ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଶିବୁ ସୋରେନ ଜୀଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

प्रविष्टि तिथि: 04 AUG 2025 10:21AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଶିବୁ ସୋରେନ ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ଆଦିବାସୀ ସମୁଦାୟ, ଗରିବ ଏବଂ ବଂଚିତ ବର୍ଗଙ୍କୁ ସଶକ୍ତ କରିବା ଦିଗରେ ତାଙ୍କର ଉତ୍ସାହକୁ ପ୍ରଶଂସା କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଶ୍ରୀ ଶିବୁ ସୋରେନ ଜୀ ତୃଣମୂଳ ସ୍ତରର ନେତା ଥିଲେ, ଯିଏକି ଲୋକଙ୍କ ପ୍ରତି ଅତୁଟ ସମର୍ପଣ ସହ ସାର୍ବଜନୀକ ଜୀବନର ଶୀର୍ଷକୁ ଛୁଇଁ ପାରିଥିଲେ । ସେ ଆଦିବାସୀ ସମୁଦାୟ, ଗରିବ ଏବଂ ବଂଚିତ ବର୍ଗଙ୍କୁ ସଶକ୍ତ କରିବା ଦିଗରେ ନିଜକୁ ସମର୍ପିତ କରିଥିଲେ । ତାଙ୍କ ପରଲୋକରେ ମୁଁ ଗଭୀର ବ୍ୟଥିତ ହୋଇଛି । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କ ପ୍ରତି ମୋର ଗଭୀର ସମବେଦନା । ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନ ଜୀଙ୍କ ସହ କଥା ହୋଇଛି ଏବଂ ତାଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଓମ୍ ଶାନ୍ତି!”

SR


(रिलीज़ आईडी: 2152091) आगंतुक पटल : 24
इस विज्ञप्ति को इन भाषाओं में पढ़ें: Tamil , Telugu , English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Kannada , Malayalam