ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୫ ଫିଡେ ମହିଳା ବିଶ୍ୱ ଚେସ ଚାମ୍ପିଅନ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
28 JUL 2025 6:18PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ର ଫିଡେ (ଏଫ୍ଆଇଡିଇ) ମହିଳା ବିଶ୍ୱ ଚେସ ଚାମ୍ପିଅନ୍ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “କୋନେରୁ ହମ୍ପି ମଧ୍ୟ ଚାମ୍ପିଅନ୍ସିପରେ ଅପାର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଉଭୟ ଖେଳାଳିଙ୍କୁ ସେମାନଙ୍କର ଭବିଷ୍ୟତର ପୟାସ ପାଇଁ ଶୁଭକାମନା ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଦୁଇ ଉତ୍କୃଷ୍ଟ ଭାରତୀୟ ଚେସ ଖେଳାଳିଙ୍କୁ ନେଇ ଏକ ଐତିହାସିକ ଫାଇନାଲ!”
ଯୁବ ଖେଳାଳି ଦିବ୍ୟା ଦେଶମୁଖ ୨୦୨୫ରେ ଫିଡେ (ଏଫ୍ଆଇଡିଇ) ମହିଳା ବିଶ୍ୱ ଚେସ ଚାମ୍ପିଅନ ହୋଇଥିବାରୁ ମୁଁ ଗର୍ବିତ । ଏହି ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ, ଯାହା ଆଗାମୀ ଦିନରେ ଅନେକ ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ ।
କୋନେରୁ ହମ୍ପି ମଧ୍ୟ ଚାମ୍ପିଅନସିପରେ ଅପାର ଦକ୍ଷତା ପ୍ରଦର୍ଶନ କରିଛନ୍ତି ।
ଉଭୟ ଖେଳାଳିଙ୍କୁ ସେମାନଙ୍କର ଭବିଷ୍ୟତ ପ୍ରୟାସ ପାଇଁ ଶୁଭକାମନା ।”
@DivyaDeshmukh05
@humpy_koneru
SR
(Release ID: 2149536)
Read this release in:
Malayalam
,
English
,
Urdu
,
Hindi
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada