ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୭୯ତମ ସ୍ୱାଧୀନତା ଦିବସରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 AUG 2025 5:31PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୯ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଏବଂ ଅଭିନନ୍ଦନ ପାଇଁ ବିଶ୍ୱ ନେତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି

ୟୁକ୍ରେନର ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ରାଷ୍ଟ୍ରପତି ଜେଲେନସ୍କି ଆପଣଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଭାରତ ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ମିଳିତ ପ୍ରତିବଦ୍ଧତାକୁ ମୁଁ ଗୁରୁତ୍ୱ ଦେଉଛି ୟୁକ୍ରେନରେ ଆମ ବନ୍ଧୁମାନଙ୍କର ଭବିଷ୍ୟତ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି ଆମେ ଆନ୍ତରିକ କାମନା କରୁଛୁ

@ZelenskyyUa

ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି;

ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଆପଣଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଭାରତ-ଇସ୍ରାଏଲ ବନ୍ଧୁତା ଆହୁରି ପ୍ରଗତିଶୀଳ ହେଉ.... ଉଭୟ ଦେଶ ଏହି ସମ୍ପର୍କକୁ ଆହୁରି ମଜବୁତ ଏବଂ ଗଭୀର କରନ୍ତୁ, ଯାହା ଆମ ଲୋକଙ୍କ ପାଇଁ ଶାନ୍ତି, ବିକାଶ ଏବଂ ସୁରକ୍ଷା ଆଣିବ

@IsraeliPM

 

SR


(रिलीज़ आईडी: 2157350) आगंतुक पटल : 15
इस विज्ञप्ति को इन भाषाओं में पढ़ें: Marathi , Tamil , Telugu , Kannada , Malayalam , Manipuri , Assamese , Bengali , English , Urdu , हिन्दी , Punjabi , Gujarati