ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ବୈଠକ ଅନୁଷ୍ଠିତ
Posted On:
15 MAY 2025 7:04PM by PIB Bhubaneshwar
ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସକାଶେ ଅନୁଷ୍ଠିତ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ । ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ତଥା ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ କରାଇବା ସକାଶେ ବ୍ୟାପକ ପଦକ୍ଷେପ ନିଆଯାଇଛି ।”
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କଲି । ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ । ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଅନେକ ପଦକ୍ଷେପ ନେଇଛୁ । ଏଥିସହ ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ କରାଇଛୁ । ଆଜିର ବୈଠକରେ ରପ୍ତାନିରେ ସୁଧାର ଆଣିବା ପାଇଁ ଏବଂ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ବିଭିନ୍ନ ଉପାୟ ସମ୍ପର୍କରେ ବିଚାରବିମର୍ଷ କରାଗଲା ।”
SR
(Release ID: 2129003)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam