ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସଂସଦର ମୌସୁମୀ ଅଧିବେଶନ ୨୦୨୫ ଆରମ୍ଭରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

Posted On: 21 JUL 2025 11:47AM by PIB Bhubaneshwar

ନମସ୍କାର, ବନ୍ଧୁବର୍ଗ !

ମିଡିଆ ବନ୍ଧୁମାନଙ୍କୁ ସଂସଦର ଏହି ମୌସୁମୀ ଅଧିବେଶନକୁ ସ୍ୱାଗତ

ବନ୍ଧୁବର୍ଗ !

ସତେଜତା ଓ ସର୍ଜନାର ବାର୍ତାବହ ହେଉଛି ମୌସୁମୀ । ଏଯାଏ ମିଳିଥିବା ରିପୋର୍ଟ ଅନୁସାରେ ଚଳିତ ମୌସୁମୀରେ ଭାରତବର୍ଷର ପାଣିପାଗ ଠିକ ରହି କୃଷି ଲାଗି ଅନୁକୂଳ ହୋଇଛି । ମୌସୁମୀ ବର୍ଷା କେବଳ କୃଷି କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଅନୁକୂଳ ନୁହେଁ ବରଂ ଏହା ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ କରିବା ଲାଗି ଏକ ବଳିଷ୍ଠ ମାଧ୍ୟମ । ଏଥିରେ ଜାତୀୟ ଓ ଗ୍ରାମୀଣ ଅର୍ଥନୀତି ସବଳ ହୁଏ । ଗତ ଦଶ ବର୍ଷ ତୁଳନାରେ ତିନି ଗୁଣା ଚଳିତବର୍ଷ ଜଳ ସଂରକ୍ଷଣ ହୋଇଛି । ଯାହା ଆଗାମୀ ଦିନରେ ଦେଶର ଅର୍ଥନୀତିକୁ ସୁଦୃଢ କରିବା ଲାଗି କାମ ଦେବ ।

ବନ୍ଧୁବର୍ଗ !

ସାରା ଦେଶ ଲାଗି ମୌସୁମୀ ଋତୁ ଏକ ଗର୍ବର ସମୟ । ଚଳିତ ମୌସୁମୀ ଋତୁ ହିଁ ଗର୍ବ ଓ ବିଜୟର ସମୟ । ଯେବେ ଏହି ଋତୁ ଗର୍ବ ଓ ବିଜୟର ସମୟ ବୋଲି ମୁଁ କୁହେ, ସେବେ ମହାକାଶ ଷ୍ଟେସନରେ ତ୍ରିରଙ୍ଗା ଉଡିବାର କଥା ମୁଁ ସ୍ମରଣ କରେ । ମହାକାଶଚାରୀମାନଙ୍କ ପ୍ରତି ସାରା ଦେଶବାସୀଙ୍କ ରହିଥିବା ଶୁଭକାମନାର ବିଜୟୋତ୍ସବର ସମୟ ଇଏ । ଉଭୟ ରାଜ୍ୟସଭା ଓ ଲୋକସଭା ସଦସ୍ୟ ଓ ସାରା ଦେଶ ସାମୁହିକ ଭାବରେ ଏ ସଫଳତା ଲାଗି ଖୁସି ମନାଇବେ । ଫଳରେ ଆଗାମୀ ଦିନରେ ଏହା ଭାରତବର୍ଷର ସହାକାଶ ବିଜ୍ଞାନ ଜନିତ ଗବେଷଣାକୁ ଉତ୍ସାହିତ କରିବ ।

ବନ୍ଧୁବର୍ଗ !

ବାସ୍ତବରେ ଚଳିତ ମୌସୁମୀ ଋତୁ ହିଁ ବିଜୟୋତ୍ସବର ଅମୃତ କାଳ । କାରଣ ଅତୀତରେ ଅପରେସନର ସିନ୍ଦୁର ବଳରେ ଆମେ ଶତ୍ରୁ ପକ୍ଷର ସୀମାରେ ପଶି ମାତ୍ର ୨୨ ମନିଟ ସମୟ ଭିତରେ ଆତଙ୍କୀ ଆଡ୍ଡାକୁ ବିଧ୍ୱଂସ କରିପାରିଛୁ । ସଶସ୍ତ୍ର ସେନାର ବିଜୟଗାଥା ସମ୍ପର୍କରେ ବି ବିହାରର ଏକ ସଭାରେ କୁହାଯାଇଛି । ଆମ ସେନାର ମେଡ ଇଣ୍ଡିଆର ନୂଆ ଚେହେରା ବିଶ୍ୱ ଦରବାରରେ ଉଚ୍ଚକିତ ହୋଇପାରିଛି । ମେଡ ଇନ ଇଣ୍ଡିଆ ଯୁଦ୍ଧାସ୍ତ୍ର ସମ୍ପର୍କରେ ବିଶ୍ୱ ନେତା ଆମ ପ୍ରଧାନମନ୍ତ୍ରୀଙ୍କୁ ଏବେ ପଚାରୁଛନ୍ତି । ଯେବେ ସଂସଦର ଉଭୟ ଗୃହରେ ଏପ୍ରକାର ଭବ୍ୟ ସମ୍ମିଳିତ ଉତ୍ସାହ ଦେଖିବାକୁ ମିଳିବ ସେବେ ନିଶ୍ଚିତପକ୍ଷେ ଆମ ସେନାକୁ ପ୍ରେରଣା ମିଳିବ । ମେଡ ଇନ ଇଣ୍ଡିଆ ଇକ୍ୟୁପମେଂଟ ଦିନଦୁ ଦିନ ପ୍ରଗତି ଲାଭ କରି ଆମ ଦେଶର ଯୁବକମାନଙ୍କୁ ନିଯୁକ୍ତି ଦେବାରେ ବି ସହାୟକ ହେବ ।

