ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜେନେଭାରେ ଆୟୋଜିତ ଅଷ୍ଟମ ବିଶ୍ୱସ୍ତରୀୟ ମଞ୍ଚରେ ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର

ପୋଷ୍ଟ କରାଯିବା ଦିନାଙ୍କ: 04 JUN 2025 9:06AM by PIB Bhubaneshwar

ଜେନେଭାଠାରେ ୦୩ ଜୁନ ୨୦୨୫ ରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଅଷ୍ଟମ ବୈଶ୍ବିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ବିପର୍ଯ୍ୟୟ ପ୍ରଶମନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ସେ ନରୱେର ଅନ୍ତର୍ଜାତୀୟ ବିକାଶ ଉପମନ୍ତ୍ରୀ ସୁଶ୍ରୀ ଷ୍ଟାଇନ ରେନେଟ ହେହିମଙ୍କ ସହ ଫଳପ୍ରଦ ଆଲୋଚନା କରିଥିଲେ।

ଡଃ ମିଶ୍ର ଏହି ମଞ୍ଚର ଉଦଘାଟନୀ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ସେ ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ସ୍ଥିତିସ୍ଥାପକତା-ନିର୍ମାଣ ପ୍ରତି ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହା ଏକ ସୁରକ୍ଷିତ ଏବଂ ଅଧିକ ନମନୀୟ ଭବିଷ୍ୟତ ପାଇଁ ଭାଗିଦାରୀକୁ ମଜବୁତ କରିବା ପାଇଁ ଭାରତର ସମର୍ପଣକୁ ସୁଦୃଢ଼ କରିଥିଲା।

 

*******

P.S.


(ରିଲିଜ ଆଡି: 2133767) ପରିଦର୍ଶକ କାଉଣ୍ଟର : 27