ପୋଷ୍ଟ କରାଯିବା ଦିନାଙ୍କ:
29 APR 2025 2:49PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନରେ ସୁଶ୍ରୀ କମଳା ପ୍ରସାଦ-ବିଶେଶରଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଭାରତ ଏବଂ ତ୍ରିନିଦାଦ ଏବଂ ଟୋବେଗୋ ମଧ୍ୟରେ ଐତିହାସିକ ରୂପରେ ଘନିଷ୍ଠ ଏବଂ ପାରିବାରିକ ସମ୍ପର୍କ ଉପରେ ଜୋର୍ ଦେଇଛନ୍ତି ।
ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ନିର୍ବାଚନରେ ତୁମ ବିଜୟ ପାଇଁ @MPKamla ଙ୍କୁ ଆନ୍ତରିକ ଅଭିନନ୍ଦନ । ଆମକୁ ତ୍ରିନିଦାଦ ଏବଂ ଟୋବେଗୋ ସହ ଐତିହାସିକ ଘନିଷ୍ଠ ଏବଂ ପାରିବାରିକ ସମ୍ପର୍କ ହିଁ ଭଲ ଲାଗିଥାଏ । ମୁଁ ଆପଣଙ୍କ ସହ ମିଳିମିଶି କାମ କରିବାକୁ ତତ୍ପର ଅଛି । ଯଦ୍ୱାରାକି ଆମର ଲୋକମାନଙ୍କର ମିଳିତ ସମୃଦ୍ଧି ଏବଂ କଲ୍ୟାଣ ସହଭାଗିତା ଭାବେ ଅଧିକ ମଜବୁତ ହୋଇପାରିବ ।”
SR