ବନ୍ଧୁବର୍ଗ !

ଏବେ ଆମେ ଉଭୟ ଶାନ୍ତି ଓ ପ୍ରଗତି ପଥରେ ଅଗ୍ରସର ହେଉଛେ । ପ୍ରତ୍ୟେକ ପାଦ ଦେଶରେ ଆମେ ସଫଳତାର ସ୍ୱାଦ ଚାଖୁଛୁ । ସ୍ୱାଧୀନତା ପରେ ପରେ ଏହି ଦେଶ ବିଭିନ୍ନ ପ୍ରକାର ନକ୍ସଲବାଦ ଓ ଆତଙ୍କବାଦର ବହ୍ନି ଦେଖିଛି । ଯାହା ହେଉ ଆଜିକାଲି ଦେଶରେ ମାଓ ହିଂସା ଦିନକୁ ଦିନ କମିବାରେ ଲାଗିଛି । ନକ୍ସଲମାନଙ୍କୁ ମୂଳୋତ୍ପାଟନ କରିବାକୁ ଆମ ସେନା ନୂଆବଳ ପାଇଛି । ଏହାଦ୍ୱାରା ସମ୍ବିଧାନର ଜୟ ହୋଇଛି । ସମ୍ବିଧାନ ବନାମ ବୋମା, ଗୁଳି ଗୋଳା, ବନ୍ଧୁକର ଲଢେଇରେ ସମ୍ବିଧାନର ଜିତାପଟ ହୋଇଛି । ଦିନେ ରେଡ କରିଡର ଭାବେ କୁଖ୍ୟାତ ଥିବା ସ୍ଥାନରେ ଏବେ ଗ୍ରୀନ ଗ୍ରୋଥ ହୋଇଛି ଯାହା ସାରା ଦେଶ ଲାଗି ଏକ ଶୁଭ ଶକୁନ । ଚଳିତ ଅଧିବେଶନରେ ସଂସଦର ପ୍ରତ୍ୟେକ ସଦସ୍ୟ ଏହି ଗର୍ବ ଓ ବିଜୟର ଗାଥା କହିବେ । ଦଳ ମତ ନର୍ବିଶେଷରେ ପ୍ରତ୍ୟେକ ସଭ୍ୟ ନିଜ ନିଜ ଅନୁଭୂତି ବାଂଟିବେ ।

ବନ୍ଧୁବର୍ଗ !

୨୦୧୪ରେ ଯେବେ ସାରା ଦେଶ ଆମ ଉପରେ ଶାସନ ଭାର ନ୍ୟସ୍ତ କରିଲା ସେବେ ଆମର ଅର୍ଥନୈତିକ ସ୍ଥାନ ସାରା ବିଶ୍ୱରେ ପଂଚମରେ ଥିଲା । ୨୦୧୪ ପୂର୍ବରୁ ବୈଶ୍ୱିକ ଅର୍ଥନୀତିର ଆମେ ଦଶମ ସ୍ଥାନରେ ଥିଲେ । ଏବେ କିନ୍ତୁ ଆମେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ସାରା ବିଶ୍ୱରେ ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ୨୫ କୋଟି ଲୋକଙ୍କୁ ଗରିବିରୁ ମୁକ୍ତ କରିବା ପଦକ୍ଷେପକୁ ପ୍ରଶଂସା କରାଯାଇଛି । ୨୦୧୪ ପୂର୍ବରୁ ଆମ ଦେଶର ମୁଦ୍ରାସ୍ଫୀତି ହାର ଦୁଇଗୁଣା ରହିଥିଲା କିନ୍ତୁ ଏବେ ଏହା ମାତ୍ର ଦୁଇ ପ୍ରତିଶତରେ ପହଂଚିଛି । ସାଧାରଣ ଲୋକ ଚଳିବା ଲାଗି ଏହା ଉପଯୁକ୍ତ ବାତାବରଣ ସୃଷ୍ଟି କରିଛି । କମ ମୁଦ୍ରାସ୍ଫୀତି ଓ ଅର୍ଥନୈତିକ ଅଭିବୃଦ୍ଧି ହାର ଦେଶ ପ୍ରଗତିର ସୂଚକ ।

ବନ୍ଧୁବର୍ଗ !

ଏବେ ଏବେ ସାରା ବିଶ୍ୱର ଆକର୍ଷଣ ସାଜିଥିବା ୟୁପିଆଇ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏହାଲ ଡିଜିଟାଲ ଇଣ୍ଡିଆର ବାର୍ତାବହ । ଭାରତବର୍ଷ ଏଥିରେ ଭବିଷ୍ୟତ ନିହିତ ରହିଛି । ଫିନଟେକ ବ୍ୱାର୍ଲଡର ନେତୃତ୍ୱ ନେଇ ଭାରତ ସାରା ବିଶ୍ୱରେ ରିୟଲ ଟାଇମ ଡିଜିଟାଲ କାରବାର କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ନେଉଛି ।

ବନ୍ଧୁବର୍ଗ !

ନିକଟରେ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲଓ)ର ଏକ ବୈଶ୍ୱିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଭାରତ ପ୍ରସଙ୍ଗ ଉତଥାପନ ହୋଇଥିଲା । ଏଥିରେ ଆମ ଦେଶର ୯୦ କୋଟି ଲୋକଙ୍କ ସାମାଜିକ ସୁରକ୍ଷା ପକ୍କା କରାଯାଇଥିବା ଚର୍ଚ୍ଚା ହୋଇଥିଲା । ଏହି ସମ୍ମିଳନୀରେ ହୁ ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଭାରତବର୍ଷକୁ ଟ୍ରାକୋମା ମୁକ୍ତ ଦେଶ ଭାବେ ଘୋଷଣା କରାଯାଇଥିଲା । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆମ ଦେଶର ଏହା ହେଉଛି ଏକ ଉଲ୍ଲେଖନୀୟ କୃତିତ୍ୱ ।

ବନ୍ଧୁବର୍ଗ !

ପହଲଗାମ ହିଂସା ସମ୍ପର୍କରେ ସମସ୍ତଙ୍କୁ ଊଣା ଅଧିକେ ଜଣା । ଆତଙ୍କବାଦୀ ଓ ସେମାନଙ୍କର ମୂଳକୁ ଖୋଜାଗଲା । ସେହି ସମୟରେ ଦଳ ମତ ନିର୍ବିଶେଷରେ କିଛି ସଦସ୍ୟ ବାହାର ଦେଶ ଗସ୍ତରେ ଯାଇ ପାକିସ୍ତାନର ମୁଖା ଖୋଲିଦେଲେ । ଏଥିଲାଗି ସମ୍ପୃକ୍ତ ସଦସ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ ।

ବନ୍ଧୁବର୍ଗ !

ଏକତ୍ୱ ଓ ସମ୍ମିଳିତ ସ୍ୱର ହିଁ ଆମ ଦେଶକୁ ବିଜୟୋତ୍ସବ ଲାଗି ବଳ ଦେଇଛି । ଆମ ଦେଶର ସଶସ୍ତ୍ର ସେନା, ଦେଶର ସାମରିକ ବଳକୁ ଏହା ଉତ୍ସାହ ଦେବ । ୧୪୦ କୋଟି ଭାରତୀୟଙ୍କୁ ଖୁସି ହେବାକୁ ଏହା ନୂଆ ଊର୍ଜା ଦେବ । ଆମ ପ୍ରତିରକ୍ଷା ଉପରେ ଆସ୍ଥା ରଖିବା ପୂର୍ବକ ଆମ ସେନାର ପରାକାଷ୍ଠାକୁ ପ୍ରଶଂସା କରିବା ଉଚିତ । ସେହିପରି ସଂସଦ ଭିତରେ ବି ନିର୍ବାଚିତ ପ୍ରତିନିଧିମାନେ ଏକ ଭାବାପନ୍ନ ହୋଇ ଦେଶର ସ୍ୱାର୍ଥକୁ ପ୍ରାଥମିକତା ଦେବା କଥା । ତେବେ ସିହ ଏକତୃ ଭାବ ଓ ସମ୍ମିଳିତ ଭାବ ବି ସଂସଦ ଭିତରେ ପ୍ରତିଫଳିତ ହେବା ବିଧେୟ । ଆଗାମୀ ଦିନରେ ସାରା ଦେଶବାସୀଙ୍କ ଲାଗି କିଛି ନୂଆ ଆଇନ ଓ ବିଧେୟକ ପାରିତ ହେବାର ରହିଛି । ସମସ୍ତଙ୍କ ସହଯୋଗରେ ଏହା ଗୃହୀତ ଓ ପାରିତ ହୋଇପାରିଲେ ଦେଶ ନିର୍ମାଣ ଲାଗି ଅଭିପ୍ରେତ ଯୋଜନା କାର୍ଯ୍ୟାନ୍ୱୟ ହୋଇପାରିବ ।

ଫଳପ୍ରସୂ ଆଲୋଚନା ଲାଗି ସମ୍ମାନନୀୟ ସମସ୍ତ ସଦସ୍ୟଙ୍କ ପ୍ରତି ମୋର ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ 

PBD


(Release ID: 2146807) Visitor Counter : 3