ଅର୍ଥ ମନ୍ତ୍ରଣାଳୟ
କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର (SMR) ର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ: ବଜେଟ୍ ୨୦୨୫-୨୬
୨୦୩୩ ସୁଦ୍ଧା ଅତି କମରେ ୫ଟି ସ୍ୱଦେଶୀ ଏସ୍ଏମ୍ଆରଏସ୍ କାର୍ଯ୍ୟକ୍ଷମ ହେବ
प्रविष्टि तिथि:
01 FEB 2025 12:58PM by PIB Bhubaneshwar
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ବଜେଟ୍ ଉପସ୍ଥାପନ କରିବା ସମୟରେ କହିଛନ୍ତି ଯେ ୨୦ ହଜାର କୋଟି ଟଙ୍କା ବ୍ୟୟବରାଦ ସହିତ କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର (SMR) ର ଗବେଷଣା ଏବଂ ବିକାଶ ପାଇଁ ଏକ ପରମାଣୁ ଶକ୍ତି ମିଶନ ସ୍ଥାପନ କରାଯିବ। ୨୦୩୩ ସୁଦ୍ଧା ଅତି କମରେ ୫ଟି ସ୍ୱଦେଶୀ ଜ୍ଞାନ କୌଶଳରେ ବିକଶିତ SMR କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ୨୦୪୭ ସୁଦ୍ଧା ଅତି କମରେ ୧୦୦ ଗିଗାଓ୍ୱାଟ ପରମାଣୁ ଶକ୍ତି ବିକାଶ ଅତ୍ୟନ୍ତ ଜରୁରୀ। ଏହି ଲକ୍ଷ୍ୟ ହାସଲ ପାଇଁ ଘରୋଇ କ୍ଷେତ୍ର ସହିତ ସକ୍ରିୟ ସହଭାଗୀତା କରାଯିବ। ଏହିକ୍ରମରେ ପରମାଣୁ ଶକ୍ତି ଆଇନ ଏବଂ ସିଭିଲ୍ ଲାଏବିଲିଟି ଫର ନ୍ୟୁକ୍ଲିଆାର ଡାମେଜ ଆଇନରେ ସଂଶୋଧନ କରାଯିବ।
ବଜେଟରେ ଏହା ମଧ୍ୟ ପ୍ରସ୍ତାବ ଦିଆଯାଇଛି ଯେ ବିଦ୍ୟୁତ ବଣ୍ଟନ ସଂସ୍କାର ଏବଂ ଆନ୍ତରାଜ୍ୟ ପରିବହନ କ୍ଷମତା ବୃଦ୍ଧି ପାଇଁ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରାଯିବ। ଏହା ବିଦ୍ୟୁତ କମ୍ପାନୀଗୁଡ଼ିକର ଆର୍ଥିକ ଅବସ୍ଥା ଏବଂ କ୍ଷମତାରେ ଉନ୍ନତି ଆଣିବ। ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଏହି ସଂସ୍କାର ଉପରେ ନିର୍ଭର କରି ରାଜ୍ୟଗୁଡ଼ିକୁ ଜିଏସ୍ଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଅନୁମତି ଦିଆଯିବ।
******
(रिलीज़ आईडी: 2098804)
आगंतुक पटल : 88
इस विज्ञप्ति को इन भाषाओं में पढ़ें:
हिन्दी
,
English
,
Urdu
,
Marathi
,
Nepali
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam