ଅର୍ଥ ମନ୍ତ୍ରଣାଳୟ
azadi ka amrit mahotsav

କେନ୍ଦ୍ର ବଜେଟ ୨୦୨୫-୨୬ରେ ବାଣିଜ୍ୟ କାରବାର ସୁବିଧା ନିମନ୍ତେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ: ବସ୍ତୁ ଓ ସେବା କର (ଜିଏସଟି)ରେ ସଂଶୋଧନ ନିମନ୍ତେ ପ୍ରସ୍ତାବ


୨୦୨୫ ମସିହା ଏପ୍ରିଲ ୧ ତାରିଖରୁ ଆନ୍ତଃ – ରାଜ୍ୟ ଯୋଗାଣକୁ ଦୃଷ୍ଟିରେ ରଖି ଇନପୁଟ୍ ଟିକସ କ୍ରେଡିଟ୍ ବଣ୍ଟନ ଟ୍ରାକ୍ ଏବଂ ଟ୍ରେସ୍ ବ୍ୟବସ୍ଥା ଲାଗୁ କରିବା ନିମନ୍ତେ ସ୍ୱତନ୍ତ୍ର ପରିଚୟ ପତ୍ର ନିର୍ଦ୍ଧାରଣ ସକାଶେ ନୂଆ ବ୍ୟବସ୍ଥା

ନୂତନ ଉପଧାରା ଏହି ସ୍ୱତନ୍ତ୍ର ପରିଚୟ ମାର୍କିଂର ସଂଜ୍ଞା ନିରୂପଣ କରିବ ଯାହାକି ଟ୍ରାକ୍ ଏବଂ ଟ୍ରେସ୍ ବ୍ୟବସ୍ଥାର ଅଂଶବିଶେଷ

ଯୋଗାଣକାରୀଙ୍କ ଉପରେ ଟିକସ ଦାୟିତ୍ୱ ହ୍ରାସ କରିବା ସକାଶେ ସାନି ବ୍ୟବସ୍ଥା

Posted On: 01 FEB 2025 12:51PM by PIB Bhubaneshwar

 

 

 କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ସାଧାରଣ ବଜେଟ ଉପସ୍ଥାପନ କରି କହିଛନ୍ତି ଯେ ଏହି ବଜେଟରେ ବ୍ୟବସାୟ କାର୍ଯ୍ୟରେ ସରଳତାକୁ ସୁନିଶ୍ଚିତ କରିବା ନିମନ୍ତେ ବସ୍ତୁ ଓ ସେବା କର (ଜିଏସଟି) ଆଇନରେ ପରିବର୍ତ୍ତନର ପ୍ରସ୍ତାବ ରଖାଯାଇଛି । ଏହି ପ୍ରସ୍ତାମିତ ସଂଶୋଧନଗୁଡ଼ିକ ମଧ୍ୟରେ ନିମ୍ନଲିଖିତ ପ୍ରାବଧାନ ରହିଛି:

