ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 07 JUL 2025 5:19AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଆଜି ବ୍ରାଜିଲ୍‌ର ରିଓ ଡି ଜେନେରୋଠାରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ୍ ଡିଆଜ୍‌-କାନେଲ ବର୍‌ମୁଡେଜଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ୨୦୨୩ରେ ଜୋହାର୍ନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ରାଷ୍ଟ୍ରପତି ଡିଆଜ-କାନଲେଙ୍କୁ ଭେଟିଥିଲେ, ଯେଉଁଠାରେ କ୍ୟୁବା ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଥିଲେ ।

ଦୁଇ ନେତା ଆର୍ଥିକ ସହଯୋଗ, ବିକାଶ ସହଭାଗିତା, ଫିନ୍‌ଟେକ, କ୍ଷମତା ନିର୍ମାଣ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ । ଡିଜିଟାଲ୍ କ୍ଷେତ୍ରରେ ବିଶେଷଜ୍ଞତାକୁ ସ୍ୱୀକାର କରି ରାଷ୍ଟ୍ରପତି ଡିଆଜ-କାନଲେ ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ୟୁପିଆଇ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପ୍ରଧାନମନ୍ତ୍ରୀ ଆୟୁର୍ବେଦକୁ କ୍ୟୁବାର ସ୍ୱୀକୃତି ପାଇଁ ପ୍ରଶଂସା କରିଥିଲେ ଏବଂ କ୍ୟୁବାର ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆୟୁର୍ବେଦକୁ ସମନ୍ୱିତ କରିବା ପାଇଁ ସମର୍ଥନ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କ୍ୟୁବା ଦ୍ୱାରା ଭାରତୀୟ ଫାର୍ମାକୋପୋଇଆକୁ ସ୍ୱୀକୃତି ଦେବା ପାଇଁ ପ୍ରସ୍ତାବ ଦେଇଥିଲେ, ଯାହା ଭାରତୀୟ ଜେନେରିକ ଔଷଧର ଉପଲବ୍ଧତା ସହଜ କରାଇବ ।

ଦୁଇ ନେତା ଗ୍ଲୋବାଲ ସାଉଥ ପାଇଁ ଚିନ୍ତାର କାରଣ ସ୍ୱାସ୍ଥ୍ୟ, ମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ କ୍ଷେତ୍ର ଉପରେ କାମ କରିବାକୁ ସହମତ ହୋଇଥିଲେ । ସେମାନେ ବହୁପକ୍ଷୀୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ପ୍ରଶଂସା କରିଥିଲେ ।

 

SR


(Release ID: 2142842)