ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                    
                    
                        ବିଶ୍ୱ ପରିବେଶ ଦିବସ ଅବସରରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସିନ୍ଦୁର ଚାରା ରୋପଣ କଲେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                05 JUN 2025 11:48AM by PIB Bhubaneshwar
                
                
                
                
                
                
                 
ବିଶ୍ୱ ପରିବେଶ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଏକ ସିନ୍ଦୁର ଚାରା ରୋପଣ କରିଛନ୍ତି । ଏହି ଚାରା ତାଙ୍କୁ ଗୁଜୁରାଟର କଚ୍ଛର ସାହସୀ ମା’ ଏବଂ ଭଉଣୀମାନେ ଉପହାର ଦେଇଥିଲେ, ଯେଉଁମାନେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିଲେ ।
ନିକଟରେ ତାଙ୍କର ଗୁଜରାଟ ଗସ୍ତକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସିନ୍ଦୁର ଚାରାର ଉପହାର ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ଦୃଢ଼ ପ୍ରତୀକ ହୋଇ ରହିବ ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“୧୯୭୧ ଯୁଦ୍ଧରେ ସାହସ ଏବଂ ପରାକ୍ରମର ଚମତ୍କାର ପରାକାଷ୍ଠା ପ୍ରଦର୍ଶନ କରିଥିବା କଚ୍ଛର ବୀରାଙ୍ଗନା ମାତା ଏବଂ ଭଉଣୀମାନେ ନିକଟରେ ଗୁଜରାଟ ଗସ୍ତ ସମୟରେ ମୋତେ ସିନ୍ଦୁର ଚାରା ଉପହାର ଦେଇଥିଲେ । ବିଶ୍ୱ ପରିବେଶ ଦିବସରେ ଆଜି ମୋତେ ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀ ବାସଭବନରେ ଏହି ଚାରାକୁ ରୋପଣ କରିବାର ସୌଭାଗ୍ୟ ମିଳିଛି । ଏହି ଚାରା ଆମ ଦେଶର ନାରୀ ଶକ୍ତିର ସାହସ ଏବଂ ପ୍ରେରଣାର ଏକ ସଶକ୍ତ ପ୍ରତୀକ ହୋଇ ରହିବ ।”
 
SR
                
                
                
                
                
                (Release ID: 2134124)
                Visitor Counter : 8
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Bengali-TR 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam