ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫଳାଫଳ ତାଲିକା : ନ୍ୟୁଜିଲ୍ୟାଣ୍ଡ୍ର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ଭାରତ ଗସ୍ତ
Posted On:
17 MAR 2025 2:27PM by PIB Bhubaneshwar
ଘୋଷଣା:
୧. ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍ଟିଏ) ଉପରେ ଆଲୋଚନା ଆରମ୍ଭ;
୨. ବୃତ୍ତିଗତ ଏବଂ କୁଶଳୀ ଶ୍ରମିକଙ୍କ ଗତିଶୀଳତାକୁ ସୁଗମ କରିବା ପାଇଁ ଏକ ବ୍ୟବସ୍ଥା ଉପରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଲୋଚନା ଆରମ୍ଭ;
୩. ନ୍ୟୁଜିଲ୍ୟାଣ୍ଡ ହିନ୍ଦ-ପ୍ରଶାନ୍ତ ମହାସାଗର ପ୍ରୟାସ (ଆଇପିଓଆଇ)ରେ ଯୋଗ ଦେଲା;
୪. ନ୍ୟୁଜିଲ୍ୟାଣ୍ଡ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି (ସିଡିଆର୍ଆଇ) ପାଇଁ ମିଳିତ ସଂଗଠନର ସଦସ୍ୟ ହେଲା ।
ଦ୍ୱିପାକ୍ଷିକ ଦସ୍ତାବିଜ:
୧. ମିଳିତ ବିବୃତ୍ତି
୨. ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ପ୍ରତିରକ୍ଷା ସହଯୋଗ ପାଇଁ ବୁଝାମଣାପତ୍ର;
୩. କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ଭାରତୀୟ ସୀମା ଶୁଳ୍କ ବୋର୍ଡ (ସିବିଆଇ) ଏବଂ ନ୍ୟୁଜିଲ୍ୟାଣ୍ଡ ସୀମା ଶୁଳ୍କ ସେବା ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଇକୋନୋମିକ ଅପରେଟର - ପାରସ୍ପରିକ ସ୍ୱୀକୃତି ଚୁକ୍ତି (ଏଇଓ-ଏମ୍ଆର୍ଏ);
୪. ଭାରତର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ଉଦ୍ୟାନ କୃଷି ଉପରେ ସହଯୋଗର ବୁଝାମଣାପତ୍ର;
୫. ଭାରତର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରାଥମିକ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ବନୀକରଣ ଉପରେ ଆଗ୍ରହ ପତ୍ର;
୬. ଭାରତର ଶିକ୍ଷା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଶିକ୍ଷା ସହଯୋଗ ଚୁକ୍ତିନାମା ଏବଂ
୭. ଭାରତର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ନ୍ୟୁଜିଲ୍ୟାଣ୍ଡ ସରକାରଙ୍କ ସ୍ପୋଟ୍ର୍ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ କ୍ରୀଡା କ୍ଷେତ୍ରରେ ସହଯୋଗର ବୁଝାମଣାପତ୍ର ।
SR
(Release ID: 2111938)
Visitor Counter : 15
Read this release in:
Khasi
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam