ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କୁ ରାମ ମନ୍ଦିର ପ୍ରତିକୃତି ଏବଂ ପବିତ୍ର ଜଳ ଦେଲେ ପ୍ରଧାନମନ୍ତ୍ରୀ
Posted On:
04 JUL 2025 8:57AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କୁ ଅଯୋଧ୍ୟା ସ୍ଥିତ ରାମମନ୍ଦିରର ଏକ ପ୍ରତିକୃତି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ଆୟୋଜିତ ଏକ ରାତିଭୋଜନରେ ଶ୍ରୀ ମୋଦୀ ଏହି ପ୍ରତିକୃତି ପ୍ରଦାନ କରିଛନ୍ତି । ଏଥିସହ ସେ ସରୟୁ ନଦୀ ଏବଂ ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭର ପବିତ୍ର ଜଳ ମଧ୍ୟ ପ୍ରଦାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଥିଲେ;
“ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିସେସରଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ, ମୁଁ ଅଯୋଧ୍ୟାର ରାମ ମନ୍ଦିରର ପ୍ରତିକୃତି ଏବଂ ସରୟୁ ନଦୀର ସମେତ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭରୁ ପବିତ୍ର ଜଳ ପ୍ରଦାନ କରିଥିଲି । ଏଗୁଡିକ ଭାରତ ଓ ତ୍ରିନିଦାଦ ଏବଂ ଟୋବାଗୋ ମଧ୍ୟରେ ଗଭୀର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କର ପ୍ରତୀକ ।”
SR
(Release ID: 2142084)
Read this release in:
English
,
Urdu
,
Hindi
,
Nepali
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam