ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ୱାଟ ଫୋ ଗସ୍ତ
प्रविष्टि तिथि:
04 APR 2025 3:23PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ପାଏତୋଙ୍ଗତର୍ନ ସିନାୱାତ୍ରାଙ୍କ ସହ ୱାଟ ଫ୍ରା ଚେଟୁଫୋନ ୱିମନ ମାଙ୍ଗଖଲାରାମ ରାଜୱାରାମାହାୱିହାନ ତଥା ଲୋକଙ୍କ ମଧ୍ୟରେ ୱାଟ ଫୋ ଭାବେ ପରିଚିତ ସ୍ଥାନକୁ ଗସ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଲୋଟିଥିବା ବୁଦ୍ଧଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଏବଂ ବରିଷ୍ଠ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ‘ସଂଘଦାନ’ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଲୋଟିଥିବା ବୁଦ୍ଧଙ୍କ ପୀଠରେ ଅଶୋକଙ୍କ ସିଂହ ଶୀର୍ଷ ପ୍ରତିକୃତି ପ୍ରଦାନ କରିଥିଲେ । ଏହି ଅବସରରେ ସେ ଦୁଇ ଦେଶ ମଧ୍ୟରେ ଥିବା ଦୃଢ଼ ଏବଂ ଜୀବନ୍ତ ସଭ୍ୟତାଗତ ସମ୍ବନ୍ଧକୁ ସ୍ମରଣ କରିଥିଲେ ।
SR
(रिलीज़ आईडी: 2118983)
आगंतुक पटल : 84
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam