ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଥାଇଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ

ପୋଷ୍ଟ କରାଯିବା ଦିନାଙ୍କ: 03 APR 2025 6:48PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଥାକସିନ୍ ସିନାୱାତ୍ରାଙ୍କୁ ବ୍ୟାଙ୍କକ୍ରେ ଭେଟିଛନ୍ତି । ଉଭୟ ନେତା ଭାରତ ଓ ଥାଇଲାଣ୍ଡ ମଧ୍ୟରେ ରକ୍ଷା, ବ୍ୟାପାର, ସଂସ୍କୃତି ଏବଂ ଅନ୍ୟ କ୍ଷେତ୍ରରେ ଥିବା ସହଯୋଗର ଅପାର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ କହିଛନ୍ତି:

“ଥାଇଲାଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀ ଥାକସିନ୍ ସିନାୱାତ୍ରାଙ୍କୁ ଭେଟି ଅତ୍ୟନ୍ତ ଖୁସି ହେଲି । ଶାସନ ଓ ନୀତି ନିର୍ମାଣ ସମ୍ବନ୍ଧିତ ପ୍ରସଙ୍ଗରେ ତାଙ୍କର ବ୍ୟାପକ ଅନୁଭବ ରହିଛି । ସେ ଭାରତର ବହୁତ ଭଲ ବନ୍ଧୁ ଏବଂ ଅଟଳଜୀଙ୍କ ସହ ତାଙ୍କର ବହୁତ ମଧୁର ସମ୍ପର୍କ ଥିଲା ।

ଶ୍ରୀ ସିନାୱାତ୍ରା ଏବଂ ମୁଁ ଭାରତ ଓ ଥାଇଲାଣ୍ଡ ସହଯୋଗ ଏବଂ ଆମର ଦୁଇ ଦେଶର ଜନସାଧାରଣଙ୍କର କିପରି ଫାଇଦା ହେବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କଲୁ । ଆମେ ରକ୍ଷା, ବ୍ୟାପାର, ସଂସ୍କୃତି ଏବଂ ଅନ୍ୟ କ୍ଷେତ୍ରରେ ଥିବା ସହଯୋଗର ଅପାର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା କରିଛୁ ।

@ThaksinLive ”

SR


(ରିଲିଜ ଆଡି: 2118542) ପରିଦର୍ଶକ କାଉଣ୍ଟର : 52