ଅର୍ଥ ମନ୍ତ୍ରଣାଳୟ
ଆର୍ଥିକ ବର୍ଷ ୨୫ରେ ଭୌତିକ ସଂଯୋଗ କ୍ଷେତ୍ରର କ୍ଷମତା ବୃଦ୍ଧି ଠିକ୍ ଥିଲା : ଇକୋନୋମିକ ସର୍ଭେ ୨୦୨୪-୨୫
ଉଚ୍ଚ ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଆଗାମୀ ଦୁଇ ଦଶନ୍ଧି ଯାଏ ଭିତ୍ତିଭୂମି ନିର୍ମାଣରେ ଅଧିକରୁ ଅଧିକ ପୁଂଜି ନିବେଶ କରିବାକୁ ପଡ଼ିବ।
ଗତ ବର୍ଷ ପରି ଏ ବର୍ଷ ମଧ୍ୟ ରେଳ ନେଟଓ୍ୱର୍କର ସଂପ୍ରସାରଣ ହୋଇଛି। ରୋଲିଂ ଷ୍ଟକ୍ ଉଲ୍ଲେଖନୀୟ ଭାବେ ବଢ଼ିଛି
ଆର୍ଥିକ ବର୍ଷ ୨୫ରେ ବନ୍ଦର କ୍ଷମତା ଉଲ୍ଲେଖନୀୟ ଭାବେ ବଢ଼ିଛି। କଣ୍ଟେନର ଅଟକି ରହିବାର ହାରାହାରି ସମୟରେ ଉଲ୍ଲେଖନୀୟ ହ୍ରାସ
ଉଡ଼ାନ ଯୋଜନାରେ ୬୧୯ ରୁଟ୍ ରେ ୮୮ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି
ଆର୍ଥିକ ବର୍ଷ ୨୪ରେ ଏୟାରପୋର୍ଟ ମାଲ ପରିବହନ କ୍ଷମତା ୮ ମିଲିୟନ ମେଟ୍ରିକ ଟନରେ ପହଞ୍ଚିଛି
Posted On:
31 JAN 2025 1:57PM by PIB Bhubaneshwar
ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି ଯେ, ଆର୍ଥିକ ବର୍ଷ ୨୫ରେ ଭୌତିକ ସଂଯୋଗ ସେକ୍ଟରର କ୍ଷମତା ବୃଦ୍ଧି ଠିକ୍ ଗତିରେ ଚାଲିଥିଲା। ଆଗାମୀ ଦଶନ୍ଧିରେ ଭାରତ ବିକାଶକୁ ନେଇ ଯେଉଁ ଉଚ୍ଚ ଆଶା ରଖିଛି, ସେଥିପାଇଁ ଭିତ୍ତିଭୂମିରେ ଆଶାନୁରୂପ ନିବେଶ କରିବାକୁ ପଡ଼ିବ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ କହୁଛି। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଓ କମ୍ପାନୀ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫କୁ ଉପସ୍ଥାପନ କରିଥିଲେ।
ରେଲଓ୍ୱେ
ରେଳଓ୍ୱେ ନେଟଓ୍ୱର୍କରେ ଗତ ବର୍ଷ ଯେତିକି ସଂପ୍ରସାରଣ ହୋଇଥିଲା, ଏ ବର୍ଷ ମଧ୍ୟ ପ୍ରାୟ ସେତିକିହୋଇଛି। ତେବେ ରୋଲିଂ ଷ୍ଟକ୍ ଉଲ୍ଲେଖନୀୟ ଭାବେ ଅଧିକ ହୋଇଛି। ରେଳ ଷ୍ଟେସନର ଭିତ୍ତିଭୂମି, ରେଳ ଇଂଜିନ ଓ କୋଚିଂ ଷ୍ଟକର ଆଧୁନିକୀକରଣ ଉପରେ ଫୋକସ୍ ଯୋଗୁଁ ରେଳ କ୍ଷେତ୍ରରେ ଯାତ୍ରୀଙ୍କ ଅନେକ ସୁବିଧା ହୋଇଛି। ଏହାର ବିଶାଳ ନେଟଓ୍ୱର୍କରେ ଅପରେସନ ସ୍ତରୀୟ ଦକ୍ଷତା ବୃଦ୍ଧି ପାଇଁ ଭାରତୀୟ ରେଳ ନିଜର ସିଗନାଲିଂ ଓ ସୁରକ୍ଷା ବ୍ୟବସ୍ଥାର ଆଧୁନିକୀକରଣ କରୁଛି। ଏ ଦିଗରେ ନିଆଯାଇଥିବା କେତେକ ପ୍ରମୁଖ ପଦକ୍ଷେପ ହେଲା-ମେକାନିକାଲ ସିଗନାଲିଂର ଉଚ୍ଛେଦ, କବଚ ସ୍ୱୟଂକ୍ରିୟ ରେଳ ସୁରକ୍ଷା ବ୍ୟବସ୍ଥା, ଇଲେକଟ୍ରୋନିକ ଇଣ୍ଟରଲକିଂ, ସ୍ୱୟଂକ୍ରିୟ ବ୍ଲକ ସିଗନାଲିଂ, ଇଲେକଟ୍ରୋନିକ ଇଣ୍ଟରଲକିଂ ପାଇଁ ସିଗନାଲ ଡିଜାଇନ ଅଟୋମେସନ ଟୁଲ୍ ପ୍ରଚଳନ
ଏଇ ନିକଟରେ ରେଳ ବ୍ୟବସ୍ଥାରେ ନିଆଯାଇଥିବା କିଛି ପଦକ୍ଷେପ
*ଗତି ଶକ୍ତି ବହୁମୁଖୀ ମୋଡାଲ ମାଲ୍ ଟର୍ମିନାଲ (ଜିସିଟି): ଅକ୍ଟୋବର ୩୧, ୨୦୨୪ ସୁଦ୍ଧା ୯୧ ଜିସିଟି କମିଶନ କରାଯାଇଛି ଓ ୨୩୪ଟି ସ୍ଥାନ ନିରୂପଣ ହୋଇଛି
* ମୋଟ୍ ଶୂନ କାର୍ବନ ନିର୍ଗମନ : ୨୦୨୯-୩୦ ସୁଦ୍ଧା ଭାରତୀୟ ରେଳ ୩୦ଜିଡବ୍ଲୁ ର ରିନ୍ୟୁଏବୁଲ ଶକ୍ତି ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏଥିରେ ରହିଛି ୩୭୫ ମେଗାଓ୍ୱାଟର ସୌର ଶକ୍ତି ଓ ୧୦୩ ମେଗାଓ୍ୱାଟର ବାୟୁ ଶକ୍ତି ଯାହାକି ୨୦୨୪ ସୁଦ୍ଧା ଆରମ୍ଭ ହୋଇଛି
* ପ୍ରମୁଖ ଅର୍ଥନୈତିକ କରିଡର : ୩ଟି ରେଳଓ୍ୱେ କରିଡର ଅଧୀନରେ ୧୧.୧୭ ଲକ୍ଷ କୋଟିର ୪୩୪ ଟି ପ୍ରକଳ୍ପ ଚିହ୍ନଟ କରାଯାଇଛି। ଏସବୁକୁ ପିଏମ୍ ଗତିଶକ୍ତି ପୋର୍ଟାଲରେ ସାମିଲ କରାଯାଇଛି।
* ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ୍ (ପିପିପି) : ପିପିପି ମଡେଲରେ ୧୬, ୪୩୪ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ବେଳେ ୧୬, ୬୧୪ କୋଟି ଟଙ୍କାର ୮ ପ୍ରକଳ୍ପର କାମ ଏବେ ଚାଲିଛି
* ବନ୍ଦେ ଭାରତ ରେଳ : ଏପ୍ରିଲ ଓ ଅକ୍ଟୋବର ୨୦୨୪ ମଧ୍ୟରେ ନେଟଓ୍ୱର୍କରେ ୭ ଯୋଡ଼ା ନୂଆ ବନ୍ଦେ ଭାରତ ରେଳ ସାମିଲ କରାଯାଇଛି। ଏହା ସହିତ ୨୨୮ଟି କୋଚ୍ ମଧ୍ୟ ପ୍ରସ୍ତୁତ ହୋଇଛି
ବନ୍ଦର, ଜାହାଜ ଚଳାଚଳ ଓ ଆଭ୍ୟନ୍ତରୀଣ ଜଳପଥ
ଆର୍ଥିକ ବର୍ଷ ୨୫ରେ ବନ୍ଦର କ୍ଷମତା ଉଲ୍ଲେଖନୀୟ ଭାବେ ବୃଦ୍ଧି ହୋଇଛି। ଏହା ଦ୍ୱାରା ଅପରେସନ ଦକ୍ଷତାରେ ଉନ୍ନତି ଆସିଛି ଓ ପ୍ରମୁଖ ବନ୍ଦରରେ କଣ୍ଟେନର ରହିବା ସମୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଆର୍ଥିକ ବର୍ଷ ୨୪ରେ ଏହା ୪୮.୧ ଘଣ୍ଟା ଥିବା ବେଳେ ଆର୍ଥିକ ବର୍ଷ୨୫ (ଏପ୍ରିଲ-ନଭେମ୍ୱର)ରେ ଏହା ୩୦.୪ ଘଣ୍ଟାକୁ ହ୍ରାସ ପାଇଛି।
ବନ୍ଦର, ଜାହାଜ ଚଳାଚଳ ଓ ଆଭ୍ୟନ୍ତରୀଣ ଜଳପଥ କ୍ଷେତ୍ରର ବିଭିନ୍ନ ଯୋଜନା
୨୩ କ୍ୟାଭଟିପ ପ୍ରକଳ୍ପ ସମେତ ୯୮ ପିପିପି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ୬୯, ୮୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ବ୍ୟତୀତ ବଧବନ ପୋର୍ଟ ପ୍ରକଳ୍ପରେ ପିପିପି ମୋଡ୍ ରେ ୩୮,୦୦୦ କୋଟି ଟଙ୍କା ନିବେଶ କରାଯିବ।
ବର୍ତ୍ତମାନ ୪୧,୪୮୦କୋଟି ଟଙ୍କାର ୫୬ଟି ପ୍ରକଳ୍ପ ଚାଲିଛି। ଏହା ଦ୍ୱାରା ବନ୍ଦର କ୍ଷମତା ବାର୍ଷିକ ୫୫୦ ମିଲିୟନ ଟନ (ଏମଟିପିଏ) କୁ ବୃଦ୍ଧି ପାଇଛି।
ଅକ୍ଟୋବର ୨୦୨୪ରେ ଲୋଥାଲରେ ଏକ ଜାତୀୟ ସାମୁଦ୍ରିକ ଐତିହ୍ୟ କଂପ୍ଲେକ୍ସ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଏଥିରେ ରହିବ୧୪ଟି ଗ୍ୟାଲେରି ବିଶିଷ୍ଟ ମ୍ୟୁଜିୟ, ସବୁଠୁ ଉଚ୍ଚ ବତୀଘର ମ୍ୟୁଜିୟମ, ଭାରତର ସବୁଠୁ ବଡ଼ ନୌସେନା ଗ୍ୟାରେଲି ଓ ଏକ ଥିମେଟିକ୍ ଆମୋଦପ୍ରମୋଦ ପାର୍କ।
ଗ୍ରେଟ୍ ନିକୋବର ଦ୍ୱୀପର ଗାଲାଥିଆ ଉପସାଗରରେ ଅନ୍ତର୍ଜାତୀୟ କଣ୍ଟେନର ଟ୍ରାନସସିପମେଣ୍ଟ ବନ୍ଦର ନିର୍ମାଣ ପାଇଁ ଯୋଜନା କରାଯାଇଛି। ଏହା ଦ୍ୱାରା ଦେଶର ପୂର୍ବ ଉପକୂଳରେ ବନ୍ଦର ଓ ପଡ଼ୋଶୀ ଦେଶ ସହିତ ଜଳପଥରେ ମାଲ ପରିବହନ ବୃଦ୍ଧି ହେବ।
୧,୩୦୩ କୋଟି ଟଙ୍କା ବ୍ୟୟରେ ସହରାଞ୍ଚଳ ଜଳପଥ ପ୍ରକଳ୍ପ କାମ ଏବେ ଚାଲିଛି। ମୋଟ ୩୦ ପ୍ରକଳ୍ପ ମଧ୍ୟରୁ ୧୬ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଏହା ଦ୍ୱାରା ୩୫ ଲକ୍ଷ ଯାତ୍ରୀ ଉପକୃତ ହେଉଛନ୍ତି, ୫ ଲକ୍ଷ ଗାଡ଼ି ଓ ୧ ଲକ୍ଷ କାର୍ଗୋ ଟ୍ରକର ପରିବହନ ମଧ୍ୟ ହୋଇ ପାରୁଛି।
ବାଂଲାଦେଶରେ ଜଳପଥର ବିକାଶ କରି ଭାରତ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଜଳପଥର ବିକାଶ କରୁଛି। ୩୦୫ କୋଟି ପ୍ରକଳ୍ପର ୮୦ ପ୍ରତିଶତ ଭାରତ ନିଜେ ବିନିଯୋଗ କରିବ।
ବ୍ରହ୍ମପୁତ୍ର, ବାରାକ ନଦୀ ସହିତ ଭାରତ-ବାଂଲାଦେଶ ପ୍ରୋଟୋକଲ ରୁଟ୍ ରେ ଜଳପଥର ବିକାଶ ପାଇଁ ଭାରତ ୧୦୧୦ କୋଟି ଟଙ୍କା ନିବେଶ କରୁଛି।
ସଡ଼କ ପରିବହନ
୧, ୪୬, ୧୯୫ କିଲୋମିଟରର ଜାତୀୟ ରାଜପଥ (ଏନଏଚ) କୁ ମିଶାଇ ଭାରତରେ ମୋଟ ୬୩.୪ ଲକ୍ଷ କିଲୋମିଟର ସଡ଼କ ନେଟଓ୍ୱର୍କ ଅଛି। ଜାତୀୟ ରାଜପଥ ନେଟଓ୍ୱର୍କ ମୋଟ ସଡ଼କ ପରିବହନ ନେଟଓ୍ୱର୍କର ମାତ୍ର ୨ ପ୍ରତିଶତ ହୋଇଥିଲେ ମଧ୍ୟ ଏହା ହେଉଛି ସଡ଼କ ପରିବହନର ମେରୁଦଣ୍ଡ। ସଡ଼କ ପଥରେ ହେଉଥିବା ମୋଟ ପରିବହନର ୪୦ ପ୍ରତିଶତ ଏହି ଜାତୀୟ ରାଜପଥରେ ହୋଇଥାଏ।
ସଡ଼କ ପରିବହନ କ୍ଷେତ୍ରର ଯୋଜନା
୨୦୧୪ରେ ୯୧,୨୮୭ କିମି ଜାତୀୟ ରାଜପଥ ଥିବା ବେଳେ ୨୦୨୪ରେ ୧.୪୬ ଲକ୍ଷ କି.ମିକୁ ବୃଦ୍ଧି ପାଇଛି। ପ୍ରକଳ୍ପ ଆଧାରିତ ଜାତୀୟ ରାଜପଥ ନିର୍ମାଣ ବଦଳରେ କରିଡର ଆଧାରିତ ଆଭିମୁଖ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି।
ଭାରତମାଳା ପରିଯୋଜନା, ଚାରି ଧାମ ମହାମାର୍ଗ ପରିଯୋଜନ, ଜାତୀୟ ଦ୍ରୁତ ଗତି କରିଡର ଏବଂ ୪ ଲେନ ବିଶିଷ୍ଟ ତାଠାରୁ ଅଧିକ ଲେନର ଜାତୀୟ ରାଜପଥ ପ୍ରକଳ୍ପ
ସଡ଼କ ସଂଯୋଗ ବୃଦ୍ଧି କରିବା ପାଇଁ ଅନେକ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିରେ ରହିଛି ଜାତୀୟ ରାଜପଥରେ ଆଡଭାନସ ଟ୍ରାଫିକ ପରିଚାଳନା, ଲଜିଷ୍ଟିକ ପାର୍କ ପ୍ରତିଷ୍ଠା, ସସଷ୍ଟେନେବୁଲ ଗାଡ଼ି ସ୍କ୍ରାପିଂ ଓ ରୋପ୍ ଓ୍ୱେ ପ୍ରକଳ୍ପ
ବେସାମରିକ ବିମାନ ଚଳାଚଳ
ଭାରତୀୟ ବିମାନ କର୍ତ୍ତୃପକ୍ଷଙ୍କ ସମେତ ବିମାନ ବନ୍ଦର ପରିଚାଳନା କରୁଥିବା ସଂସ୍ଥା ଆର୍ଥିକ ବର୍ଷ୨୦ରୁ ଆର୍ଥିକ ବର୍ଷ ୨୫ ମଧ୍ୟରେ ୯୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରିଛନ୍ତି। ୨୦୨୪ ନଭେମ୍ୱର ସୁଦ୍ଧା ଏହାର ୯୧ ପ୍ରତିଶତ ହାସଲ କରାଯାଇପାରିଛି।
ବେସାମରିକ ବିମାନ ଚଳାଚଳର ବିଭିନ୍ନ ଯୋଜନା
ଉଡ଼ାନ ଯୋଜନାରେ ୬୧୯ ରୁଟ୍ ରେ ୮୮ ବିମାନ ବନ୍ଦରକୁ ସଂଯୋଗ କରାଯାଇଛି। ସବୁ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲାଣି। ଏଥିରେ ରହିଛି ୨ଟି ଜଳ ବିମାନ ବନ୍ଦର ଓ ୧୩ଟି ହେଲିପୋର୍ଟ।
ଧୀରେ ଧୀରେ ବିମାନ ବନ୍ଦର ମାଲ୍ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଉଛି। ଆର୍ଥିକ ବର୍ଷ ୨୪ରେ ଏହା ୮ ମିଲିୟନ ମେଟ୍ରିକ ଟନକୁ ବୃଦ୍ଧି ପାଇଛି।
ଡିଜିଟାଲ ସଂଯୋଗୀକରଣ
ଡିଜିଟାଲ ଇନକ୍ଲୁଜନ, ଟେକ୍ନୋଲଜିକାଲ ସୃଜନ ଓ ଚଳିତ ବିତ୍ତୀୟ ବର୍ଷରେ ନିୟନ୍ତ୍ରକ ସଂସ୍କାରକୁ ନେଇ ଡିଜିଟାଲ ସଂଯୋଗୀକରଣରେ ଅନେକ ଉନ୍ନତି ହୋଇଛି। ଭାରତ ସରକାରଙ୍କ ଡିଜିଟାଲ ଭାରତ ନେଇ ଯେଉଁ ଲକ୍ଷ୍ୟ ରହିଛି, ତାକୁ ଦୃଷ୍ଟିରେ ରଖି ଏସବୁ କରାଯାଇଛି।
ଡିଜିଟାଲ ସଂଯୋଗୀକରଣର ବିଭିନ୍ନ ଯୋଜନା
ଟେଲିକମ୍ୟୁନିକେସନ
