ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ନୂଆଦିଲ୍ଲୀରେ 'ସମ୍ବିଧାନ ହତ୍ୟା ଦିବସ "ଅବସରରେ' ଦ ଏମର୍ଜେନ୍ସି ଡାଏରୀଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍‍ ଏ ଲିଡର" ପୁସ୍ତକ ଉନ୍ମୋଚନ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ


ଏହି ପୁସ୍ତକଟି ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଜ୍ଞତାର ଏକ ସଂକଳନ

'ଦ ଏମର୍ଜେନ୍ସି ଡାଏରି: ଇୟର୍ସ ଦ୍ୟାଟ୍ ଫର୍ଜଡ୍‍ ଏ ଲିଡର "ପୁସ୍ତକରେ କୁହାଯାଇଛି, କିପରି ମୋଦୀଜୀ ଜଣେ ଯୁବ ସଂଘ ପ୍ରଚାରକ ଭାବେ ଆତ୍ମଗୋପନ କରି ସଂଘର୍ଷ କରିଥିଲେ

ଜରୁରୀକାଳୀନ ପରିସ୍ଥିତି ସମୟରେ ଯୁବକ ମୋଦୀ ଜୀଙ୍କ ସଂଘର୍ଷ ହେଉଛି ପ୍ରଧାନମନ୍ତ୍ରୀ ଭାବେ ଗଣତନ୍ତ୍ରର ମୂଳକୁ ମଜବୁତ କରିବା ପାଇଁ ତାଙ୍କର ପ୍ରେରଣା

ଯେଉଁ ଯୁବ ମୋଦୀଜୀ ଗାଁ-ଗାଁ ଯାଇ ବଂଶବାଦର ରାଜନୀତି ପ୍ରତିଷ୍ଠା କରିବା ପାଇଁ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିଲେ, ସେ ହେଉଛନ୍ତି ସେହି ବ୍ୟକ୍ତି, ଯିଏକି ୨୦୧୪ ରେ ବଂଶବାଦ ରାଜନୀତିକୁ ମୂଳପୋଛ କରିଥିଲେ

Posted On: 25 JUN 2025 7:57PM by PIB Bhubaneshwar

 

କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ 'ସମ୍ବିଧାନ ହତ୍ୟା ଦିବସ "ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ' ଦ ଏମର୍ଜେନ୍ସି ଡାଏରୀଜ୍-ଇୟର୍ସ ଦ୍ୟାଟ୍ ଫର୍ଜଡ୍‍ ଏ ଲିଡର" ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି, ଯାହା ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଜ୍ଞତାର ଏକ ସଂକଳନ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି, ରେଳ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଦିଲ୍ଲୀର ଉପରାଜ୍ୟପାଳ ଶ୍ରୀ ବିନୟ କୁମାର ସାକ୍ସେନା, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।

ପୁସ୍ତକ ଉନ୍ମୋଚନ ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହି ପୁସ୍ତକରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଜଣେ ଯୁବ ସଂଘ ପ୍ରଚାରକ ଭାବେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟ, ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ନେତୃତ୍ୱରେ ୧୯ ମାସ ଧରି ଚାଲିଥିବା ଆନ୍ଦୋଳନ ସମୟରେ ସେ କିପରି ଆତ୍ମଗୋପନ କରି ଲଢ଼ିଥିଲେ, ସେ ବିଷୟରେ ଉଲ୍ଲେଖ ରହିଛି। ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ ସେ କିପରି ମିଶା ଅଧିନିୟମ ଅନୁଯାୟୀ ଜେଲରେ ଥିବା ଲୋକଙ୍କ ଘରକୁ ଯାଇଥିଲେ ଏବଂ ସେମାନଙ୍କ ପରିବାର ସହିତ କଥା ହୋଇଥିଲେ ଏବଂ ସେମାନଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ। ଏହି ପୁସ୍ତକରେ ବର୍ଣ୍ଣନା କରାଯାଇଛି ଯେ ଶ୍ରୀ ମୋଦୀ ବଜାର, ଛକ, ଛାତ୍ର ଏବଂ ମହିଳାଙ୍କ ମଧ୍ୟରେ ଗୁପ୍ତ ଭାବରେ ପ୍ରକାଶିତ ଅନେକ ଖବରକାଗଜ ବଣ୍ଟନ କରିଥିଲେ ଏବଂ ସେ ଗୁଜରାଟର ୨୫ ବର୍ଷ ବୟସ୍କ ଯୁବକ ଭାବରେ ଏହି ସଂଘର୍ଷର ନେତୃତ୍ୱ ନେଇଥିଲେ। ଶ୍ରୀ ଶାହ କହିଥିଲେ ଯେ ମୋଦୀ ସେହି ସମୟରେ ଭୂମିଗତ ଭାବେ କାମ କରୁଥିଲେ, ବେଳେବେଳେ ସନ୍ଥ ଭାବେ, ବେଳେବେଳେ ସର୍ଦ୍ଦାରଜୀ ଭାବେ, ବେଳେବେଳେ ହିପ୍ପି ଭାବେ, ବେଳେବେଳେ ଧୂପକାଠି ବିକ୍ରେତା ଭାବେ କିମ୍ବା ଆଉ ବେଳେବେଳେ ସମ୍ବାଦପତ୍ର ବିକ୍ରେତା ଭାବେ।

 

ଶ୍ରୀ ଅମିତ ଶାହ କହିଥିଲେ ଯେ ଜଣେ ୨୫ ବର୍ଷ ବୟସ୍କ ଯୁବକ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଏକଛତ୍ରବାଦୀ ଚିନ୍ତାଧାରାକୁ ବିରୋଧ କରିଥିଲେ। ବଂଶବାଦ ରାଜନୀତିକୁ ପୁନର୍ବାର ପ୍ରତିଷ୍ଠା କରିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା, କିନ୍ତୁ ଶ୍ରୀ ମୋଦୀ ଘର-ଘର, ଗାଁ-ଗାଁ ଏବଂ ସହର-ସହର ଯାଇ ଏହାର ପ୍ରତିବାଦ କରିଥିଲେ, ଏବଂ ଶେଷରେ ସେ ୨୦୧୪ ରେ ସମଗ୍ର ଦେଶରୁ ବଂଶବାଦ ରାଜନୀତିକୁ ମୂଳପୋଛ କରିଥିଲେ। ସେ କହିଛନ୍ତି ଯେ ଏହି ପୁସ୍ତକରେ ଗଣମାଧ୍ୟମ ସେନ୍ସରସିପ୍, ସରକାରୀ ଦମନ, ସଂଘ ଏବଂ ଜନସଂଘର ସଂଘର୍ଷ, ଜରୁରୀକାଳୀନ ପରିସ୍ଥିତିର ଶିକାର ହୋଇଥିବା ବ୍ୟକ୍ତିଙ୍କ ବର୍ଣ୍ଣନା ଏବଂ ଏକଛତ୍ରବାଦ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ଅଂଶଗ୍ରହଣ ପର୍ଯ୍ୟନ୍ତ ପାଞ୍ଚଟି ଅଧ୍ୟାୟ ରହିଛି।

 

ସ୍ୱରାଷ୍ଟ୍ର ମନ୍ତ୍ରୀ ଦେଶର ଯୁବକମାନଙ୍କୁ ଏହି ପୁସ୍ତକ ପଢ଼ିବାକୁ ନିବେଦନ କରିଛନ୍ତି ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ ଯେଉଁ ଯୁବକମା ତାଙ୍କ ପ୍ରାରମ୍ଭିକ ଦିନରେ ଏକଛତ୍ରବାଦ ବିରୁଦ୍ଧରେ ଲଢ଼ିଥିଲେ, ସେହି ଯୁବକ ହିଁ ଏହି ଦେଶରେ ଗଣତନ୍ତ୍ରର ମୂଳକୁ ମଜବୁତ କରୁଛନ୍ତି, ଏବଂ ସେ ହେଉଛନ୍ତି ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

 

HS


(Release ID: 2139723)