ୍ଷମତା ନିର୍ମାଣ, ଜଳବାୟୁ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ। ସେମାନେ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ ଏବଂ ଏହି ସମ୍ପର୍କରେ କଲମ୍ବୋ ସୁରକ୍ଷା ସମ୍ମିଳନୀ ଅଧୀନରେ ଦୁଇ ଦେଶ ମଧ୍ୟରେ ସହଯୋଗ ଉଲ୍ଲେଖ କରିଥିଲେ।

ଉଭୟ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଭାଗୀତା ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଉଭୟ ପକ୍ଷ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଉଭୟ ଦେଶ ଡିଜିଟାଲ୍ ଅର୍ଥବ୍ୟବସ୍ଥାକୁ ଅଧିକ ଉପଯୋଗ କରିବା ଉଚିତ ବୋଲି ଉଲ୍ଲେଖ କରି, ସେମାନେ ୟୁପିଆଇ ଗ୍ରହଣ, ରୂପେ କାର୍ଡ ଗ୍ରହଣ ଏବଂ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ସମ୍ପର୍କରେ ସାମ୍ପ୍ରତିକ ବୁଝାମଣାକୁ ସ୍ୱାଗତ କରିଥିଲେ। ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବିକାଶ ସହଭାଗୀତା ପୂର୍ବରୁ ରହିଥିବା ଦୃଢ଼ ଲୋକ ସମ୍ପର୍କକୁ ଆହୁରି ମୂଲ୍ୟବାନ କରୁଛି ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ

ଦୁଇ ନେତା ଉଲ୍ଲେଖ କରିଥିଲେ ଯେ, ଗ୍ଲୋବାଲ୍ ସାଉଥ୍‌ର ଅଂଶୀଦାର ଭାବରେ, ସେମାନେ ପୃଥିବୀ ଏବଂ ମାନବ ଜଗତର ଲାଭ ପାଇଁ ଜଳବାୟୁ ପରିବର୍ତ୍ତନ, ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହିତ କରିବା, ପ୍ରାକୃତିକ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ଜଳବାୟୁ ବିଜ୍ଞାନ ଭଳି ପ୍ରସଙ୍ଗରେ ଏକାଠି କାମ କରିବେ।

ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ପ୍ରତି ସମର୍ଥନ ପ୍ରଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମୁଇଜୁଙ୍କୁ ଧନ୍ୟବାଦ ଜଣାଇଥିଲେ।

ମତ୍ସ୍ୟଚାଷ ଏବଂ ଜଳକୃଷି, ପାଣିପାଗ ବିଜ୍ଞାନ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ୟୁପିଆଇ, ଭାରତୀୟ ଫାର୍ମାକୋପିଆ ଏବଂ ରିହାତି ଋଣ ସୁବିଧା କ୍ଷେତ୍ରରେ ଦୁଇ ନେତାଙ୍କ ମଧ୍ୟରେ ଛଅଟି ବୁଝାମଣାପତ୍ର (ଏମଓୟୁ) ଆଦାନପ୍ରଦାନ ହୋଇଥିଲା। ନୂତନ କ୍ରେଡିଟ୍ ଲାଇନ ମାଳଦ୍ୱୀପରେ ଭିତ୍ତିଭୂମି ବିକାଶ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ପାଇଁ ୪୮୫୦ କୋଟି ଟଙ୍କା [ପ୍ରାୟ ୫୫୦ ନିୟୁତ ଆମେରିକୀୟ ଡଲାର] ପ୍ରଦାନ କରିଥାଏବର୍ତ୍ତମାନ ଋଣ ପାଇଁ ଏକ ସଂଶୋଧନ ଚୁକ୍ତିନାମା ମଧ୍ୟ ବିନିମୟ କରାଯାଇଥିଲା। ଏହା ମାଳଦ୍ୱୀପର ବାର୍ଷିକ ଋଣ ସେବା ଦାୟିତ୍ୱରେ ୪୦ପ୍ରତିଶତ [୫୧ ନିୟୁତ ଆମେରିକୀୟ ଡଲାରରୁ ୨୯ ନିୟୁତ ଆମେରିକୀୟ ଡଲାରକୁ] ହ୍ରାସ କରିବ। ଉଭୟ ପକ୍ଷ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସର୍ତ୍ତାବଳୀ ମଧ୍ୟ ଆଦାନପ୍ରଦାନ କରିଥିଲେ।

ଉଭୟ ନେତା ଡ୍ଡୁ ସହରରେ ରାସ୍ତା ଏବଂ ଡ୍ରେନେଜ୍ ସିଷ୍ଟମ୍ ପ୍ରକଳ୍ପ ଏବଂ ଅନ୍ୟ ସହରରେ 6ଟି ଉଚ୍ଚ ପ୍ରଭାବଶାଳୀ ଗୋଷ୍ଠୀ ବିକାଶ ପ୍ରକଳ୍ପକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ ଏବଂ ଇମିଗ୍ରେସନ୍ ଅଧିକାରୀଙ୍କ ପାଇଁ ୩,୩୦୦ ସାମାଜିକ ଗୃହ ୟୁନିଟ୍ ଏବଂ ୭୨ଟି ଯାନ ଉପହାର ଦେଇଥିଲେ।

ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ସରକାରଙ୍କୁ ଆରୋଗ୍ୟ ମୈତ୍ରୀ ସ୍ୱାସ୍ଥ୍ୟ କ୍ୟୁବ୍ [ଭୀଷ୍ମ] ର ଦୁଇଟି ୟୁନିଟ୍ ମଧ୍ୟ ହସ୍ତାନ୍ତର କରିଥିଲେ। ଅତ୍ୟାଧୁନିକ ଚିକିତ୍ସା ଉପକରଣରେ ସଜ୍ଜିତ ଏହି କ୍ୟୁବ୍ ୨୦୦ ଜଣ ଆହତ ଲୋକଙ୍କୁ ଧାରଣ କରିପାରିବ ଏବଂ ୭୨ ଘଣ୍ଟା ପର୍ଯ୍ୟନ୍ତ ଛଅ ଜଣିଆ ସ୍ୱାସ୍ଥ୍ୟସେବା କର୍ମୀଙ୍କ ଦ୍ୱାରା ସେବା ପ୍ରଦାନର କ୍ଷମତା ମଧ୍ୟ ପ୍ରଦାନ କରିଥାଏ।

ପ୍ରକୃତି ସଂରକ୍ଷଣ ପ୍ରତି ସେମାନଙ୍କର ଗଭୀର ପ୍ରତିବଦ୍ଧତା ଅନୁରୂପ, ଦୁଇ ନେତା ଭାରତରମା ପାଇଁ ଗଛଟି’’ ଏବଂ ମାଳଦ୍ୱୀପର ‘‘ ୫ ନିୟୁତ ଗଛ ଲଗାଇବାର ପ୍ରତିଶ୍ରୁତି’’ ଅଭିଯାନ ଅଧୀନରେ ଆମ୍ବ ଚାରା ରୋପଣ କରିଥିଲେ।

ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ଏବଂ ଏହାର ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକତା ଏବଂ ପ୍ରାଥମିକତା ଅନୁଯାୟୀ ସମର୍ଥନ କରିବା ଏବଂ ଭାରତ ମହାସାଗର କ୍ଷେତ୍ରରେ ଶାନ୍ତି, ବିକାଶ ଏବଂ ସମୃଦ୍ଧି ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

****

 

PS


(Release ID: 2158782) Visitor Counter : 12