୨୦୨୪ ଅକ୍ଟୋବର ୩୧ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 5G ସେବାର ଶୁଭାରମ୍ଭ ହୋଇଛି।
୨୦୨୪ ଅଗଷ୍ଟରେ ୟୁନିଭରସାଲ୍ ସର୍ଭିସ ଅବଲିଗେସନ ଫଣ୍ଡକୁ ପୁନର୍ଗଠନ କରାଯାଇ ଡିଜିଟାଲ ଭାରତ ନିଧି (ଡିବିଏନ) କରାଯାଇଛି। ଡିବିଏନ୍ ଜରିଆରେ ନିଆଯାଇଥିବା ପ୍ରମୁଖ ପ୍ରକଳ୍ପ ଗୁଡ଼ିକ ହେଲା ଭାରତ ନେଟ୍ ପ୍ରକଳ୍ପ, ଉତ୍ତର-ପୂର୍ବାଞ୍ଚଳରେ ସାମଗ୍ରିକ ଟେଲିକମ୍ ବିକାଶ ଯୋଜନା, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ଲାକ୍ଷାଦ୍ୱୀପରେ, ଯେଉଁ ଅଞ୍ଚଳରେ ମୋବାଇଲ ସେବା ନାହିଁ, ସେହି ଅଞ୍ଚଳରେ ମୋବାଇଲ ସେବା ପ୍ରଦାନ, ଆସପିରେସ୍ନାଲ ଜିଲ୍ଲା ଯୋଜନା।
ସୂଚନା ଓ ପ୍ରଯୁକ୍ତି
୨୦୨୪ ନଭେମ୍ବର ୩୦ ସୁଦ୍ଧା ଜିଆଇ କ୍ଲାଉଡ୍ ଯୋଜନା ମେଘରାଜ ଅଧୀନରେ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର ୧୯୧୭ ଟି ଦରଖାସ୍ତ ନିଜ କ୍ଲାଉଡ୍ ରେ ସପୋର୍ଟ କରୁଛି।
ବିଭିନ୍ନ ୟୁଜର୍ ବିଭାଗର କ୍ଲାଉଡ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ୨୩ଟି ସରକାରୀ ଓ ଘରୋଇ କ୍ଲାଉଡ୍ ସର୍ଭିସ ପ୍ରୋଭାଇଡର୍ ଙ୍କୁ ଏମପ୍ୟାନେଲ୍ କରିଛନ୍ତି।
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ଅନୁସାରେ ନିଜର ଉଚ୍ଚ ଅଭିବୃଦ୍ଧି ହାରକୁ ବଜାୟ ରଖିବାକୁ ହେଲେ ଭାରତକୁ ଆସନ୍ତା ୨ ଦଶନ୍ଧି ଯାଏ ନିଜର ଭିତ୍ତିଭୂମିରେ ଅଧିକରୁ ଅଧିକ ନିବେଶ କରିବାକୁ ପଡ଼ିବ। ବର୍ତ୍ତମାନର ସମ୍ୱଳର ଆଧୁନିକୀକରଣ ସହିତ ସମନ୍ୱିତ ବହୁମୁଖୀ – ମୋଡାଲ ପରିବହନ ବ୍ୟବସ୍ଥା ନିର୍ମାଣ କରିବାକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ। ଏହା ଦକ୍ଷତା ବୃଦ୍ଧି କରିବା ସହିତ ଦେଶର କୋଣ ଅନୁକୋଣକୁ ସଂଯୋଗ କରିବ।
BSP
(Release ID: 2098328)
Visitor Counter : 6