ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେଘନାଦ ଦେଶାଇଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 29 JUL 2025 10:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶିଷ୍ଟ ଚିନ୍ତକ, ଲେଖକ ଏବଂ ଅର୍ଥନୀତିଜ୍ଞ ଶ୍ରୀ ମେଘନାଦ ଦେଶାଇଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;

“ପ୍ରଖ୍ୟାତ ଚିନ୍ତକ, ଲେଖକ ଏବଂ ଅର୍ଥନୀତିଜ୍ଞ ଶ୍ରୀ ମେଘନାଦ ଦେଶାଇଙ୍କ ବିୟୋଗରେ ମୁଁ ମର୍ମାହତ । ସେ ସର୍ବଦା ଭାରତ ଏବଂ ଭାରତୀୟ ସଂସ୍କୃତି ସହିତ ଜଡିତ ଥିଲେ । ସେ ଭାରତ-ବ୍ରିଟେନ ସମ୍ପର୍କକୁ ଗଭୀର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆମର ଆଲୋଚନାକୁ ମୁଁ ସର୍ବଦା ମନେ ରଖିବି, ଯେଉଁଠାରେ ସେ ତାଙ୍କର ମୂଲ୍ୟବାନ ଦୃଷ୍ଟିକୋଣ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି ।”

 

SR


(Release ID: 2150020)