ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭୯ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2025 5:31PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ୟୁକ୍ରେନର ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଷ୍ଟ୍ରପତି ଜେଲେନସ୍କି ଆପଣଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ । ଭାରତ ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ମିଳିତ ପ୍ରତିବଦ୍ଧତାକୁ ମୁଁ ଗୁରୁତ୍ୱ ଦେଉଛି । ୟୁକ୍ରେନରେ ଆମ ବନ୍ଧୁମାନଙ୍କର ଭବିଷ୍ୟତ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ଆମେ ଆନ୍ତରିକ କାମନା କରୁଛୁ ।

@ZelenskyyUa”

ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି;

“ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆପଣଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ । ଭାରତ-ଇସ୍ରାଏଲ ବନ୍ଧୁତା ଆହୁରି ପ୍ରଗତିଶୀଳ ହେଉ.... ଉଭୟ ଦେଶ ଏହି ସମ୍ପର୍କକୁ ଆହୁରି ମଜବୁତ ଏବଂ ଗଭୀର କରନ୍ତୁ, ଯାହା ଆମ ଲୋକଙ୍କ ପାଇଁ ଶାନ୍ତି, ବିକାଶ ଏବଂ ସୁରକ୍ଷା ଆଣିବ ।

@IsraeliPM”

 

SR


(ରିଲିଜ ଆଡି: 2157350) ପରିଦର୍ଶକ କାଉଣ୍ଟର : 42