ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିକିମର ୫୦ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
16 MAY 2025 10:13AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକିମର ଲୋକମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଚଳିତ ବର୍ଷ, ଏହି ଦିବସ ବେଶ୍ ସ୍ୱତନ୍ତ୍ର କାରଣ ଆମେ ସିକିମ ରାଜ୍ୟ ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛୁ! ସିକିମ ଶାନ୍ତ, ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କର ରାଜ୍ୟ ।”
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ସିକିମ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଲୋକମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ଚଳିତ ବର୍ଷ ଏହି ଦିବସ ବେଶ୍ ସ୍ୱତନ୍ତ୍ର କାରଣ ଆମେ ସିକିମ ରାଜ୍ୟ ପ୍ରତିଷ୍ଠାର ୫୦ତମ ବାର୍ଷିକୀ ପାଳନ କରୁଛୁ!
ସିକିମ ଶାନ୍ତ, ସୌନ୍ଦର୍ଯ୍ୟ, ସମୃଦ୍ଧ ସାଂସ୍କୃତିକ ପରମ୍ପରା ଏବଂ ପରିଶ୍ରମୀ ଲୋକମାନଙ୍କର ରାଜ୍ୟ ଭାବରେ ପରିଚିତ । ଏହି ରାଜ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରଗତି କରିଛି । ଏହି ସୁନ୍ଦର ରାଜ୍ୟର ଲୋକମାନେ ସର୍ବଦା ସମୃଦ୍ଧି ପଥରେ ଅଗ୍ରସର ହୁଅନ୍ତୁ ।”
SR
(Release ID: 2129066)
Read this release in:
English
,
Urdu
,
Hindi
,
Nepali
,
Marathi
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam