ପୋଷ୍ଟ କରାଯିବା ଦିନାଙ୍କ:
09 JUN 2025 2:09PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ଯାତ୍ରା ଉପରେ ନାମୋ ଆପ୍ରେ ହୋଇଥିବା ସର୍ଭେରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଶ୍ରୀ ମୋଦୀ ପୋର୍ଟାଲର ଏକ ଲିଙ୍କ ମଧ୍ୟ ଶେୟାର କରିଛନ୍ତି, ଯେଉଁଠାରେ ଗତ ୧୧ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ଯାତ୍ରା ଉପରେ କରାଯାଉଥିବା ଜନ ମନ ସର୍ଭେରେ ଯେକେହି ଅଂଶଗ୍ରହଣ କରିପାରିବେ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
“ଆପଣଙ୍କ ମତାମତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ! ନାମୋ ଆପ୍ରେ ଏହି ସର୍ଭେରେ ଅଂଶଗ୍ରହଣ କରନ୍ତୁ ଏବଂ ବିଗତ ୧୧ ବର୍ଷ ମଧ୍ୟରେ ଭାରତର ଅଭିବୃଦ୍ଧି ଯାତ୍ରାକୁ ଆପଣ କିପରି ଦେଖୁଛନ୍ତି, ତାହା ଆମକୁ ଜଣାନ୍ତୁ ।”
SR