ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଭେଟିଲେ ଦକ୍ଷିଣ କୋରିଆର ବିଶେଷ ଦୂତଙ୍କ ପ୍ରତିନିଧିମଣ୍ଡଳୀ

ପୋଷ୍ଟ କରାଯିବା ଦିନାଙ୍କ: 17 JUL 2025 6:40PM by PIB Bhubaneswar

 

ଭାରତ ଗସ୍ତରେ ଆସିଥିବା ଶ୍ରୀ କିମ୍ ବୁ କୁ୍ୟମଙ୍କ ନେତୃତ୍ୱରେ ଦକ୍ଷିଣ କୋରିଆ (ଆରଓକେ) ସ୍ୱତନ୍ତ୍ର ଦୂତଙ୍କ ଏକ ପ୍ରତିନିଧିମଣ୍ଡଳୀ ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନିକଟରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଶ୍ରୀ ଜେମ୍ୟାଙ୍ଗ ଲି ଙ୍କ ସହ ହୋଇଥିବା ସକରାତ୍ମକ ବୈଠକକୁ ସ୍ମରଣ କରିଥିଲେ ଦଶ ବର୍ଷ ଧରି ଜାରି ରହିଥିବା ଭାରତ-ଦକ୍ଷିଣ କୋରିଆ ବିଶେଷ ରଣନୀତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ସେ ନବାଚାର, ରକ୍ଷା, ଜାହାଜ ନିର୍ମାଣ, ଦକ୍ଷତାର ଗତିଶୀଳତା ସହିତ ପ୍ରମୁଖ କ୍ଷେତ୍ରରେ ଭାଗିଦାରୀର ନିରନ୍ତର ବିକାଶ ଉପରେ ଆଲୋଚନା କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ଏକ ପୋଷ୍ଟରେ ଲେଖିଛନ୍ତି:

ଶ୍ରୀ କିମ୍ ବୁ୍ୟ କୁ୍ୟମଙ୍କ ନେତୃତ୍ୱରେ ଦକ୍ଷିଣ କୋରିଆରୁ ଆସିଥିବା ବିଶେଷ ପ୍ରତିନିଧିମଣ୍ଡଳୀଙ୍କୁ ସ୍ୱାଗତ କରି ବହୁତ ସନ୍ତୋଷ ପାଇଲି ଗତମାସ ରାଷ୍ଟ୍ରପତି ଶ୍ରୀ ଜେମ୍ୟାଙ୍ଗ ଲି ଙ୍କ ସହ ହୋଇଥିବା ମୋର ସକରାତ୍ମକ ଭେଟକୁ ସ୍ମରଣ କରୁଛି ୧୦ ବର୍ଷ ପୂରଣ କରୁଥିବା ଭାରତ-ଦକ୍ଷିଣ କୋରିଆ ବିଶେଷ ରଣନୀତିକ ଭାଗିଦାରୀ ନବାଚାର ଏବଂ ରକ୍ଷାରୁ ଆରମ୍ଭ କରି ଜାହାଜ ନିର୍ମାଣ ଏବଂ ଦକ୍ଷତା ଗତିଶୀଳତା ପର୍ଯ୍ୟନ୍ତ ନିରନ୍ତର ବିକଶିତ ହୋଇଚାଲୁଛି ଦୁଇ ଲୋକତାନ୍ତ୍ରିକ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗ ହିନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ସ୍ଥିରତା ଏବଂ ସମୃଦ୍ଧିରେ ଯୋଗଦାନ କରିଚାଲିଛି

SR


(ରିଲିଜ ଆଡି: 2145724) ପରିଦର୍ଶକ କାଉଣ୍ଟର : 11