  • ଆନ୍ତଃ-ରାଜ୍ୟ ଯୋଗାଣ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଇନପୁଟ୍ ସେବା ବଣ୍ଟନକାରୀମାନଙ୍କୁ ରିଭର୍ସ ଚାର୍ଜ ଆଧାରରେ ଟିକସ ପୈଠ କରିବାକୁ ପଡ଼ୁଥିବାରୁ ଇନପୁଟ୍ ଟିକ୍ କ୍ରେଡିଟ୍ ବିତରଣ ବ୍ୟବସ୍ଥା ୨୦୨୫ ଏପ୍ରିଲ୍ ପହିଲାଠାରୁ କାର୍ଯ୍ୟକାରୀ କରାଯିବ ।
  • ଟ୍ରାକ୍ ଏବଂ ଟ୍ରେସ୍ ବ୍ୟବସ୍ଥାର କାର୍ଯ୍ୟକାରିତା ନିମନ୍ତେ ସ୍ୱତନ୍ତ୍ର ପରିଚୟ ମାର୍କିଂର ସଂଜ୍ଞା ନିରୂପଣ ନିମନ୍ତେ ନୂତନ ବ୍ୟବସ୍ଥା ଲାଗୁ କରାଯିବ ।
  • ଯଦି ପଞ୍ଜିକୃତ ଗ୍ରହଣକାରୀ ସେହି କ୍ରେଡିଟ୍ ନୋଟ୍ ସମ୍ପର୍କରେ ଟିକସ ଦାୟିତ୍ୱ କମାଇବା ନିମନ୍ତେ କ୍ରେଡିଟ୍ ନୋଟ୍ ପାଇଛନ୍ତି ତେବେ କ୍ରେଡିଟ୍ ନୋଟ୍ ସମ୍ପର୍କରେ ଟିକସ କ୍ରେଡିଟକୁ ବଦଳାଇ ଦିଆଯିବାର ପ୍ରାବଧାନ ମଧ୍ୟ କରାଯାଇଛି ।
  • ଟିକସ ବିନା ଚାହିଦାରେ ଜୋରିମାନା ଦାବି ଭଳି କ୍ଷେତ୍ରରେ ଏପିଲେଟ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ ନିମନ୍ତେ ଜୋରିମାନା ରାଶିର ୧୦ ପ୍ରତିଶତ ଅଗ୍ରୀମ ପୈଠ କରିବା ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି ।
  • ଟ୍ରାକ୍ ଏବଂ ଟ୍ରେସ୍ ବ୍ୟସ୍ଥା ସମ୍ପର୍କୀତ ବ୍ୟବସ୍ଥାର ଉଲ୍ଲଂଘନ ନିମନ୍ତେ ଜୋରିମାନା ଅସୁଲ କରାଯିବାର ମଧ୍ୟ ପ୍ରାବଧାନ ରହିଛି ।
  • ସିଜିଏସଟି ଆଇନ, ୨୦୧୭ର ଧାରା ୩ର ପ୍ରାବଧାନ ଅନୁସାରେ ରପ୍ତାନି ଅଥବା ଘରୋଇ ଶୁଳ୍କ କ୍ଷେତ୍ର ସକାଶେ ମଞ୍ଜୁରି ପୂର୍ବରୁ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ମହଜୁଦ ଅଥବା ମୁକ୍ତ ମାଣିଜ୍ୟ ସଂରକ୍ଷିତ କ୍ଷେତ୍ରରୁ ବାହାରକୁ ଯୋଗାଣ କରାଯାଉଥିବା ସାମଗ୍ରୀକୁ ବସ୍ତୁ ଯୋଗାଣ ଅଥବା ସେବା ଯୋଗାଣ ଭାବରେ ଗ୍ରହଣ କରାଯିବ ନାହିଁ । ଉପର ବର୍ଣ୍ଣିତ କାରବାର ନିମନ୍ତେ ପୂର୍ବରୁ ଦିଆଯାଇଥିବା ଟିକସ ଫେରସ୍ତ ମିଳିବ ନାହିଁ । ଏହା ୦୧.୦୭.୨୦୧୭ ତାରିଖରୁ କାର୍ଯ୍ୟକାରୀ ହେବ ।
  • ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସଂଜ୍ଞାରେ ବ୍ୟବହୃତ ସ୍ଥାନୀୟ ପାଣ୍ଠି ଏବଂ ପୌରସଂସ୍ଥା ପାଣ୍ଠି ସଂଜ୍ଞାକୁ ଏଥିରେ ସାମିଲ କରାଯାଇଛି ।
  • ରିଟର୍ଣ୍ଣ ଦାଖଲ ନିମନ୍ତେ ବିଶେଷ କଟକଣା ଏବଂ ସର୍ତ୍ତାବଳୀ ଏଥି ସହିତ ସଂଯୋଗ କରାଯାଇଛି ।

 

ବଜେଟରେ ଆହୁରି ଦର୍ଶାଯାଇଛି ଯେ ବସ୍ତୁ ଓ ସେବା କର ( ଜିଏସଟି) ପରିଷଦଙ୍କ ସୁପାରିସ ଅନୁସାରେ ରାଜ୍ୟମାନଙ୍କୁ ସହିତ ଉପଯୁକ୍ତ ସମନ୍ୱୟ ବ୍ୟବସ୍ଥା ଗ୍ରହଣ କରାଯିବା ପରେ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ଏହି ପରିବର୍ତ୍ତନ ବ୍ୟବସ୍ଥା ଲାଗୁ କରାଯିବ ।

SS/DD


(Release ID: 2098644) Visitor Counter : 18