ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ଧ୍ରପ୍ରଦେଶର ଯୋଗାନ୍ଧ୍ର ୨୦୨୫ ପଦକ୍ଷେପର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 03 JUN 2025 8:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶର ଚିତ୍ତୁର ନିକଟରେ ଆୟୋଜିତ ଯୋଗାନ୍ଧ୍ର ୨୦୨୫ କାର୍ଯ୍ୟକ୍ରମରେ ଯୋଗପ୍ରେମୀମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣକୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟକ୍ରମ ପୁଲିଗୁଣ୍ଡୁ ଟ୍ୱିନ୍ ହିଲ୍ସ ମଧ୍ୟରେ ଆୟୋଜିତ ହୋଇଥିଲା । ସେଠାରେ ୨,୦୦୦ରୁ ଅଧିକ ଯୋଗପ୍ରେମୀ ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ ପାଇଁ ଆନ୍ଧ୍ରପ୍ରଦେଶରେ ଏକ ମାସ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଏକତ୍ରିତ ହୋଇଥିଲେ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରତାପରାଓ ଯାଦବଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଯୋଗ ଦିବସ ୨୦୨୫ ପ୍ରତି ବୃଦ୍ଧି ପାଉଥିବା ଉତ୍ସାହ ଦେଖି ଖୁସି ଲାଗୁଛି । ‘ଯୋଗାନ୍ଧ୍ର୨୦୨୫’ ହେଉଛି, ଯୋଗକୁ ଲୋକପ୍ରିୟ କରିବା ପାଇଁ ଆନ୍ଧ୍ରପ୍ରଦେଶର ଲୋକମାନଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରଶଂସନୀୟ ପ୍ରୟାସ । ମୁଁ ୨୧ ତାରିଖରେ ଆନ୍ଧ୍ରପ୍ରଦେଶରେ ଯୋଗ ଦିବସ ପାଳନ କରିବାକୁ ଅପେକ୍ଷା କରିଛି ।

ମୁଁ ଆପଣମାନଙ୍କୁ ଯୋଗ ଦିବସ ପାଳନ କରିବାକୁ ଏବଂ ଯୋଗକୁ ଆପଣଙ୍କ ଜୀବନର ଏକ ନିୟମିତ ଅଂଶ କରିବାକୁ ଆହ୍ୱାନ କରୁଛି ।

@ncbn

 

SR


(Release ID: 2133705)