ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
ପର୍ଯ୍ୟଟକ ଓ ଆତଙ୍କୀ ହମଲାର ଶୀକାର ଭୁକ୍ତଭୋଗୀଙ୍କ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ପଦକ୍ଷେପ
ଶ୍ରୀନଗରରୁ ଉଡିବ ଚାରିଟି ସ୍ୱତନ୍ତ୍ର ବିମାନ, ନୂଆଦିଲ୍ଲୀକୁ ଦୁଇ ଓ ମୁମ୍ବାଇକୁ ଦୁଇ
ଭଡା ଅପରିବର୍ତିତ ରଖିବାକୁ ଏୟାରଲାଇନ୍ସଗୁଡିକୁ ନିର୍ଦ୍ଦେଶ
Posted On:
23 APR 2025 10:33AM by PIB Bhubaneshwar
ଜମ୍ମୁ ଓ କାଶ୍ମୀର ପହଲଗାମରେ ଆତଙ୍କୀ ଆକ୍ରମଣର ଶୀକାର ହୋଇଥିବା ପର୍ଯ୍ୟଟକ ଓ ଭୁକ୍ତଭୋଗୀଙ୍କ ପାଇଁ ଆଗକୁ ଆସିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ । ବିଭାଗୀୟ କ୍ଷେତ୍ରାଧିକାରୀଙ୍କ ସହ ବରାବର ଯୋଗାଯୋଗରେ ରହି ଖବରର ଟିକିନିଖି ଅପଡେଟ ବୁଝୁଛନ୍ତି ବୋଲି ବିଭାଗୀୟ ମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଅବଗତ କରାଇଛନ୍ତି ।
ତୁରନ୍ତ ରିଲିଫ ପାଇଁ ଶ୍ରୀନଗରରୁ ଚାରିଟି ସ୍ୱତନ୍ତ୍ର ବିମାନ ସେବା ଏବେ କାମ କରୁଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ଶ୍ରୀନଗରରୁ ନୂଆଦିଲ୍ଲୀକୁ ଦୁଇଟି ଓ ଶ୍ରୀନଗରରୁ ମୁମ୍ବାଇକୁ ଦୁଇଟି ବିମାନ ଚଳାଚଳ କରୁଥିବା ସୂଚନା ଦିଆଯାଇଛି । ଏହା ବ୍ୟତିରେକ ସମ୍ପୃକ୍ତ ସ୍ଥାନ ଖାଲି କରେଇବା ପାଇଁ ଅତିରିକ୍ତ ବିମାନ ସେବା ବି ଉପଲବ୍ଧ ରହିଥିବା ମନ୍ତ୍ରୀ କହିଛନ୍ତି ।
ସବୁ ଏୟାରଲାଇନ୍ସ ଅପରେଟରଙ୍କ ସହ କଥା ହୋଇ ବିଭାଗୀୟ ମନ୍ତ୍ରୀ ରାମ ମୋହନ ନାଇଡୁ ବିମାନ ଭଡା ଅପରିବର୍ତିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସମ୍ବେଦନଶୀଳ ସମୟରେ କୌଣସି ଯାତ୍ରୀ ଯେପରି ବିମାନ ଭଡା ନେଇ ଭାରାକ୍ରାନ୍ତ ନହୁଅନ୍ତି ସେଥିଲାଗି ଯଥେଷ୍ଟ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସହ କଥା ହୋଇ ମୃତାହତ ବ୍ୟକ୍ତିଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାକୁ ସବୁପ୍ରକାର ସହଯୋଗ କରିବା ପାଇଁ ସବୁ ଏୟାରଲାଇନ୍ସକୁ ମନ୍ତ୍ରୀ କହିଛନ୍ତି । ପ୍ରଭାବିତ ବ୍ୟକ୍ତିଙ୍କ ସହାୟତା ପାଇଁ ବେସାମରିକ ବିମାନ ସେବା ସଜାଗ ରହି ସେବା ଯୋଗାଇବ ବୋଲି ମନ୍ତ୍ରୀ ରାମ ମୋହନ ନାଇଡୁ ପ୍ରତିକ୍ରିୟା ଦେଇଛନ୍ତି ।
PBD
(Release ID: 2124200)
Visitor Counter : 19
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Malayalam