ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

ପୋଷ୍ଟ କରାଯିବା ଦିନାଙ୍କ: 03 APR 2025 6:48PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଥାକସିନ୍ ସିନାୱାତ୍ରାଙ୍କୁ ବ୍ୟାଙ୍କକ୍ରେ ଭେଟିଛନ୍ତି ଉଭୟ ନେତା ଭାରତ ଥାଇଲାଣ୍ଡ ମଧ୍ୟରେ ରକ୍ଷା, ବ୍ୟାପାର, ସଂସ୍କୃତି ଏବଂ ଅନ୍ୟ କ୍ଷେତ୍ରରେ ଥିବା ସହଯୋଗର ଅପାର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:

ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଥାକସିନ୍ ସିନାୱାତ୍ରାଙ୍କୁ ଭେଟି ଅତ୍ୟନ୍ତ ଖୁସି ହେଲି ଶାସନ ନୀତି ନିର୍ମାଣ ସମ୍ବନ୍ଧିତ ପ୍ରସଙ୍ଗରେ ତାଙ୍କର ବ୍ୟାପକ ଅନୁଭବ ରହିଛି ସେ ଭାରତର ବହୁତ ଭଲ ବନ୍ଧୁ ଏବଂ ଅଟଳଜୀଙ୍କ ସହ ତାଙ୍କର ବହୁତ ମଧୁର ସମ୍ପର୍କ ଥିଲା

ଶ୍ରୀ ସିନାୱାତ୍ରା ଏବଂ ମୁଁ ଭାରତ ଥାଇଲାଣ୍ଡ ସହଯୋଗ ଏବଂ ଆମର ଦୁଇ ଦେଶର ଜନସାଧାରଣଙ୍କର କିପରି ଫାଇଦା ହେବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କଲୁ ଆମେ ରକ୍ଷା, ବ୍ୟାପାର, ସଂସ୍କୃତି ଏବଂ ଅନ୍ୟ କ୍ଷେତ୍ରରେ ଥିବା ସହଯୋଗର ଅପାର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛୁ

@ThaksinLive

SR


(ରିଲିଜ ଆଡି: 2118542) ପରିଦର୍ଶକ କାଉଣ୍ଟର : 43