ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶିକ୍ଷା ଏବଂ ବିକାଶ ପାଇଁ ଗ୍ରୀଷ୍ମ ଛୁଟିର ଉପଯୋଗ କରିବାକୁ ଯୁବପିଢ଼ିକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 APR 2025 12:05PM by PIB Bhubaneswar
ଦେଶବ୍ୟାପୀ ଯୁବ ବନ୍ଧୁମାନଙ୍କୁ ଗ୍ରୀଷ୍ମ ଛୁଟି ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେମାନଙ୍କୁ ଏହି ସମୟକୁ ଉପଭୋଗ, ଶିକ୍ଷା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଉପଯୋଗ କରିବାକୁ ଉତ୍ସାହିତ କରିଛନ୍ତି ।
ଲୋକସଭା ସାଂସଦ ଶ୍ରୀ ତେଜସ୍ୱୀ ସୂର୍ଯ୍ୟଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ସେ ଲେଖିଛନ୍ତି:
“ମୁଁ ମୋର ସମସ୍ତ ଯୁବ ବନ୍ଧୁମାନଙ୍କ ପାଇଁ ଏକ ସୁନ୍ଦର ଅଭିଜ୍ଞତା ଏବଂ ଆନନ୍ଦମୟ ଛୁଟି କାମନା କରୁଛି । ଯେମିତିକି ଗତ ରବିବାର ଦିନ ‘ମନ୍ କି ବାତ୍’ରେ ମୁଁ କହିଥିଲି, ଗ୍ରୀଷ୍ମ ଛୁଟି ଉପଭୋଗ କରିବା, ଶିଖିବା ଏବଂ ବ୍ୟକ୍ତିଗତ ବିକାଶ ପାଇଁ ଏକ ମହାନ ସୁଯୋଗ ପ୍ରଧାନ କରେ । ଏହି ସମୟରେ ଏପରି ପ୍ରୟାସ ଖୁବ୍ ଭଲ ।”
SR
(ରିଲିଜ ଆଡି: 2117323)
ପରିଦର୍ଶକ କାଉଣ୍ଟର : 50
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam